ହମାସ ସହ ସମ୍ପର୍କ ଅଭିଯୋଗରେ ଫ୍ରିଲାଂସ ଖବରଦାତାଙ୍କୁ ଗିରଫ କଲା ଇସ୍ରାଏଲ ସେନା

ଜେରୁଜେଲମ,୨୧।୧୧: ଆମେରିକାର ନ୍ୟୁଜ ଚ୍ୟାନେଲ ଏନବିସି ନ୍ୟୁଜରେ କାର୍ଯ୍ୟ କରୁଥିବା ପାଲେଷ୍ଟାଇନର ଜଣେ ଫ୍ରିଲାନ୍ସର୍‌ ମିରୱାଟ ଅଲ-ଆଜେଙ୍କୁ ଆତଙ୍କବାଦୀ ଉତ୍ତେଜନା ଏବଂ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ଅଭିଯୋଗରେ ଇସ୍ରାଏଲ ସେନା ଗିରଫ କରିଛି। ଗିରଫ ପରେ ଏନବିସି ନ୍ୟୁଜ ମିରୱାଟଙ୍କ ସହ ଥିବା ସମସ୍ତ ଚୁକ୍ତିନାମାକୁ ବନ୍ଦ କରି ଦେଇଛି।
ପୂର୍ବ ଜେରୁଜେଲମରେ ରହୁଥିବା ମିରୱାଟ ଅଲ-ଆଜେଙ୍କୁ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ସମ୍ପର୍କିତ ଚାରୋଟି ଫେସବୁକ ପୋଷ୍ଟ ପାଇଁ ଜେଲ ଯିବାକୁ ପଡିଛି। ତେବେ ଫେସବୁକ ପୋଷ୍ଟରେ ମିରୱାଟ କ’ଣ ଲେଖିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ସେହି ପୋଷ୍ଟଗୁଡିକରେ ୪୫ ବର୍ଷିୟ ଅଲ-ଆଜେ କ’ଣ ଲେଖିଛନ୍ତି ତାହା ଅସ୍ପଷ୍ଟ, କିନ୍ତୁ ଜେରୁଜେଲମ ପୋଷ୍ଟ ଅନୁଯାୟୀ, ଜେରୁଜେଲମ ମାଜିଷ୍ଟ୍ରେଟ କୋର୍ଟରେ ହୋଇଥିବା ଶୁଣାଣିରେ ପୋଲିସ ମିରୱାଟଙ୍କୁ ସାଧାରଣ ନାଗରିକଙ୍କ ବିରୁଦ୍ଧରେ କରାଯାଇଥିବା ଭୟଙ୍କର କାର୍ଯ୍ୟକଳାପକୁ ଉତ୍ସାହିତ ଏବଂ ଗୌରବାନ୍ବିତ ବୋଲି ବର୍ଣ୍ଣନା କରିଛି।
ଏନବିସି ନ୍ୟୁଜ କହିଛି ଯେ ମିରୱାଟ ଆଉ ସେମାନଙ୍କ ସହ କାମ କରିବାକୁ ସକ୍ଷମ ନୁହଁନ୍ତି। ଏନବିସି ମୁଖପାତ୍ର କହିଛନ୍ତି ଯେ ଆମେ ନିକଟରେ ତାଙ୍କୁ ଜଣେ ଫ୍ରିଲାନ୍ସର୍‌ ଭାବରେ ନିଯୁକ୍ତି ଦେଇଥିଲୁ; ତାଙ୍କର ବ୍ୟକ୍ତିଗତ ତଥା ସୋସିଆଲ ମିଡିଆ ସୂଚନା ବିଷୟରେ ଆମର ସୂଚନା ନ ଥିଲା, ଯାହା ଇସ୍ରାଏଲ ଅନୁସନ୍ଧାନର ଆଧାର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri