ପ୍ରତିଶୋଧମୁହଁ। ଇସ୍ରାଏଲ

ଶନିବାର ସକାଳେ ଇସ୍ରାଏଲବାସୀ ନିଦରୁ ଉଠି ଆଖି ଖୋଲିବା ମାତ୍ରେ ଦେଖିଥିଲେ ଧ୍ୱଂସ ଲୀଳାର ବିଚଳିତ କରିଦେବା ଭଳି ଦୃଶ୍ୟ, ଶୁଣିବାକୁ ପାଇଥିଲେ ତୁହାକୁ ତୁହା ରକେଟ ମାଡ଼ର ଶବ୍ଦ। ପାଲେଷ୍ଟିନୀୟ ଇସ୍‌ଲାମୀୟ ଗୋଷ୍ଠୀ ହମାସ୍‌ର ଅଭୂତପୂର୍ବ ଆକ୍ରମଣରେ ଥରିଉଠିଥିଲା ଅନେକ ସହର। କାହାକୁ ପଣବନ୍ଦୀ ତ ପୁଣି କାହାକୁ ଉଲଗ୍ନ ପରେଡ୍‌ କରାଉଛନ୍ତି ହମାସ୍‌ ମୌଳବାଦୀ। ଆତଙ୍କବାଦୀଙ୍କ ଏହି ବର୍ବରତା ବିରୋଧରେ ଯୁଦ୍ଧ ଘୋଷଣା କରି ପ୍ରତିଶୋଧ ନେଉଛି ଜେରୁଜେଲମ୍‌। ଭାରତ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିବାବେଳେ ଇଜିପ୍ଟ, ମରକ୍କୋ ଓ ସାଉଦି ଆରବ ସଂଯମ ରହିବାକୁ ଇସ୍ରାଏଲକୁ ପରାମର୍ଶ ଦେଇଛନ୍ତି।
ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର

ଯୁଦ୍ଧ ପୃଷ୍ଠଭୂମି

ଇସ୍ରାଏଲୀ-ପାଲେଷ୍ଟିନୀୟଙ୍କ ମଧ୍ୟରେ ସାମରିକ ଓ ରାଜନୈତିକ ସଂଘର୍ଷ ହେଉଛି ପଶ୍ଚିମ ଏସିଆର ପୂର୍ବ ଭୂମଧ୍ୟସାଗରୀୟ କ୍ଷେତ୍ର ଲେଭାଣ୍ଟରେ ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଚାଲିଥିବା ଏକ ଲମ୍ବା ଲଢ଼େଇ। ଅତୀତରେ ଇସ୍ରାଏଲୀ-ପାଲେଷ୍ଟିନୀୟ ଶାନ୍ତି ପ୍ରକ୍ରିୟା ଭଳି ଅନେକ ଉଦ୍ୟମ ହୋଇଛି। କିନ୍ତୁ ବିଶ୍ୱର ଏହି ଅନ୍ୟତମ ଦୀର୍ଘ ସଂଘର୍ଷର ସମାଧାନ ହୋଇପାରି ନାହିଁ। ପାଲେଷ୍ଟାଇନ୍‌ ପାଇଁ ୧୯୪୭ରେ ଜାତିସଂଘ ପକ୍ଷରୁ ପାର୍ଟିଶନ୍‌ ପ୍ଲାନ୍‌ କରାଯାଇଥିଲା। କିନ୍ତୁ ତାକୁ କାର୍ଯ୍ୟକାରୀ କରା ନ ଯିବାରୁ ୧୯୪୭-୪୯ ପାଲେଷ୍ଟାଇନ୍‌ ଯୁଦ୍ଧ ହୋଇଥିଲା। ୧୯୬୭ରେ ୬ ଦିନ ଧରି ଚାଲିଥିବା ଯୁଦ୍ଧ ବେଳେ ଓ୍ବେଷ୍ଟ ବ୍ୟାଙ୍କ ଏବଂ ଗାଜାକୁ ଇସ୍ରାଏଲୀ ସାମରିକ ବଳର ଦଖଲ ପରେ ବର୍ତ୍ତମାନର ଇସ୍ରାଏଲୀ-ପାଲେଷ୍ଟିନୀୟ ସ୍ଥିତାବସ୍ଥା ଆରମ୍ଭ ହୋଇଥିଲା। ୧୯୯୩-୧୯୯୫ ଓସ୍ଲୋ ଆକଡର୍‌ସ ବଳରେ ଦୁଇରାଷ୍ଟ୍ର ସମାଧାନ ଦିଗରେ ଅଗ୍ରଗତି ହୋଇଥିଲା। ପାଲେଷ୍ଟିନୀୟଙ୍କ ପ୍ରାୟ ୬୦% (ଗାଜା ଷ୍ଟ୍ରିପ୍‌ର ୭୭% ଓ ଓ୍ବେଷ୍ଟ ବ୍ୟାଙ୍କର ୪୬%) ଇସ୍ରାଏଲୀଙ୍କ ବିରୋଧରେ ସଶସ୍ତ୍ର ଆକ୍ରମଣକୁ ସମର୍ଥନ କରନ୍ତି। ୭୦ ପ୍ରତିଶତଙ୍କ ମତରେ ଦୁଇରାଷ୍ଟ୍ର ସମାଧାନ ବ୍ୟବହାରିକ କିମ୍ବା ସମ୍ଭବ ନୁହେଁ। ଇସ୍ରାଏଲୀ ଇହୁଦୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ କୁହନ୍ତି, ଓ୍ବେଷ୍ଟ ବ୍ୟାଙ୍କକୁ ଇସ୍ରାଏଲ ଦଖଲ କରିଥିବାରୁ ସେଠାରେ ବସବାସ କରୁଥିବା ପାଲେଷ୍ଟିନୀୟମାନଙ୍କୁ ମତଦାନ ଅଧିକାର ଦିଆଯିବା ଅନୁଚିତ। ପାରସ୍ପରିକ ଅନାସ୍ଥା ଭାବ ଓ ମତଭେଦ ଏହି ବ୍ୟବଧାନକୁ ବଢ଼ାଇଚାଲିଛି। ୨୦୦୬ ପରଠୁ ପାଲେଷ୍ଟିନୀୟ ପକ୍ଷ ଫତହ ସହ ଲଢ଼େଇ କରି ବିଭିନ୍ନ ଭାଗରେ ବିଭକ୍ତ ହୋଇଛି। ଇତିମଧ୍ୟରେ ଇସ୍‌ଲାମିକ୍‌ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଗାଜା ଷ୍ଟ୍ରିପ୍‌ ଉପରେ ନିଜ କର୍ତ୍ତୃତ୍ୱ ଜାହିର କରି ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛି। ୨୦୧୩ ଜୁଲାଇରେ ଶେଷ ଶାନ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା, କିନ୍ତୁ ତାହା ବର୍ଷକ ପରେ ବନ୍ଦ ହୋଇଯାଇଥିଲା। ୨୦୦୬ ପରଠୁ ହମାସ୍‌ ଓ ଇସ୍ରାଏଲ୍‌ ୫ଟି ଯୁଦ୍ଧ ଲଢ଼ିସାରିଛନ୍ତି। ସଦ୍ୟତମ ଯୁଦ୍ଧ ୨୦୨୩ ଅକ୍ଟୋର ୭ରେ ଆରମ୍ଭ ହୋଇଛି।

ସାମ୍ପ୍ରତିକ ସ୍ଥିତି

ଇସ୍ରାଏଲୀ ସହରଗୁଡ଼ିକ ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଓ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ହମାସ୍‌ ଗୋଷ୍ଠୀକୁ ଚର୍ଚ୍ଚିତ କରିଛି। ଏହି ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ଶନିବାର ମାତ୍ର ୨୦ ମିନିଟ୍‌ ମଧ୍ୟରେ ଇସ୍ରାଏଲ ଉପରେ ୫,୦୦୦ରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରି ବିଶ୍ୱବ୍ୟାପୀ ଶିରୋନାମା ମଣ୍ଡନ କରିଛି। ହମାସ୍‌ ଆକ୍ରମଣରେ ଇସ୍ରାଏଲର ୬୦୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହୋଇଥିବାବେଳେ ୨ ହଜାରରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏହାକୁ ଯୁଦ୍ଧ ଭାବେ ଅଭିହିତ କରି ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲର ରକେଟ ମାଡ଼ରେ ପ୍ରାୟ ୪୦୦ ହମାସ୍‌ ବିଦ୍ରୋହୀ ନିହତ ଓ ୨୦୪୮ ଆହତ ହୋଇଛନ୍ତି।

ହମାସ୍‌ର ଉତ୍ପତ୍ତି

ହମାସ୍‌ର ତାତ୍ପର୍ଯ୍ୟ ହେଉଛି ଉତ୍ସାହ ବା ଆଗ୍ରହ। ୧୯୭୮ରେ ଇଜିପ୍ଟର ଅହମଦ ୟାସିନ ଏବଂ ଅବ୍‌ଦେଲ ଅଜିଜ୍‌ ଅଲ୍‌-ରାଣ୍ଟିସିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସଙ୍ଗଠନ ଇସ୍‌ଲାମିକ୍‌ ପ୍ରତିରୋଧ ଆନ୍ଦୋଳନରେ ବିଶ୍ୱାସ କରେ। ୧୯୮୮ରେ ପାଲେଷ୍ଟାଇନ୍‌କୁ ମୁକ୍ତ କରି ଇସ୍ରାଏଲ, ଓ୍ବେଷ୍ଟ ବ୍ୟାଙ୍କ ଓ ଗାଜା ଷ୍ଟ୍ରିପ୍‌କୁ ନେଇ ଏକ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗଠନ ପାଇଁ ହମାସ୍‌ ଚାର୍ଟରରେ ଲକ୍ଷ୍ୟ ରଖାଯାଇଥିଲା। ଇସ୍ରାଏଲ ପ୍ରାକ୍‌ ୧୯୬୯ ସୀମାକୁ ଘୁଞ୍ଚତ୍, ପାଲେଷ୍ଟିନୀୟ ଶରଣାର୍ଥୀଙ୍କୁ ଫେରିବାକୁ ଦିଆଗଲେ ସନ୍ଧି ସମ୍ଭବ ବୋଲି ସେହିବର୍ଷ ହମାସ୍‌ ପକ୍ଷରୁ କୁହାଯାଇଥିଲା। ତେବେ ଇସ୍ରାଏଲ ଏହାର ଦାବିକୁ ଅଗ୍ରାହ୍ୟ କରି କହିଥିଲା, ହମାସ୍‌ ବିଶ୍ୱକୁ ବୋକା ବନାଇବା ପାଇଁ ଉଦ୍ୟମ କରୁଛି।

ସମର୍ଥକ କିଏ

ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ହମାସ୍‌ର ଏକ ସାଂସ୍କୃତିକ ଶାଖା ‘ଦଓ୍ବାହ’ ଓ ସାମରିକ ବାହିନୀ ‘ଇଜ୍‌ ଅଦ-ଦିନ୍‌ ଅଲ୍‌-କାସିମ୍‌ ବ୍ରିଗେଡ୍‌’ ରହିଛି। ହମାସ୍‌କୁ ଇରାନ୍‌ ପ୍ରଚ୍ଛନ୍ନ ସମର୍ଥନ କରିଥାଏ। ଇରାନ, ସିରିଆ ଏବଂ ଲେବାନନ୍‌ର ଇସ୍‌ଲାମିକ୍‌ ଗୋଷ୍ଠୀ ହେଜ୍‌ବୋଲ୍ଲାକୁ ନେଇ ଗଠିତ ବ୍ଲକ୍‌ର ଏହା ଏକ ଅଂଶବିଶେଷ। ଏହି ବ୍ଲକ୍‌ର ସବୁ ସଦସ୍ୟ ସମ୍ପୃକ୍ତ କ୍ଷେତ୍ରରେ ଆମେରିକୀୟ ନୀତିକୁ ବିରୋଧ କରିଥାଆନ୍ତି। ଇସ୍ରାଏଲ ଉପରେ ହମାସ୍‌ର ସଦ୍ୟ ଆକ୍ରମଣକୁ ଇରାନର ବହିର୍ବ୍ୟାପାର ମନ୍ତ୍ରଣାଳୟ ସମର୍ଥନ କରିଛି। ହମାସ୍‌ର ଆକ୍ରମଣ ହେଉଛି ଜବରଦଖଲକାରୀଙ୍କ ମୁହଁରେ ପାଲେଷ୍ଟିନୀୟଙ୍କ ଚାପୁଡ଼ା। ପାଲେଷ୍ଟିନୀୟ ଭୂଖଣ୍ଡ ଓ ମଧ୍ୟପ୍ରାଚ୍ୟର ଅନ୍ୟ ଦେଶଗୁଡ଼ିକରେ ହମାସ୍‌ର ସମର୍ଥକ ରହିଛନ୍ତି। ଇରାନ, ସିରିଆ ଓ ୟେମେନ୍‌ ଏହି ଆକ୍ରମଣକୁ ବୀରତ୍ୱ କହି ସମର୍ଥନ କରିଛି। ବର୍ତ୍ତମାନର ସ୍ଥିତି ପାଇଁ କାତାର ଇସ୍ରାଏଲକୁ ଦାୟୀ କରିଛି। ଆରବ ଲିଗ୍‌ ଓ ଜୋର୍ଡାନ ମଧ୍ୟ ଇସ୍ରାଏଲୀ ନୀତିଗୁଡ଼ିକୁ ସମାଲୋଚନା କରିଛି। ଇଜିପ୍ଟ, ମରକ୍କୋ, ସାଉଦି ଆରବ ସଂଯମ ରହିବାକୁ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷେ ଇସ୍ରାଏଲ, ଆମେରିକା, ୟୁରୋପୀୟ ସଂଘ, କାନାଡା, ଇଜିପ୍ଟ ଓ ଜାପାନ ହମାସ୍‌କୁ ଏକ ବୈଶ୍ୱିକ ଆତଙ୍କବାଦୀ ସଙ୍ଗଠନର ମାନ୍ୟତା ଦେଇଛନ୍ତି। ୨୦୧୮ରେ ଜାତିସଂଘରେ ଆଗତ ସଂକଳ୍ପନାମାରେ ହମାସ୍‌ର କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା।

ହମାସ୍‌ ବନାମ ଫତହ

ପାଲେଷ୍ଟିନୀୟ ରାଜନୈତିକ ପ୍ରେକ୍ଷାପଟରେ ହମାସ୍‌ର ଆବିର୍ଭାବ ଏହାକୁ ଫତହ ସହ ମୁହଁାମୁହଁି କରିଛି। ୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ପାଲେଷ୍ଟିନିଆନ୍‌ ନ୍ୟାଶନାଲ ଅଥରିଟି (ପିଏନ୍‌ଏ) ଅଧ୍ୟକ୍ଷ ରହିଆସିଥିବା ୟାସର ଆରାଫତ୍‌ଙ୍କ ଦ୍ୱାରା ୧୯୯୦ ଦଶକରେ ପ୍ରତିଷ୍ଠିତ ଫତହ ପରବର୍ତ୍ତୀ ସମୟରେ ସଶସ୍ତ୍ର ପ୍ରତିରୋଧରୁ ଓହରି ପାଲେଷ୍ଟାଇନ୍‌ ରାଷ୍ଟ୍ର ଗଠନ ପାଇଁ ଉଦ୍ଦିଷ୍ଟ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାକୁ ସମର୍ଥନ କରିଥିଲା। ୨୦୦୪ରେ ଆରାଫତ୍‌ଙ୍କ ମୃତ୍ୟୁ ପରେ ଶୂନ୍ୟସ୍ଥାନ ସୃଷ୍ଟି ହେବାରୁ ହମାସ୍‌ର ବଳ ବୃଦ୍ଧି ଘଟିଥିଲା। ୨୦୦୭ରେ ଏହି ଗୋଷ୍ଠୀ ଫତହ ସହ ଗୃହଯୁଦ୍ଧ ପରେ ଗାଜାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ସେବେଠୁ ଗାଜା ଷ୍ଟ୍ରିପ୍‌ ଉପରେ ହମାସ୍‌ର ଦଖଲ ଥିବାବେଳେ ଓ୍ବେଷ୍ଟ ବ୍ୟାଙ୍କରେ ଫତହ କ୍ଷମତାସୀନ ରହିଛି। ହମାସ୍‌ ନିଜକୁ ଇସ୍‌ଲାମୀୟ କହୁଥିବାବେଳେ ଫତହ ଧର୍ମନିରପେକ୍ଷତାର ଓକିଲାତି କରିଥାଏ। ଇସ୍ରାଏଲକୁ ସ୍ବୀକୃତି ଦେଉ ନ ଥିବା ହମାସ୍‌ ସଶସ୍ତ୍ର ବିଦ୍ରୋହର ଆହ୍ବାନ ଦେଉଥିବାବେଳେ ଫତହ ଆଲୋଚନା ଜରିଆରେ ସମାଧାନର ବାଟ ଖୋଜିଥାଏ। ଏହି ୨ ଗୋଷ୍ଠୀ ଗତ ୨ ଦଶନ୍ଧି ଧରି ପରସ୍ପର ସହ ଲଢ଼େଇ କରିଆସିଛନ୍ତି। ବର୍ତ୍ତମାନ ଫତହର ନେତୃତ୍ୱ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମୋହମୁଦ୍‌ ଅବ୍ବାସ ନେଉଛନ୍ତି।

ହେଜ୍‌ବୋଲ୍ଲା ଟାର୍ଗେଟରେ ଇସ୍ରାଏଲ

ଲେବାନନ୍‌ର ହେଜ୍‌ବୋଲ୍ଲା ବିବାଦୀୟ ଶେହବା ଫାମର୍‌ସରେ ଇସ୍ରାଏଲର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିବା ନେଇ ରବିବାର ଦାବି କରିଛି। ହମାସ ବନ୍ଧୁକଧାରୀମାନେ ଗାଜାରୁ ଇସ୍ରାଏଲ ଉପରେ ଅଭୂତପୂର୍ବ ଆକ୍ରମଣ କରିବା ପରେ ପାଲେଷ୍ଟିନୀୟ ଲୋକଙ୍କ ସମର୍ଥନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ହେଜ୍‌ବୋଲ୍ଲା କହିଛି। ୧୯୭୫-୯୦ ଗୃହଯୁଦ୍ଧ ବେଳେ ଇରାନର ରିଭୋଲ୍ୟୁଶନାରି ଗାଡର୍‌ସ ପକ୍ଷରୁ ୧୯୮୨ରେ ପ୍ରତିଷ୍ଠିତ ଏହି ଶିଆ ଗୋଷ୍ଠୀକୁ ଇରାନ ସମର୍ଥନ କରିଥାଏ। ଅନ୍ୟପକ୍ଷେ ଆମେରିକା ସମେତ ଅନେକ ରାଷ୍ଟ୍ର ହେଜ୍‌ବୋଲ୍ଲାକୁ ଆତଙ୍କବାଦୀ ସଙ୍ଗଠନ ଆଖ୍ୟା ଦେଇଛନ୍ତି।

ଇସ୍ରାଏଲକୁ ଯୁଦ୍ଧବିମାନ, ଜାହାଜ ଦେବ ଆମେରିକା

ଇସ୍ରାଏଲ୍‌କୁ ସହାୟତା ଦେବା ପାଇଁ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳକୁ ପେଣ୍ଟାଗନ୍‌ ଏକ ଫୋର୍ଡ କ୍ୟାରିୟର ଷ୍ଟ୍ରାଇକ୍‌ ଗ୍ରୁପ୍‌ ପଠାଇବ ବୋଲି ରବିବାର ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ସୂଚନା ଦେଇଛନ୍ତି। ୟୁଏସ୍‌ଏସ୍‌ ଗେରାଲ୍ଡ ଆର୍‌. ଫୋର୍ଡ, ସେଥିରେ ଥିବା ୫,୦୦୦ ନାବିକ ଏବଂ ଯୁଦ୍ଧବିମାନଗୁଡ଼ିକ ସହ କ୍ରୁଜର୍ସ, ବିଧ୍ୱଂସକକୁ ପଠାଯିବ। ଇସ୍ରାଏଲ ସରକାର ରବିବାର ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିବା ସହ ହମାସ୍‌ ବିରୋଧରେ ବଡ଼ ସାମରିକ ପଦକ୍ଷେପ ନେଇଛି। ଇସ୍ରାଏଲର ରକେଟ ମାଡ଼ରେ ୧୦ ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଯାଇଛି।

ନେତାନ୍ୟାହୁଙ୍କୁ ଫୋନ୍‌ କଲେ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଫୋନ୍‌ କରି ହମାସ୍‌ର ବର୍ବର ଆକ୍ରମଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଆକ୍ରମଣରେ କେତେ ଆମେରିକୀୟ ନିହତ ହୋଇଛନ୍ତି ଓ କେତେଜଣଙ୍କୁ ହମାସ୍‌ ପଣବନ୍ଦୀ କରି ରଖିଛି ତାହା ଉପରେ ଓ୍ବାଶିଂଟନ୍‌ର ନଜର ରହିଥିବା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ସୂଚନା ଦେଇଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ହମାସ୍‌ ଆକ୍ରମଣରେ ୪ ଆମେରିକୀୟ ନିହତ ଓ ଅନେକେ ନିଖୋଜ ହୋଇଯାଇଛନ୍ତି।

ଇସ୍ରାଏଲରୁ ମୁମ୍ବାଇ ଫେରିଲେ ନୁଶରତ୍‌

ବଲିଉଡ୍‌ ଅଭିନେତ୍ରୀ ନୁଶରତ ଭରୁଚା ହାଫିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବା ପାଇଁ ଇସ୍ରାଏଲ ଯାଇଥିଲେ। ସେଠାରେ ତାଙ୍କ ଫିଲ୍ମ ‘ଅକେଲି’ ର ସ୍କ୍ରିନିଂ କାର୍ଯ୍ୟକ୍ରମ ରହିଥିଲା। ଏହି ଫିଲ୍ମରେ ଇସ୍ରାଏଲୀ କଳାକାର ସାହି ହାଲେଭି ଓ ଅମିର ବୁଟ୍ରୋସ୍‌ ମଧ୍ୟ ଅଭିନୟ କରିଛନ୍ତି। ତେବେ ଶନିବାର ଯୁଦ୍ଧ ଆରମ୍ଭ ହେବା ପରେ ସେଠାରେ ସେ ଫସିଯାଇଥିଲେ। ୩୮ ବର୍ଷୀୟା ଅଭିନେତ୍ରୀ ଓ ତାଙ୍କ ଟିମ୍‌ ରବିବାର ଅପରାହ୍ନ ୨ଟାରେ ମୁମ୍ବାଇ ଫେରିଛନ୍ତି। ଭାରତୀୟ ଦୂତାବାସ ଜରିଆରେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରେ ସେମାନେ ଆଶ୍ୱସ୍ତି ଲାଭ କରି ଈଶ୍ୱରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

ତୈଳ ବଜାରରେ ଲାଗିବ ନିଅଁ।

ଭାରତ ନିଜ ଅନ୍ୟତମ ପୁରୁଣା ବନ୍ଧୁ ଇସ୍ରାଏଲକୁ ସମର୍ଥନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି। ଆତଙ୍କବାଦୀ ଆକ୍ରମଣ ଓ ଏହାର ପ୍ରତିଆକ୍ରମଣ ଜାରି ରହିଲେ ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧ ହୋଇପାରେ। ଏହାର ପ୍ରଭାବରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଭଳି ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ବଢ଼ିବ। ବିଶେଷକରି ହମାସ୍‌କୁ ସମର୍ଥନ କରୁଥିବା ଇରାନ ଯଦି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ହୁଏ, ତେବେ କ୍ରୁଡ୍‌ ଅଏଲ୍‌ ଦର ବୃଦ୍ଧି ପାଇବ। ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଆକାଶଛୁଅଁ। ହେବ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶୁକ୍ରବାର କ୍ରୁଡ୍‌ ଅଏଲ୍‌ ବ୍ୟାରେଲ ପିଛା ୮୨.୮୧ ଡଲାର ଥିବାବେଳେ ବ୍ରେଣ୍ଟ ଅଏଲ୍‌ ବ୍ୟାରେଲ ପିଛା ୮୪.୪୩ ଡଲାର ରହିଥିଲା। ଏହାବାଦ୍‌ ସୁନା ଦର ବଢ଼ିବା ସହ ଡଲାର ମଧ୍ୟ ମଜଭୁତ୍‌ ହେବ। ଏପରି ହେଲେ ଶୁକ୍ରବାର ୮୩.୧୧୪ରେ ବନ୍ଦ ହୋଇଥିବା ଭାରତୀୟ ଟଙ୍କା ଆହୁରି ଦୁର୍ବଳ ଅବସ୍ଥାକୁ ଖସିବ। ଭାରତୀୟ ପୁଞ୍ଜି ବଜାର ଉପରେ ଏହାର କୁପ୍ରଭାବ ପଡ଼ିବ। ଇସ୍ରାଏଲ ହେଉଛି ଏସୀୟ ବଜାରରେ ଭାରତର ତୃତୀୟ ବାଣିଜି୍ୟକ ସହଯୋଗୀ। ରୁଷିଆ ପରେ ଇସ୍ରାଏଲ ହେଉଛି ଭାରତକୁ ସର୍ବାଧିକ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ରାଷ୍ଟ୍ର। ଭାରତ ଓ ଇସ୍ରାଏଲ ମଧ୍ୟରେ ବାର୍ଷିକ ୭୪,୦୦୦ କୋଟି ଟଙ୍କାର ସାମରିକ ବ୍ୟବସାୟ ରହିଛି। ଯୁଦ୍ଧ ବଢ଼ିଲେ ରୁଷିଆ ଭଳି ଇସ୍ରାଏଲ ମଧ୍ୟ ଭାରତକୁ ଅଧିକ ପ୍ରତିରକ୍ଷା ସରଞ୍ଜାମ ପଠାଇପାରିବ ନାହିଁ। ଫଳରେ ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ଭାରତକୁ ଅଧିକ ନିର୍ଭରଶୀଳ ହେବାକୁ ପଡ଼ିବ।

ଜର୍ମାନ୍‌ ମହିଳାଙ୍କୁ ଟ୍ରକ୍‌ରେ ବାନ୍ଧି ଉଲଗ୍ନ ପରେଡ୍‌

ଇସ୍ରାଏଲ ରାସ୍ତାରେ ଜର୍ମାନୀର ଜଣେ କ୍ଷତବିକ୍ଷତ ତଥା ଉଲଗ୍ନ ମହିଳା ପର୍ଯ୍ୟଟକଙ୍କୁ ହମାସ୍‌ ପରେଡ୍‌ କରାଇବା ଭଳି ବର୍ବର ତଥା ବିଚଳିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ଏକ ପିକ୍‌ଅପ୍‌ ଟ୍ରକ୍‌ ପଛରେ ତାଙ୍କୁ ବାନ୍ଧି ବୁଲାଉଥିବାବେଳେ ଅନ୍ୟମାନେ ଚିତ୍କାର କରୁଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୩୦ ବର୍ଷୀୟା ଶନି ଲୋଉକ୍‌ ଜଣେ ଟାଟ୍ଟୁ ଆର୍ଟିଷ୍ଟ। ସେ କିବ୍ବଟ୍‌ଜ ଉରିମ୍‌ରେ ଅନୁଷ୍ଠିତ ଏକ ମ୍ୟୁଜିକ୍‌ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଜର୍ମାନୀରୁ ଆସିଥିଲେ। ଗାଜା ସୀମାରୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ଏପରି କାଣ୍ଡ ଭିଆଇଛନ୍ତି।

ବର୍ତ୍ତମାନର ଉତ୍ତେଜନା ଆଉ ଏକ ଅତ୍ୟନ୍ତ ବିପଜ୍ଜନକ ତଥା ହିଂସାମତ୍କ ସ୍ଥିତି ଆଡ଼କୁ ମୁହଁାଇଛି। ଏହା ହେଉଛି ଜାତିସଂଘ ଓ ଏହାର ସୁରକ୍ଷା ପରିଷଦ ସଂକଳ୍ପନାମାକୁ କାର୍ଯ୍ୟକାରୀ କରା ନ ଯିବାର ଫଳ। ଆମେରିକା ମଧ୍ୟ ଏଥିପାଇଁ ଦାୟୀ। ତେବେ ପାଲେଷ୍ଟିନୀୟ ଓ ଇସ୍ରାଏଲୀ ପକ୍ଷ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରନ୍ତୁ।
– ମାରିଆ ଜାଖରୋଭା, ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର
ପାଲେଷ୍ଟାଇନ୍‌ ଓ ଇସ୍ରାଏଲ ମଧ୍ୟରେ ଲାଗିରହିଥିବା ସାମ୍ପ୍ରତିକ ଉତ୍ତେଜନାକୁ ନେଇ ଚାଇନା ଚିନ୍ତିତ। ଆମେ ଉଭୟ ପକ୍ଷଙ୍କୁ ଶାନ୍ତ ଓ ସଂଯମ ରହିବାକୁ ଆହ୍ବାନ ଦେଉଛୁ। ଦୁଇ ପକ୍ଷ ଶତ୍ରୁତା ଛାଡ଼ି ନାଗରିକଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରନ୍ତୁ।
– ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌, ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜିଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଚାଲିଥିଲା ଛାଡପତ୍ର ମାମଲା

ରିଚମଣ୍ଡ,୧୭।୪: ପୂର୍ବତନ ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜଷ୍ଟିନ ଫେୟାରଫ୍ୟାକ୍ସଙ୍କ ସହ ଜଡିତ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏବଂ କୋର୍ଟ ରେକର୍ଡ ଅନୁଯାୟୀ, ଫେୟାରଫ୍ୟାକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri