ସରକାରଙ୍କ ବିରୋଧରେ ଏକଜୁଟ ହେଲେ ୮୦ ହଜାର ଲୋକ, ପୁଟିନଙ୍କ ସହ ତୁଳନା କଲେ ନେତନ୍ୟାହୁଙ୍କୁ

ତେଲ ଆଭିବ,୧୫ ।୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଓ ତାଙ୍କ ସରକାରଙ୍କ ବିରୋଧରେ ବିରୋଧି ବେଶ କିଛି ସମୟ ହେବ ବିରୋଧ ଜାରି ରଖିଛନ୍ତି । ଏହାରି ଭିତରେ ଶନିବାର ରାତିରେ ତେଲ ଆଭିବରେ ହଜାର ହଜାର ସଂଖ୍ୟାରେ ଲୋକେ ଇସ୍ରାଏଲର ଆଇନ ପ୍ରଣାଳୀରେ ପ୍ରସ୍ତାବିତ ପରିବର୍ତ୍ତନ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ପ୍ରର୍ଶନକାରୀମାନେ ନେତନ୍ୟାହୁଙ୍କ ତୁଳନା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ କରିଛନ୍ତି । ଇସ୍ରାଏଲ ମିଡିଆର ସୂଚନା ଅନୁଯାୟୀ, କେବଳ ତେଲ ଆଭିବ କାହିଁକି ଜେରୁଜେଲମରେ ବି ନେତନ୍ୟାହୁଙ୍କୁ ବିରୋଧ କରାଯାଇଛି । କୁହାଯାଉଛି କି ସରକାରଙ୍କ ବିରୋଧରେ ପ୍ରାୟ ୮୦ ହଜାର ଲୋକ ଏକାଠି ହୋଇଥିଲେ ।

ସୂଚନାଯୋଗ୍ୟ, ଇସ୍ରାଏଲର ଆଇନ ମନ୍ତ୍ରୀ ୟାରିବ ଲେଭିନ ଗତ ସପ୍ତାହରେ ଆଇନ ପ୍ରଣାଳୀରେ ସଂଶୋଧନର ପ୍ରସ୍ତାବ ଦେଇଥିଲେ । ଆଇନ ପ୍ରଣାଳୀରେ ସଂଶୋଧନ ମାଧ୍ୟମରେ ସରକାର ଏକ ସମୀକ୍ଷା ସମିତି ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟର ନାମାଙ୍କିତ ବ୍ୟକ୍ତିଙ୍କ ମଧ୍ୟରେ ସୁଧାର କରି ଓ ସଂସଦକୁ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଅସ୍ୱିକାର କରିବାର ଅଧିକାର ଦେବାର ପ୍ରସ୍ତାବ ଦେଉଥିଲେ ।
ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟଳୟର ଅଧ୍ୟକ୍ଷ ଏସ୍ତେର ହୟାତ ଏହାକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ଏହି ପ୍ରସ୍ତାବିତ ସଂଶୋଧନ, ଆଇନ ପ୍ରଣାଳୀ ଉପରେ ଏକ ଅନିୟନ୍ତ୍ରିତ ଆକ୍ରମଣ । ଏହାଦ୍ୱାରା ଜଣାପଡୁଛି କି ସରକାର ଆଇନ ପ୍ରଣାଳୀର ସ୍ୱତନ୍ତ୍ରତା ଉପରେ ପ୍ରହାର କରିବାର ଇଚ୍ଛା ରଖିଛନ୍ତି ।
ପ୍ରଦର୍ଶନକାରୀଙ୍କ କହିବା କଥା ହେଲା ଏମାନେ ଇସ୍ରାଏଲର ଭବିଷ୍ୟତକୁ ନେଇ ଚିନ୍ତିତ । ଏହସହ ସେମାନେ ନେତନ୍ୟାହୁଙ୍କୁ ଏହି ବାର୍ତ୍ତା ଦେବାକୁ ଆସିଛନ୍ତି, ଯେ ଜନତା ଏକଥାକୁ ବରଦାସ୍ତ କରିବେ ନାହିଁ କି ସେ ଦେଶର ଲୋକତନ୍ତ୍ରକୁ ପୁନନିର୍ମାଣ ରୂପରେ କ’ଣ ମାନୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri