ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ କରିବା ପାଇଁ କାର୍ଯ୍ୟରତ ଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଇରାନୀୟ ଡ୍ରୋନ୍‌ ଓ ଦୂରଗାମୀ କ୍ଷେପଣାସ୍ତ୍ର ଏହା ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। ତେବେ ଆମେରିକା ଓ ବ୍ରିଟେନ୍‌ର ସହାୟତାରେ ଇସ୍ରାଏଲ୍‌ ଡିଫେନ୍ସ ସିଷ୍ଟମ୍‌ ଏକ ବଡ଼ ଧରଣର ଜୀବନହାନି ଓ କ୍ଷୟକ୍ଷତିକୁ ଏଡ଼ାଇବାରେ ସକ୍ଷମ ଦେଇଛି। ଏଥିସହ ଇସ୍ରାଏଲ୍‌କୁ ବହୁସ୍ତରୀୟ ସୁରକ୍ଷା ପ୍ରଦାନକାରୀ ପ୍ରତିରକ୍ଷା ବ୍ୟବସ୍ଥା ପୁଣି ଥରେ ନିଜ ସାମର୍ଥ୍ୟର ପ୍ରମାଣ ଦେଇଛି।

ଏରୋ: ଦୂରଗାମୀ କ୍ଷେପଣାସ୍ତ୍ରକୁ ଖସାଇବାରେ ସକ୍ଷମ ଏହି ସିଷ୍ଟମ୍‌ ଆମେରିକା ଦ୍ୱାରା ବିକଶିତ। ଇରାନ୍‌ ପକ୍ଷରୁ ଶନିବାର ରାତିରେ ଛଡ଼ାଯାଇଥିବା ମିଶାଇଲଗୁଡ଼ିକୁ ଏରୋ ସିଷ୍ଟମ୍‌ ଅନେକ ପରିମାଣରେ ଆୟତ୍ତ କରିପାରିଥିଲା। ବାୟୁମଣ୍ଡଳ ବାହାରେ କାର୍ଯ୍ୟ କରୁଥିବା ଏରୋକୁ ଯୁଦ୍ଧ ବେଳେ ୟେମେନ୍‌ରେ ହୁଥି ବିଦ୍ରୋହୀଙ୍କ ପକ୍ଷରୁ ଲଞ୍ଚ କରାଯାଇଥିବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ଇଣ୍ଟରସେପ୍ଟ ପାଇଁ ନିୟୋଜିତ କରାଯାଇଥିଲା।

ଡାଭିଡ୍‌ ସ୍ଲିଙ୍ଗ୍‌: ଏହି କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା ମଧ୍ୟ ଆମେରିକା ଦ୍ୱାରା ବିକଶିତ। ଲେବାନନ୍‌ରେ ହେଜ୍‌ବୋଲ୍ଲା ବ୍ୟବହାର କରୁଥିବା ମଧ୍ୟମ ଧରଣର ମିଶାଇଲ୍‌ଗୁଡ଼ିକୁ ଏହା ଆୟତ୍ତ କରିବାରେ ସଫଳ ହୋଇଥିବାରୁ ଏହାକୁ ଇରାନ୍‌ର କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇବାରେ ନିୟୋଜିତ କରାଯାଇଥିଲା।

ପାଟ୍ରିଅଟ୍‌: ଆମେରିକାରେ ନିର୍ମିତ ଏହି ସିଷ୍ଟମ୍‌ ହେଉଛି ଇସ୍ରାଏଲ୍‌ର ମିଶାଇଲ୍‌ ଡିଫେନ୍ସ ସିଷ୍ଟମ୍‌ର ସବୁଠୁ ପୁରୁଣା ବ୍ୟବସ୍ଥା। ୧୯୯୧ରେ ପ୍ରଥମ ଉପସାଗରୀୟ ଯୁଦ୍ଧ ବେଳେ ତତ୍କାଳୀନ ଇରାକ ରାଷ୍ଟ୍ରପତି ସଦ୍ଦାମ୍‌ ହୁସେନ୍‌ଙ୍କ ପକ୍ଷରୁ ଛଡ଼ାଯାଇଥିବା ସ୍କଡ୍‌ ମିଶାଇଲ୍‌କୁ ଏହି ବ୍ୟବସ୍ଥା ଅକାମୀ କରିଦେଇଥିଲା। ପାଟ୍ରିଅଟ୍‌ ଏବେ ଏୟାରକ୍ରାଫ୍ଟ ଏବଂ ଡ୍ରୋନ୍‌ ଖସାଇବା କାର୍ଯ୍ୟରେ ନିୟୋଜିତ ରହିଛି।

ଆଇରନ୍‌ ଡୋମ୍‌: ଆମେରିକା ସହାୟତାରେ ଇସ୍ରାଏଲ୍‌ ପକ୍ଷରୁ ବିକଶିତ ଆଇରନ୍‌ ଡୋମ୍‌ ସିଷ୍ଟମ୍‌ ଶର୍ଟ-ରେଞ୍ଜ ରକେଟ୍‌ଗୁଡ଼ିକୁ ଖସାଇବାରେ ସକ୍ଷମ। ଗତ ଦଶନ୍ଧିରୁ ଅଦ୍ୟାବଧି ଏହି ସିଷ୍ଟମ୍‌ ଅନେକ ହଜାର ରକେଟ୍‌କୁ ଇଣ୍ଟରସେପ୍ଟ କରିସାରିଲାଣି। ହମାସ୍‌ ଓ ହେଜ୍‌ବୋଲ୍ଲା ବିରୋଧୀ ଯୁଦ୍ଧବେଳେ ମଧ୍ୟ ଏହାକୁ ନିୟୋଜିତ କରାଯାଇଛି। ଏହାର ସଫଳତା ହାର୍‌ ୯୦%ରୁ ଅଧିକ ବୋଲି ଇସ୍ରାଏଲ୍‌ ପକ୍ଷରୁ କୁହାଯାଇଛି।

ଆଇରନ୍‌ ବିମ୍‌: ବାହ୍ୟ ବିପଦକୁ ଏଡ଼ାଇବା ପାଇଁ ଇସ୍ରାଏଲ୍‌ ଲେଜର ଟେକ୍ନୋଲୋଜି ଜରିଆରେ ଏକ ନୂଆ ସିଷ୍ଟମ୍‌ ବିକଶିତ କରୁଛି। ବର୍ତ୍ତମାନର ଅନ୍ୟ ପ୍ରତିରକ୍ଷା ବ୍ୟବସ୍ଥାଗୁଡ଼ିକ ତୁଳନାରେ ଏହି ସିଷ୍ଟମ୍‌ର ପରିଚଳାନା ଶସ୍ତା ହୋଇଥିବାରୁ ଇସ୍ରାଏଲ ପାଇଁ ଏହା ଗେମ୍‌ ଚେଞ୍ଜର ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri