ଗାଜା ଉପରେ ଇସ୍ରାଏଲ୍‌ର ବିମାନ ଆକ୍ରମଣ

ଜେରୁଜେଲମ,୨୮।୧: ଇସ୍ରାଏଲ୍‌ ସେନା ଆକ୍ରମଣରେ ୪ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୬୧ ବର୍ଷୀୟା ବୃଦ୍ଧା ଓ ୭ ଜଣ ଉଗ୍ରପନ୍ଥୀ ଅଛନ୍ତି। ପ୍ରଥମେ ଗାଜା ଦୁଇଟି ରକେଟ ମାଡ଼ କରିବା ପରେ ଇସ୍ରାଏଲ୍‌ ସେନା ଏହାର ଜବାବରେ ଓ୍ବେଷ୍ଟ ବ୍ୟାଙ୍କ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଗାଜା ଷ୍ଟ୍ରିପ୍‌ର ଅଲ୍‌ ମଘାଜି ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍‌ ଯୁଦ୍ଧବିମାନରୁ ପ୍ରାୟ ୧୫ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଫଳରେ ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ ହେବା ସହ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବା ଯୋଗୁ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଛି। ଗାଜା ସିଟିର ଦକ୍ଷିଣପୂର୍ବରେ ଥିବା ଅନ୍ୟ ଦୁଇଟି ସ୍ଥାନକୁ ଇସ୍ରାଏଲ୍‌ ଯୁଦ୍ଧବିମାନ ଟାର୍ଗେଟ କରିଥିଲା। ଉକ୍ତ ଅଞ୍ଚଳ ଧ୍ୱଂସ ହୋଇଥିବାବେଳେ କେତେଜଣ ମୃତାହତ ହୋଇଛନ୍ତି ଜଣାପଡ଼ିନାହିଁ।

Share