Categories: ଫୁରସତ

ବର୍ଷକୁ ଦୁଇଥର ବଦଳିଥାଏ ଏହି ଦ୍ୱୀପର ମାଲିକାନା

ବିଶ୍ୱରେ ଏମିତି ଏକ ଦ୍ୱୀପ ଅଛି, ଯାହାର ମାଲିକାନା ପ୍ରତି ୬ ମାସରେ ବଦଳିଥାଏ। ଦ୍ୱୀପଟି ଫ୍ରାନ୍ସ ଏବଂ ସ୍ପେନ୍‌ ମଝିରେ ଅବସ୍ଥିତ। ଯେଉଁଥିପାଇଁ ପ୍ରତି ୬ ମାସରେ ଦ୍ୱୀପଟି ଦେଶ ବଦଳାଇଥାଏ। ଏହି ଦୁଇ ଦେଶ ୬ ମାସ ଲେଖାଏ ଉକ୍ତ ଦ୍ୱୀପରେ ମାଲିକାନା ଜାହିର କରିଥାନ୍ତି। ଦ୍ୱୀପଟିର ନାମ ଫିଜାଣ୍ଟ୍‌। ଏହାର ଲମ୍ବ ୨୦୦ ମିଟର ଏବଂ ଚଉଡ଼ା ୪୦ ମିଟର। ଏହା ଏକ ଶାନ୍ତ ଦ୍ୱୀପ ଭାବରେ ଜଣାଶୁଣା। ଖାସ୍‌ କଥା ହେଲା, ଏହି ଦ୍ୱୀପକୁ ନେଇ ଫ୍ରାନ୍ସ ଏବଂ ସ୍ପେନ୍‌ ମଧ୍ୟରେ କେବେ ଝଗଡ଼ା ହୋଇନାହିଁ। ଦୁଇ ଦେଶ ପ୍ରତି ୬ ମାସରେ ନିଜ ଇଚ୍ଛାରେ ମାଲିକାନା ପରିବର୍ତ୍ତନ କରିଦିଅନ୍ତି। ଏହି ପରମ୍ପରା ପ୍ରାୟ ୩୫୦ ବର୍ଷ ଧରି ଚାଲିଆସୁଛି। ଉକ୍ତ ଦ୍ୱୀପଟି ଫେବୃୟାରୀ ପହିଲାରୁ ଜୁଲାଇ ୩୧ ଯାଏ ସ୍ପେନ୍‌ ନିକଟରେ ରହୁଥିବା ବେଳେ ଅଗଷ୍ଟ ପହିଲାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଫ୍ରାନ୍ସ ନିକଟରେ ରହିଥାଏ। ଏହି ଦୁଇ ଦେଶକୁ ଅଲଗା କରିଛି ନଦୀ ବିଦାସୋ। ୧୬୬୯ ମସିହାରୁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିକୁ ପାଇନ୍‌ସ କୁହାଯାଏ।

Share