Categories: ଜାତୀୟ

ପାଲେଷ୍ଟାଇନକୁ ସମର୍ଥନ କଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦:  ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରବିବାର ମୁମ୍ବାଇ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପଦାଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ବୈଠକରେ ସେ ପାଲେଷ୍ଟାଇନଙ୍କ ପ୍ରତି ନିଜର ସମର୍ଥନ ଦେଖାଇଛନ୍ତି। ସେ କହିଛନ୍ତି, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବିଶ୍ୱ ଶାନ୍ତି ପାଇଁ ବିପଦ। ସେଠାକାର ଜମି ଓ ଘର ପାଲେଷ୍ଟାଇନଙ୍କର ଥିଲା, ଇସ୍ରାଏଲ ଏହାକୁ କବଜା କରି ନେଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଏନସିପି ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟିଙ୍କ ଭୂମିକା ପାଲେଷ୍ଟାଇନଙ୍କୁ ସାହାଯ୍ୟ କରିବାର ଥିଲା। ଭାରତ କେବେ କାହାକୁ ସାହାଯ୍ୟ କରିନାହିଁ, ହେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଇସ୍ରାଏଲର ସମର୍ଥନ କରି ମୂଳ ବାସିନ୍ଦାଙ୍କୁ ବିରୋଧ କରୁଛନ୍ତି। ଏନସିପିର ଭୂମିକା ସ୍ପଷ୍ଟ ଯେ ଦଳ ମୂଳ ମାଲିକ ଓ ପରିଶ୍ରମିଙ୍କ ପକ୍ଷରେ ରହିଛି।

Share