ସବୁ ସୀମା ଟପିଲାଣି ଇସ୍ରାଏଲ, ଏଣିକି ସମସ୍ତେ ନେବେ ପଦକ୍ଷେପ

ତେହରାନ,୨୯ା୧୦: ଇସ୍ରାଏଲ ସବୁ ସୀମା ଟପି ସାରିଲାଣି। ଯାହାକି ସମସ୍ତଙ୍କୁ ଏନେଇ ପଦକ୍ଷେପ ନେବାକୁ ବାଧ୍ୟ କରିପାରେ ବୋଲି ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି କହିଛନ୍ତି।

ସେ କହିଛନ୍ତି, ଇସ୍ରାଏଲର ଗାଜା ଉପରେ କରୁଥିବା ଅମାନୁଷିକ ବୋମାମାଡ଼ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଫଳରେ ଇସ୍ରାଏଲ କାର୍ଯ୍ୟକଳାପରେ ଅନ୍ୟ ଦେଶଗୁଡ଼ିକ ମିଳିତ ପଦକ୍ଷେପ ନେବାକୁ ବାଧ୍ୟ କରିପାରେ।

ସୂଚନାଯୋଗ୍ୟ, ଅକ୍ଟୋବର ୭ରେ ହମାସ୍‌ ସୀମା ପାର୍‌ ହୋଇ ୧୪୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିବା ପରଠାରୁ ଇସ୍ରାଏଲ କ୍ଷୁଦ୍ର ପାଲେଷ୍ଟାଇନ ଅଞ୍ଚଳକୁ ଟାର୍ଗେଟ୍‌ କରିଥିଲା। ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପାଲେଷ୍ଟାଇନର ମୃତ୍ୟୁସଂଖ୍ୟା ୭୭୦୦ ଅତିକ୍ରମ କରିସାରିଛି।

Share