ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ କରିବା ପାଇଁ କାର୍ଯ୍ୟରତ ଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଇରାନୀୟ ଡ୍ରୋନ୍‌ ଓ ଦୂରଗାମୀ କ୍ଷେପଣାସ୍ତ୍ର ଏହା ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। ତେବେ ଆମେରିକା ଓ ବ୍ରିଟେନ୍‌ର ସହାୟତାରେ ଇସ୍ରାଏଲ୍‌ ଡିଫେନ୍ସ ସିଷ୍ଟମ୍‌ ଏକ ବଡ଼ ଧରଣର ଜୀବନହାନି ଓ କ୍ଷୟକ୍ଷତିକୁ ଏଡ଼ାଇବାରେ ସକ୍ଷମ ଦେଇଛି। ଏଥିସହ ଇସ୍ରାଏଲ୍‌କୁ ବହୁସ୍ତରୀୟ ସୁରକ୍ଷା ପ୍ରଦାନକାରୀ ପ୍ରତିରକ୍ଷା ବ୍ୟବସ୍ଥା ପୁଣି ଥରେ ନିଜ ସାମର୍ଥ୍ୟର ପ୍ରମାଣ ଦେଇଛି।

ଏରୋ: ଦୂରଗାମୀ କ୍ଷେପଣାସ୍ତ୍ରକୁ ଖସାଇବାରେ ସକ୍ଷମ ଏହି ସିଷ୍ଟମ୍‌ ଆମେରିକା ଦ୍ୱାରା ବିକଶିତ। ଇରାନ୍‌ ପକ୍ଷରୁ ଶନିବାର ରାତିରେ ଛଡ଼ାଯାଇଥିବା ମିଶାଇଲଗୁଡ଼ିକୁ ଏରୋ ସିଷ୍ଟମ୍‌ ଅନେକ ପରିମାଣରେ ଆୟତ୍ତ କରିପାରିଥିଲା। ବାୟୁମଣ୍ଡଳ ବାହାରେ କାର୍ଯ୍ୟ କରୁଥିବା ଏରୋକୁ ଯୁଦ୍ଧ ବେଳେ ୟେମେନ୍‌ରେ ହୁଥି ବିଦ୍ରୋହୀଙ୍କ ପକ୍ଷରୁ ଲଞ୍ଚ କରାଯାଇଥିବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ଇଣ୍ଟରସେପ୍ଟ ପାଇଁ ନିୟୋଜିତ କରାଯାଇଥିଲା।

ଡାଭିଡ୍‌ ସ୍ଲିଙ୍ଗ୍‌: ଏହି କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା ମଧ୍ୟ ଆମେରିକା ଦ୍ୱାରା ବିକଶିତ। ଲେବାନନ୍‌ରେ ହେଜ୍‌ବୋଲ୍ଲା ବ୍ୟବହାର କରୁଥିବା ମଧ୍ୟମ ଧରଣର ମିଶାଇଲ୍‌ଗୁଡ଼ିକୁ ଏହା ଆୟତ୍ତ କରିବାରେ ସଫଳ ହୋଇଥିବାରୁ ଏହାକୁ ଇରାନ୍‌ର କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇବାରେ ନିୟୋଜିତ କରାଯାଇଥିଲା।

ପାଟ୍ରିଅଟ୍‌: ଆମେରିକାରେ ନିର୍ମିତ ଏହି ସିଷ୍ଟମ୍‌ ହେଉଛି ଇସ୍ରାଏଲ୍‌ର ମିଶାଇଲ୍‌ ଡିଫେନ୍ସ ସିଷ୍ଟମ୍‌ର ସବୁଠୁ ପୁରୁଣା ବ୍ୟବସ୍ଥା। ୧୯୯୧ରେ ପ୍ରଥମ ଉପସାଗରୀୟ ଯୁଦ୍ଧ ବେଳେ ତତ୍କାଳୀନ ଇରାକ ରାଷ୍ଟ୍ରପତି ସଦ୍ଦାମ୍‌ ହୁସେନ୍‌ଙ୍କ ପକ୍ଷରୁ ଛଡ଼ାଯାଇଥିବା ସ୍କଡ୍‌ ମିଶାଇଲ୍‌କୁ ଏହି ବ୍ୟବସ୍ଥା ଅକାମୀ କରିଦେଇଥିଲା। ପାଟ୍ରିଅଟ୍‌ ଏବେ ଏୟାରକ୍ରାଫ୍ଟ ଏବଂ ଡ୍ରୋନ୍‌ ଖସାଇବା କାର୍ଯ୍ୟରେ ନିୟୋଜିତ ରହିଛି।

ଆଇରନ୍‌ ଡୋମ୍‌: ଆମେରିକା ସହାୟତାରେ ଇସ୍ରାଏଲ୍‌ ପକ୍ଷରୁ ବିକଶିତ ଆଇରନ୍‌ ଡୋମ୍‌ ସିଷ୍ଟମ୍‌ ଶର୍ଟ-ରେଞ୍ଜ ରକେଟ୍‌ଗୁଡ଼ିକୁ ଖସାଇବାରେ ସକ୍ଷମ। ଗତ ଦଶନ୍ଧିରୁ ଅଦ୍ୟାବଧି ଏହି ସିଷ୍ଟମ୍‌ ଅନେକ ହଜାର ରକେଟ୍‌କୁ ଇଣ୍ଟରସେପ୍ଟ କରିସାରିଲାଣି। ହମାସ୍‌ ଓ ହେଜ୍‌ବୋଲ୍ଲା ବିରୋଧୀ ଯୁଦ୍ଧବେଳେ ମଧ୍ୟ ଏହାକୁ ନିୟୋଜିତ କରାଯାଇଛି। ଏହାର ସଫଳତା ହାର୍‌ ୯୦%ରୁ ଅଧିକ ବୋଲି ଇସ୍ରାଏଲ୍‌ ପକ୍ଷରୁ କୁହାଯାଇଛି।

ଆଇରନ୍‌ ବିମ୍‌: ବାହ୍ୟ ବିପଦକୁ ଏଡ଼ାଇବା ପାଇଁ ଇସ୍ରାଏଲ୍‌ ଲେଜର ଟେକ୍ନୋଲୋଜି ଜରିଆରେ ଏକ ନୂଆ ସିଷ୍ଟମ୍‌ ବିକଶିତ କରୁଛି। ବର୍ତ୍ତମାନର ଅନ୍ୟ ପ୍ରତିରକ୍ଷା ବ୍ୟବସ୍ଥାଗୁଡ଼ିକ ତୁଳନାରେ ଏହି ସିଷ୍ଟମ୍‌ର ପରିଚଳାନା ଶସ୍ତା ହୋଇଥିବାରୁ ଇସ୍ରାଏଲ ପାଇଁ ଏହା ଗେମ୍‌ ଚେଞ୍ଜର ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri