ବିଧାୟକଙ୍କୁ ଅଜ୍ଞାନୀ, ମୁର୍ଖ କହିଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଫିଲ୍ମ ବ୍ୟତୀତ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ପ୍ରସଙ୍ଗରେ ନିଜର ମତାମତ ଦେଇଥାନ୍ତି। ଏବେ ଭାଜପା ନେତା ତଥା ବିଧାୟକ ସୁଧୀର ମୁଙ୍ଗତିଓ୍ବାରଙ୍କୁ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ମହାରାଷ୍ଟ୍ର ବିଧାନସଭା କ୍ଷେତ୍ରର ବିଧାୟକ ସୁଧୀର ମୁଙ୍ଗତିଓ୍ବାର ସମଲିଙ୍ଗୀ ସମ୍ପ୍ରଦାୟକୁ ଆପତ୍ତିଜନକ କଥା କହିଥିଲେ। ଯାହାକୁ ନେଇ ସୋନମ ତାଙ୍କୁ ଅଜ୍ଞାନୀ ଆଉ ମୁର୍ଖ କହିଛନ୍ତି। ସୋନମ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି।

ସୋନମ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଛନ୍ତି, ଏଥିରେ ସେ ବିଧାୟକ ସୁଧୀର ମୁଙ୍ଗତିଓ୍ବାରଙ୍କ କଥା କହିଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ସୁଧୀର ଅଜ୍ଞାନୀ, ମୁର୍ଖ ଏବଂ ଅସହିଷ୍ଣୁତାରେ ପୂର୍ଣ୍ଣ। ସୋନମଙ୍କ ଏହି ମେସେଜ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share