ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଲେ-‘ଯୁଦ୍ଧରେ ଆମେ ଜିତିବୁ’

ଜେରୁଜେଲମ୍‌,୭।୧୦: ଗୋଟିଏ ପଟେ ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇସ୍ରାଏଲ୍‌ ଉପରେ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଆରମ୍ଭ କରିଛି। ପ୍ରଥମେ ହମାସ ପକ୍ଷରୁ ୫ ହଜାରରୁ ଅଧିକ ରକେଟ ମାଡ଼ କରାଯିବା ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସୈନ୍ୟ ମୁଖ୍ୟାଳୟରେ ମନ୍ତ୍ରୀମଣ୍ଡଳ ବୈଠକ ପରେ ସେ ଚେତାବନୀ ଦେଇ କହିଛନ୍ତି ଯେ ଶନିବାର ସକାଳେ ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲ୍‌ରେ ରକେଟ ମାଡ କରି ହମାସ ବଡ଼ ଭୁଲ କରିଛି। ଏହି ଯୁଦ୍ଧରେ ଇସ୍ରାଏଲ ହିଁ ଜିତିବ।

ଗାଜା ଉପରେ ଶାସନ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବର୍ଷ ବର୍ଷ ଧରି ତିକ୍ତତା ଲାଗି ରହିଥିଲା। ହେଲେ ଶନିବାର ୨୦ ମିନିଟ୍‌ରେ ୫ହଜାରରୁ ଅଧିକ ରକେଟ ମାଡ଼କୁ ନେଇ ଦେଶବାସୀ ଭୟରେ ରହିଛନ୍ତି। ହମାସର ବନ୍ଧୁକଧାରୀମାନେ ମଧ୍ୟ ଅନେକ ସ୍ଥାନରେ ସୀମା ଡେଇଁ ଇସ୍ରାଏଲ୍‌ରେ ପସିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ଇସ୍ରାଏଲ ମଧ୍ୟ ନିଜ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛି। ତେବେ ହମାସର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri