ଇରାନ ପରେ ହଠାତ୍‌ ଏହି ଦେଶ ଉପରେ ଆକ୍ରମଣ କଲା ଇସ୍ରାଏଲ: ଚାରିଆଡ଼େ ଧୂଆଁମୟ

ଜେରୁଜେଲମ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଭୟଙ୍କର ଯୁଦ୍ଧ ଶେରେ ଥମିଛି। ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ଏହା ବିଶ୍ୱାସ କରାଯାଉଥିଲା ଯେ, ଏବେ ମଧ୍ୟପ୍ରାଚ୍ୟର ପରିସ୍ଥିତି କିଛିଟା ସ୍ବାଭାବିକ ହେବ। କିନ୍ତୁ ଇସ୍ରାଏଲ ହଠାତ୍‌ ଲେବାନନ ଆଡକୁ ଧ୍ୟାନ ଦେଇଛି। ଶୁକ୍ରବାର ଇସ୍ରାଏଲ ଦକ୍ଷିଣ ଲେବାନନରେ ବଡ଼ ଧରଣର ବିମାନ ଆକ୍ରମଣ କରିଥିଲା, ଯାହା ସମଗ୍ର ଅଞ୍ଚଳରେ ଭୟଙ୍କର ବାତାବରଣ ସୃଷ୍ଟି କରିଥିଲା।

ଇସ୍ରାଏଲୀ ଯୁଦ୍ଧ ବିମାନର ଗର୍ଜନ ସହିତ ଏହି ଅଞ୍ଚଳରେ ଅନେକ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ଏହା ବ୍ୟତୀତ ଦକ୍ଷିଣ ଲେବାନନର ଅନେକ ସ୍ଥାନରେ ଡ୍ରୋନ ମଧ୍ୟ ଉଡ଼ୁଥିବା ଦେଖାଯାଇଥିଲା।

ଇସ୍ରାଏଲୀ ସେନା କହିଛି, ଏହା ହିଜବୋଲାର କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଏହି ଆକ୍ରମଣ କରିଥିଲା। ଦକ୍ଷିଣ ଲେବାନନର ନାବାଟିଆହ ଅଲ-ଫୌକା ଏବଂ ଇକଲିମ ଅଲ-ତୁଫା ପାହାଡ଼ ଉପରେ ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଥିଲା।

ଇସ୍ରାଏଲୀ ସେନା କହିଛି ଯେ, ଇସ୍ରାଏଲୀ ଯୁଦ୍ଧ ବିମାନ ଦକ୍ଷିଣ ଲେବାନନର ମାଉଣ୍ଟ ଶୁକେଫ ଅଞ୍ଚଳରେ (ସ୍ଥାନୀୟ ଭାବରେ ଅଲି ଅଲ-ତାହେର କୁହାଯାଉଥିବା) ଏକ ଗୁପ୍ତସ୍ଥାନକୁ ଟାର୍ଗେଟ କରିଥିଲା। ଏହି ଆଡ୍ଡାକୁ ହିଜବୁଲାର ଅଗ୍ନି ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟବହାର କରାଯାଉଥିଲା। ଏହା ଏକ ଭୂତଳ ପ୍ରକଳ୍ପର ଅଂଶ, ଯାହା ପୂର୍ବରୁ ଇସ୍ରାଏଲୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ଏବେ ପୁନଃନିର୍ମାଣ କରାଯାଉଛି।

ଆକ୍ରମଣର ଠିକ ଗୋଟିଏ ଦିନ ପୂର୍ବରୁ, ହିଜବୁଲାର ଉପମୁଖ୍ୟ ଶେଖ ନଇମ କାସିମ ସ୍ପଷ୍ଟ ଭାବରେ କହିଥିଲେ, ଲେବାନନ କାହାର ଚାପରେ ଆସିବ ନାହିଁ କିମ୍ବା ଦଖଲ ଗ୍ରହଣ କରିବ ନାହିଁ। ଏହା ଆମର ଦେଶ, ଆମେ ଏହାକୁ ସମ୍ମାନର ସହିତ ଚାହୁଁଛୁ ଏବଂ ଆମେ ଏଥିପାଇଁ ଲଢ଼ିବୁ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରେ ଯୁଦ୍ଧବିରତି ଚୁକ୍ତି ପରେ ମଧ୍ୟ ଇସ୍ରାଏଲ ଲେବାନନରେ ନିୟମିତ ଆକ୍ରମଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri