ହମାସ ସହିତ ଯୁଦ୍ଧ କରିବା ଇସ୍ରାଏଲକୁ ପଡିଲା ମହଙ୍ଗା: ଅର୍ଥବ୍ୟବସ୍ଥା ହ୍ରାସ, ପ୍ରଡକ୍ସନ ଠପ୍‌, ବେକାରୀ ବୃଦ୍ଧି

ଜେରୁଜେଲମ, ୨୬।୧୨: ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ଅର୍ଥବ୍ୟବସ୍ଥାର ମୂଳଦୁଆକୁ ହଲାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଏହି ତ୍ରୌମାସରେ ଇସ୍ରାଏଲର ଅର୍ଥନୀତି ଦୁଇ ପ୍ରତିଶତ ହ୍ରାସ ପାଇବ। ରିପୋର୍ଟରେ କୁହାଯାଇଛି ଯେ ଏହାର କାରଣ ହେଉଛି ପାଲେଷ୍ଟାଇନ କର୍ମଚାରୀମାନେ ଯୁଦ୍ଧ ପୂର୍ବରୁ କାମ ଛାଡିଛନ୍ତି।

ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲ ପାଲେଷ୍ଟାଇନ କର୍ମଚାରୀମାନଙ୍କୁ ଗାଜାକୁ ପଠାଇ ଦେଇଥିଲା, ଯେଉଁ କାରଣରୁ ଅନେକ କାମ ବନ୍ଦ ହୋଇଯାଇଥିଲା। ଯୁଦ୍ଧ ଆରମ୍ଭ ପରେ ସରକାର ପ୍ରାୟ ୯ ଲକ୍ଷ ଲୋକଙ୍କୁ ସେନାରେ ସେବା କରିବାକୁ ଡାକିଥିଲେ। ଯୁଦ୍ଧ ମଧ୍ୟରେ ଏହି ଲୋକମାନେ ନିଜ କାମକୁ ଯାଉନାହାଁନ୍ତି । କାରଖାନାଗୁଡ଼ିକର କାର୍ଯ୍ୟ ସ୍ଥଗିତ ରହିଛି କାରଣ ଏହି ଆକ୍ରମଣ ଯୋଗୁ ସେମାନେ ବହୁ କ୍ଷତି ସହିଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ଆସନ୍ତା ବର୍ଷ ଇସ୍ରାଏଲର ଅର୍ଥବ୍ୟବସ୍ଥା ମାତ୍ର ୦.୫ ପ୍ରତିଶତ ବୃଦ୍ଧି ପାଇବ।

ଇସ୍ରାଏଲରେ ଯୁଦ୍ଧ ପରଠାରୁ ୧ଲକ୍ଷ ୯୧ହଜାର ୬୬୬ ଲୋକ ବେକାରୀ ଭତ୍ତା ପାଇଁ ଆବେଦନ କରିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ କହିଛନ୍ତି ଯେ, ସେମାନଙ୍କୁ ଜବରଦସ୍ତ ଛୁଟିରେ ପଠାଯାଇଛି, ଯେଉଁଥିପାଇଁ ସେମାନଙ୍କୁ ଦରମା ମଧ୍ୟ ଦିଆଯିବ ନାହିଁ । ସାମ୍ପ୍ରତିକ ପରିବେଶରେ ପର୍ଯ୍ୟଟନ, ନିର୍ମାଣ ଏବଂ କୃଷି କ୍ଷେତ୍ରରେ ଶ୍ରମିକମାନଙ୍କର ଅଭାବ ଦେଖାଦେଇଛି। ନିର୍ମାଣ ଶିଳ୍ପ ପାଲେଷ୍ଟାଇନ କର୍ମଚାରୀଙ୍କ ଉପରେ ନିର୍ଭର କରେ। ଶ୍ରମିକ ଅଭାବକୁ ଦୂର କରିବା ପାଇଁ ଇସ୍ରାଏଲ ଅନେକ ଦେଶରୁ ସାହାଯ୍ୟ ଲୋଡିଛି। ଭାରତରୁ ୧ ଲକ୍ଷ ଶ୍ରମିକ ପଠାଇବାକୁ ଇସ୍ରାଏଲ କହିଛି। ଏହି କ୍ରମରେ ହରିୟାଣା ସରକାର ଇସ୍ରାଏଲର ସର୍ତ୍ତ ଗ୍ରହଣ କରି ୧୦ ହଜାର ଶ୍ରମିକ ପଠାଇବା ପାଇଁ ଏକ ବିଜ୍ଞାପନ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri