ପ୍ରତିଶ୍ରୁତି ସତ୍ତ୍ୱେ ଜଳ ଯୋଗାଣ ଆରମ୍ଭ କରିନାହିଁ ଇସ୍ରାଏଲ, ପାଣି ବୁନ୍ଦିଏ ପାଇଁ ଲୋକେ ଝଟପଟ

ଜେରୁଜେଲମ,୧୬।୧୦: ଗାଜା ଷ୍ଟ୍ରିପ ବର୍ତ୍ତମାନ ମୌଳିକ ସୁବିଧା ପାଇଁ ଝଟପଟ ହେଉଛି। ଇସ୍ରାଏଲ ଗାଜାବାସୀଙ୍କୁ ବିଦ୍ୟୁତ୍‌ ସମେତ ଜଳ ସୁବିଧାରୁ ବଞ୍ଚିତ କରିଛି। ଏହି ସମୟରେ ହମାସ ସୋମବାର କହିଛି ଯେ, ପ୍ରତିଶ୍ରୁତି ସତ୍ତ୍ୱେ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ଜଳ ଯୋଗାଣ ଆରମ୍ଭ କରି ନାହିଁ। ହେଲେ ଅନ୍ୟପଟେ ଜଣେ ଇସ୍ରାଏଲ ଅଧିକାରୀ ଉତ୍ତର ଦେଇଛନ୍ତି ଯେ ଏନକ୍ଲେଭ୍‌ର ଦକ୍ଷିଣରେ ଥିବା କିଛି ଅଞ୍ଚଳକୁ କିଛି ଜଳ ଯୋଗାଇ ଦିଆଯାଉଛି।

ଅକ୍ଟୋବର ୭ରେ ହମାସ ପ୍ର୍ରଦର୍ଶନକାରୀମାନେ ଦକ୍ଷିଣ ସହର ଓ ଗ୍ରାମରେ ଭଙ୍ଗାରୁଜା କରିବା ପରେ ଲଗାଯାଇଥିବା ଘେରାବନ୍ଦୀ ଅଧୀନରେ ଇସ୍ରାଏଲ ଗାଜାକୁ ଜଳ ପ୍ରବେଶ ବନ୍ଦ କରିଦେଇଥିଲା। ୱାଶିଂଟନ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ଇସ୍ରାଏଲ ପାରଇ ଯୋଗାଣ ଆରମ୍ଭ କରିଛି ବୋଲି ରବିବାର କହିଛି। ସୋମବାର ହମାସ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଇୟାଦ ଅଲ-ବୋଜୋମ କହିଛନ୍ତ, ଜଳ ଯୋଗାଣ ପୁନଃ ଆରମ୍ଭ ହୋଇନାହିଁ। ବାସିନ୍ଦାମାନେ ଅସ୍ବାସ୍ଥ୍ୟକର ପାଣି ପିଉଛନ୍ତି, ଯାହା ଏକ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ଏବଂ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।

Share