Categories: ଖେଳ

୧୮ ବର୍ଷ ବୟସରେ କୋଚ୍‌ଙ୍କ ଝିଅକୁ ଭଲପାଇ ବସିଥିଲେ ଏହି ଖେଳାଳି

ଭାରତରେ ଖେଳ ମଧ୍ୟରେ କ୍ରିକେଟକୁ ସମସ୍ତେ ଭଲ ପାଆନ୍ତି। କ୍ରିକେଟ ବ୍ୟତିତ ଯଦି ଅନ୍ୟ କେଉଁ ଖେଳକୁ ଭାରତରେ ଗୁରୁତ୍ୱ ଦିଆଯାଏ ତେବେ ତାହା ହେଲା ଫୁଟବଲ୍‌। ଏବେ ଗୋଆରେ ଚାଲିଥିବା ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ ସମସ୍ତଙ୍କର ମନୋରଞ୍ଜନ କରୁଛି। ଏହି ଅବସରରେ ଦୁନିଆର ଅନେକ ଫୁଟବଲ ଖେଳାଳି ଖେଳୁଛନ୍ତି। ହେଲେ ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ପ୍ରଶଂସକ ରହିଛନ୍ତି ବାଙ୍ଗାଲୁରୁର ଅଧିନାୟକ ସୁନୀଲ ଛେତ୍ରି। ସୁନୀଲ ଭାରତୀୟ ଫୁଟବଲ ଦଳର ଅଧିନାୟକ ମଧ୍ୟ। ପ୍ରଶଂସକ ତାଙ୍କର ଖେଳ ସାଙ୍ଗକୁ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ମଧ୍ୟ। ସୁନୀଲଙ୍କ ପ୍ରେମ କାହାଣୀ ବଲିଉଡ୍‌ ଫିଲ୍ମଠାରୁ କିଛି କମ୍‌ ନୁହେଁ। ବହୁତ କମ୍‌ ଲୋକ ଜାଣନ୍ତି ଯେ, ସୁନୀଲ ୧୮ ବର୍ଷ ବୟସରେ ତାଙ୍କର କୋଚ୍‌ଙ୍କ ଝିଅକୁ ସୋନମ ଭଟ୍ଟାଚାର୍ଯ୍ୟଙ୍କୁ ଭଲପାଇ ବସିଥିଲେ। ସୋନମ ହେଉଛନ୍ତି ପ୍ରସିଦ୍ଧ ଭାରତୀୟ ଫୁଟବଲର ସୁବ୍ରତ ଭଟ୍ଟାଚାର୍ଯ୍ୟଙ୍କ ଝିଅ। ସୁବ୍ରତ ମୋହନ ବାଗାନର ଖେଳାଳି ଥିଲେ। ଏବେ ସେ ପ୍ରଶିକ୍ଷକ । ସୁନୀଲ ମଧ୍ୟ ମୋହନ ବାଗାନଙ୍କ ପାଇଁ ମ୍ୟାଚ ଖେଳିଥିଲେ। ଏହିଠାରୁ ସୁନୀଲ ଏବଂ ସୋନମଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା।
ସୋନମ ବାପାଙ୍କ ଫୋନ୍‌ରୁ ସୁନୀଲଙ୍କ ମୋବାଇଲ ନମ୍ବର ଚୋରିକରି ନେଇଥିଲେ। ସୁନୀଲଙ୍କୁ ମେସେଜ୍‌ କରିଥିଲେ ଯେ, ହାଏ, ମୁଁ ସୋନମ, ତୁମର ବଡ଼ ପ୍ରଶଂସକ। ମୁଁ ଆପଣଙ୍କୁ ଦେଖାକରିବାକୁ ଚାହୁଁଛି। ହେଲେ ସୁନୀଲ ଜାଣିପାରି ନ ଥିଲେ ସେ ସୋନମ କିଏ ବୋଲି। ଏକ ସାକ୍ଷାତକାରରେ ନିଜେ ସୁନୀଲ ଏ କଥା କହିଥିଲେ। ଏହା ପରେ ସୁନୀଲ ସୋନମଙ୍କୁ ଦେଖାକରିବା ପରେ ସେ ତାଙ୍କ କୋଚ୍‌ଙ୍କ ଝିଅ ବୋଲି ଜାଣିପାରିଥିଲେ। ସେତେବେଳେ ସୋନମ ମାତ୍ର ୧୫ ବର୍ଷର ଥିଲେ। ତେଣୁ ସୁନୀଲ ତାଙ୍କୁ କହିଥିଲେ, ଏବେ ତମେ ଛୋଟ ପିଲା, ପାଠ ପଢ଼ା ପ୍ରତି ଧ୍ୟାନ ଦିଅ। ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଲାଗିରହିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ସେମାନଙ୍କ ନିର୍ବନ୍ଧ ସମୟରେ ସୁନୀଲ ଆଣ୍ଠୁରେ ବସି ସୋନମଙ୍କୁ ମୁଦି ପିନ୍ଧାଇଥିଲେ। ୧୬ ବର୍ଷ ପର୍ଯ୍ୟନ୍ତ ଉଭୟ ସମ୍ପର୍କରେ ରହିବା ପରେ ୨୦୧୭ରେ ସେମାନେ ବିବାହ କରିଥିଲେ।

Share