ଅସ୍ତ୍ରବିରତିକୁ ନେଇ ମୁହଁ ଖୋଲିଲା ଇସ୍ରାଏଲ: ଟ୍ରମ୍ପଙ୍କୁ ଥ୍ୟାଙ୍କ୍‌ ୟୁ, ଇରାନକୁ ଚେତାବନୀ

ଜେରୁଜେଲମ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଇରାନ-ଇସ୍ରାଏଲ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଇସ୍ରାଏଲ ସରକାର। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯଦି ଇରାନ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରେ, ତେବେ ଇସ୍ରାଏଲ କଡ଼ା ଜବାବ ଦେବ।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିସ୍ତୃତ ବିବୃତ୍ତିରେ କୁହାଯାଇଛି, ଇରାନର ପରମାଣୁ ଏବଂ ବାଲିଷ୍ଟିକ ବିପଦକୁ ସମାପ୍ତ କରିବା ଇସ୍ରାଏଲର ମୁଖ୍ୟ ଉଦ୍ଦେଶ୍ୟ ସଫଳତାର ସହ ହାସଲ ହୋଇଛି। ଇସ୍ରାଏଲ ‘ରାଇଜିଂ ଲାୟନ’ ଅପରେଶନର ସମସ୍ତ ଲକ୍ଷ୍ୟ ହାସଲ କରିଛି, ଯାହା ଏହାକୁ ବର୍ତ୍ତମାନ ଅସ୍ତ୍ରବିରତି ଉପରେ ସହମତ ହେବାର ଆଧାର ଦେଇଛି।

ବିବୃତ୍ତି ଅନୁଯାୟୀ, ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରତିରକ୍ଷା ମନ୍ତ୍ରୀ, ଇସ୍ରାଏଲୀ ସେନା (IDF) ମୁଖ୍ୟ ଏବଂ ମୋସାଦ ମୁଖ୍ୟଙ୍କ ସହିତ ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ କରିଥିଲେ। ଏହି ବୈଠକରେ, ଏହା ନିଷ୍କର୍ଷିତ ହୋଇଥିଲା ଯେ, ଇରାନର ପରମାଣୁ ଏବଂ ବାଲିଷ୍ଟିକ ମିଶାଇଲ୍‌ କାର୍ଯ୍ୟକ୍ରମ ରୂପରେ ଦ୍ୱୈତ ବିପଦ ଦୂର କରାଯାଇଛି।

ବିବୃତ୍ତିରେ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ତେହେରାନର କେନ୍ଦ୍ରରେ ଅନେକ ସରକାରୀ ଘାଟି ଉପରେ ଆକ୍ରମଣ ହୋଇଛି, ଯେଉଁଥିରେ ଇରାନର ଅର୍ଦ୍ଧସାମରିକ ସଂଗଠନ ‘ବାସିଜ’ର ଶହ ଶହ ସଦସ୍ୟ ନିହତ ହୋଇଛନ୍ତି ଏବଂ ଜଣେ ବରିଷ୍ଠ ପରମାଣୁ ବୈଜ୍ଞାନିକ ମଧ୍ୟ ନିହତ ହୋଇଛନ୍ତି।

ଏହି ଅପରେଶନରେ ଇସ୍ରାଏଲ ଆମେରିକା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଛି। ବିବୃତ୍ତିରେ କୁହାଯାଇଛି ଯେ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ପୂର୍ଣ୍ଣ ସମନ୍ବୟ ପରେ ଏହି ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରାଯାଇଛି।

ଇସ୍ରାଏଲ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ପକ୍ଷ ଦ୍ୱାରା ଯୁଦ୍ଧବିରତି ଉଲ୍ଲଂଘନ କରାଯାଏ, ତେବେ ଇସ୍ରାଏଲ ଜୋରଦାର ଏବଂ ନିର୍ଣ୍ଣାୟକ ଭାବରେ ଜବାବ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ନିଖୋଜ ପୋଷ୍ଟରକୁ ନେଇ ଚର୍ଚ୍ଚା: ଥାନାରେ ଅଭିଯୋଗ କଲା ବିଜେଡି

ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଖୋଜ ସମ୍ପର୍କିତ ପୋଷ୍ଟର ଲାଗିବାକୁ ନେଇ ରାଜନୈତିକ…

ଟିମ ଇଣ୍ଡିଆରେ ସୁଯୋଗ ନମିଳିବାରୁ ଭାବପ୍ରବଣ ହେଲେ ସରଫରାଜ! ଯନ୍ତ୍ରଣା ବଖାଣି କହିଲେ ଏମିତି…ଶୁଣିଲେ ଆଖିରୁ ଲୁହ ଆସିଯିବ

ନୂଆଦିଲ୍ଲୀ, ୩।୧୧: ରଣଜୀ ଟ୍ରଫିରେ ମୁମ୍ବାଇର ବ୍ୟାଟର ସରଫରାଜ ଖାନଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଚମତ୍କାର ରହିଛି। ଘରୋଇ କ୍ରିକେଟରେ ସେ ଲଗାତାର ରନ କରି ଚାଲିଛନ୍ତି। ଏହା…

ଭାରତ ସହ ଟକ୍କର ପୂର୍ବରୁ ନ୍ୟୁଜିଲାଣ୍ଡର ଅବସ୍ଥା ବେହାଲ, ୨୪ ଘଣ୍ଟାରେ ୩ ଖେଳାଳି ସିରିଜ୍‌ରୁ ବାଦ୍‌, ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ, ୩।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଆଉ ଏକ ବଡ଼ ଝଟକା। ଦଳର ଷ୍ଟାର୍‌ ବ୍ୟାଟର ଡେଭନ କନୱେ…

Video: ଏଭରେଷ୍ଟ ବେସ କ୍ୟାମ୍ପ ନିକଟରେ ୨ ହେଲିକପ୍ଟର ମୁହାଁମୁହିଁ ଧକ୍କା

କାଠମାଣ୍ଡୁ,୩।୧: ନେପାଳର ସୋଲୁଖୁମ୍ବୁରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ବଡ଼ଧରଣର ଆତଙ୍କ ସୃଷ୍ଟି ହୋଇଛି। ଏହି…

ଗ୍ଲେନ ମ୍ୟାକ୍ସୱେଲଙ୍କ ରହିଗଲା ଅବଶୋଷ: ପୂରଣ ପୂର୍ବରୁ କ୍ରିକେଟ୍‌କୁ କହିଦେଲେ ଅଲବିଦା

ନୂଆଦିଲ୍ଲୀ,୩।୧୧:ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। କେବଳ ଅନ୍ତର୍ଜାତୀୟ କ୍ରିକେଟ ନୁହେଁ, ଫାଷ୍ଟ କ୍ଲାସ ଓ ଲିଷ୍ଟ-ଏ କ୍ରିକେଟ୍‌ରୁ ମଧ୍ୟ ସେ…

ଶୁକ୍ରଙ୍କ ଚଳନରୁ ସୃଷ୍ଟି ହେଉଛି ରାଜଯୋଗ: କେବଳ ୪ ରାଶିଙ୍କ ଆରମ୍ଭ ହେଲା ସୁବର୍ଣ୍ଣ ସମୟ, ଧନବର୍ଷା ସହ ଚାକିରିରେ…

ଧନତେରସରେ ଗ୍ରହମାନଙ୍କ ଚଳନ ଯୋଗୁ ସୃଷ୍ଟି ହେଉଛି ଶୁଭ ମାଲବ୍ୟ ରାଜଯୋଗ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଗ୍ରହ ନିଜସ୍ବ ରାଶି ତୁଳାରେ ଅବସ୍ଥାନ କରିବା ଫଳରେ…

‘ଆମେ ଯୁଦ୍ଧ ଜିତି ସାରିଛୁ’ ଟ୍ରମ୍ପଙ୍କ ବଡ଼ ଦାବି; କହିଲେ, ‘ଶାନ୍ତି ପାଇଁ ଭିକ ମାଗୁଛି ତେହରାନ’

ଓ୍ବାଶିଂଟନ,୩।୧୧: ଆମେରିକା ଏବଂ ଇରାନ ମଧ୍ୟରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଚାଲିଥିବା ବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେଶମ ଦ୍ୱୀପ (Qeshm Island)…

ଦିନିକିଆ ସିରିଜ୍‌ ପୂର୍ବରୁ ଶୁବମନ ଗିଲ୍‌ଙ୍କ ବଡ଼ ବୟାନ: କହିଲେ, ବୁମ୍‌ରା-ପାଣ୍ଡ୍ୟାଙ୍କ ବିନା ବି ଆମେ…

ନୂଆଦିଲ୍ଲୀ,୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ରୁ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?