ଶୀଘ୍ର କରୋନା ଟିକା ପାଇବାକୁ ଇସ୍ରାଏଲ ଦେଲା ଦୁଇଗୁଣା ଅର୍ଥ

ଲଣ୍ଡନ,୧୦ ।୧: କରୋନା ମହାମାରୀଠାରୁ ରକ୍ଷା ପାଇବାକୁ ଏବେ ସମସ୍ତଙ୍କ ନଜର ଭ୍ୟାକ୍ସିନ ଉପରେ । ଜଣାପଡିଛି କି କରୋନା ଟିକାକରଣ ମାମଲାରେୀ ଏବେ ଇସାଏଲ ସାରା ବିଶ୍ୱରେ ସବୁଠାରୁ ଆଗରେ ରହିଛି । ଇସ୍ରାଏଲ ୨୦ ଦିନରେ ନିଜ ଜନସଂଖ୍ୟାର ୫ ପ୍ରତିଶତଙ୍କୁ ଟିକା ଦେଇଥିବା କୁହାଯାଉଛି । ଅର୍ଥାତ୍ ପାଖାପାଖି ୧୮ ଲକ୍ଷ ଲୋକଙ୍କୁ ଇସ୍ରାଏଲ ଟିକା ଦେଇ ସାରିଲାଣି । ଏଥିପାଇଁ ଇସ୍ରାଏଲ ୫୦ ପ୍ରତିଶତ ଅଧିକ ଅର୍ଥ ଦେଇଛି । ଫଳରେ ଅଧିକ ପରିମାଣରେ ଭ୍ୟାକ୍ସିନ ଓ ଶୀଘ୍ର ଯେମିତି ପହଞ୍ଚିପାରିବ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର ସିଇଓ ଅଲବର୍ଟ ବୋର୍ଲଙ୍କୁ କିଛିଦିନ ମଧ୍ୟରେ ୧୭ ଥର ଫୋନ୍ କରିଥିବା କୁହାଯାଏ । କାରଣ ତାଙ୍କୁ ଖୀଘ୍ର ଓ ଅଧିକ ପରିମାଣରେ ଡୋଜ୍ ମିଳିବା ଦରକାର । ତେବେ ଇସ୍ରାଏଲର ଜଣେ ବିରୋଧୀ ନେତା ଏହି ସୂଚନା ଦେଇଥିବା କୁହାଯାଉଛି । ସେ କହିଛନ୍ତି ନେତନ୍ୟାହୁ ନିଜର ଖରାପ ଇମଜେ ଓ ରାଜନୈତିକ ସ୍ଥିତିକୁ ସୁଧାରିବାକୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି । ଫାଇଜରର ଯେଉଁ ଭ୍ୟାକ୍ସିନ ପାଇଁ ବ୍ରିଟେନ ୩୦ୟୁରୋ(ପ୍ରାୟ ୨,୭୦୦ଟଙ୍କା) ପ୍ରତି ଡୋଜକୁ ଦେଇଛି ସେଇଠି ଇସ୍ରାଏଲ ଏଥିପାଇଁ ୪୫ ୟୁରୋ(ପ୍ରାୟ ୪,୦୦୦ଟଙ୍କା) ଦେଇଛି ।

Share