ହମାସ ସହିତ ଯୁଦ୍ଧ କରିବା ଇସ୍ରାଏଲକୁ ପଡିଲା ମହଙ୍ଗା: ଅର୍ଥବ୍ୟବସ୍ଥା ହ୍ରାସ, ପ୍ରଡକ୍ସନ ଠପ୍‌, ବେକାରୀ ବୃଦ୍ଧି

ଜେରୁଜେଲମ, ୨୬।୧୨: ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ଅର୍ଥବ୍ୟବସ୍ଥାର ମୂଳଦୁଆକୁ ହଲାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଏହି ତ୍ରୌମାସରେ ଇସ୍ରାଏଲର ଅର୍ଥନୀତି ଦୁଇ ପ୍ରତିଶତ ହ୍ରାସ ପାଇବ। ରିପୋର୍ଟରେ କୁହାଯାଇଛି ଯେ ଏହାର କାରଣ ହେଉଛି ପାଲେଷ୍ଟାଇନ କର୍ମଚାରୀମାନେ ଯୁଦ୍ଧ ପୂର୍ବରୁ କାମ ଛାଡିଛନ୍ତି।

ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲ ପାଲେଷ୍ଟାଇନ କର୍ମଚାରୀମାନଙ୍କୁ ଗାଜାକୁ ପଠାଇ ଦେଇଥିଲା, ଯେଉଁ କାରଣରୁ ଅନେକ କାମ ବନ୍ଦ ହୋଇଯାଇଥିଲା। ଯୁଦ୍ଧ ଆରମ୍ଭ ପରେ ସରକାର ପ୍ରାୟ ୯ ଲକ୍ଷ ଲୋକଙ୍କୁ ସେନାରେ ସେବା କରିବାକୁ ଡାକିଥିଲେ। ଯୁଦ୍ଧ ମଧ୍ୟରେ ଏହି ଲୋକମାନେ ନିଜ କାମକୁ ଯାଉନାହାଁନ୍ତି । କାରଖାନାଗୁଡ଼ିକର କାର୍ଯ୍ୟ ସ୍ଥଗିତ ରହିଛି କାରଣ ଏହି ଆକ୍ରମଣ ଯୋଗୁ ସେମାନେ ବହୁ କ୍ଷତି ସହିଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ଆସନ୍ତା ବର୍ଷ ଇସ୍ରାଏଲର ଅର୍ଥବ୍ୟବସ୍ଥା ମାତ୍ର ୦.୫ ପ୍ରତିଶତ ବୃଦ୍ଧି ପାଇବ।

ଇସ୍ରାଏଲରେ ଯୁଦ୍ଧ ପରଠାରୁ ୧ଲକ୍ଷ ୯୧ହଜାର ୬୬୬ ଲୋକ ବେକାରୀ ଭତ୍ତା ପାଇଁ ଆବେଦନ କରିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ କହିଛନ୍ତି ଯେ, ସେମାନଙ୍କୁ ଜବରଦସ୍ତ ଛୁଟିରେ ପଠାଯାଇଛି, ଯେଉଁଥିପାଇଁ ସେମାନଙ୍କୁ ଦରମା ମଧ୍ୟ ଦିଆଯିବ ନାହିଁ । ସାମ୍ପ୍ରତିକ ପରିବେଶରେ ପର୍ଯ୍ୟଟନ, ନିର୍ମାଣ ଏବଂ କୃଷି କ୍ଷେତ୍ରରେ ଶ୍ରମିକମାନଙ୍କର ଅଭାବ ଦେଖାଦେଇଛି। ନିର୍ମାଣ ଶିଳ୍ପ ପାଲେଷ୍ଟାଇନ କର୍ମଚାରୀଙ୍କ ଉପରେ ନିର୍ଭର କରେ। ଶ୍ରମିକ ଅଭାବକୁ ଦୂର କରିବା ପାଇଁ ଇସ୍ରାଏଲ ଅନେକ ଦେଶରୁ ସାହାଯ୍ୟ ଲୋଡିଛି। ଭାରତରୁ ୧ ଲକ୍ଷ ଶ୍ରମିକ ପଠାଇବାକୁ ଇସ୍ରାଏଲ କହିଛି। ଏହି କ୍ରମରେ ହରିୟାଣା ସରକାର ଇସ୍ରାଏଲର ସର୍ତ୍ତ ଗ୍ରହଣ କରି ୧୦ ହଜାର ଶ୍ରମିକ ପଠାଇବା ପାଇଁ ଏକ ବିଜ୍ଞାପନ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri