ମିଶରରେ ଭେଟ ହେଲେ ଇସ୍ରାଏଲ-ପାଲେଷ୍ଟାଇନ ପ୍ରତିନିଧୀ, ଆମେରିକା କଲା ସ୍ବାଗତ…

କାଏରୋ,୨୦।୩ : ଉତ୍ତେଜନାକୁ ଦୂର କରିବା ପାଇଁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପ୍ରତିନିଧୀ ମିଶରରେ ଭେଟ ହୋଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନର ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପାଇଁ ଉଭୟ ପକ୍ଷ ଶର୍ମ-ଏଲ-ଶେଖରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଆମେରିକା ଏହି ପଦକ୍ଷେପକୁ ସ୍ବାଗତ କରିଛି।

ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ବାଇଡେନ ଇସ୍ରାଏଲ, ପାଲେଷ୍ଟାଇନ କର୍ତ୍ତୃପକ୍ଷ, ଇଜିପ୍ଟ, ଜୋର୍ଡାନ ଏବଂ ଆମେରିକାର ବରିଷ୍ଠ ରାଜନୈତିକ ତଥା ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଏକ ବୈଠକକୁ ସ୍ବାଗତ କରିଛନ୍ତି। ଏଥି ସହିତ ସୁରକ୍ଷା ସମନ୍ନ୍ବୟ ବଢ଼ାଇବା, ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିନ୍ଦା କରିବା ଏବଂ ଦୁଇ-ରାଜ୍ୟ ସମାଧାନର କାର୍ଯ୍ୟକ୍ଷମତା ବଜାୟ ରଖିବା ପାଇଁ ବିଡେନ ତୁରନ୍ତ ସହଯୋଗର ପଦକ୍ଷେପ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଛନ୍ତି।

Share