Posted inଖେଳ

ଆଇଏସ୍ଏଲ୍: ଜୁଆନ୍ ଫେରେଣ୍ଡୋଙ୍କୁ ବହିଷ୍କାର କଲା ମୋହନ ବାଗାନ୍, ହାବାସ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କୋଚ୍

ନୂଆଦିଲ୍ଲୀ, ୩।୧: ୨୦୨୩-୨୪ ସିଜିନରେ ଲଗାତାର ଖରାପ ପ୍ରଦର୍ଶନ କାରଣରୁ ଇଣ୍ଡିଆନ୍ ସୁପର ଲିଗ୍ ଦଳ ମୋହନ ବାଗାନ୍ ସୁପର ଜାଏଣ୍ଟ ଏହାର ମୁଖ୍ୟ କୋଚ୍ ଜୁଆନ୍ ଫେରେଣ୍ଡୋଙ୍କୁ ବହିଷ୍କାର କରିଛି। ଆସନ୍ତା କଳିଙ୍ଗ କପରୁ ଦଳର ଟେକ୍ନିକାଲ କୋଚ୍ ଆଣ୍ଟୋନି ହାବାସ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବେ। ଆଣ୍ଟୋନି ହାବାସ ପୂର୍ବରୁ ଆଟଲେଟିକୋ ଡି କୋଲକାତା(ଏଟିକେ) ଏବଂ ଏଟିକେ ମୋହନ ବାଗାନ୍ ମୁଖ୍ୟ କୋଚ୍ ଥିଲେ।

ଚଳିତ ସିଜିନରେ ମୋହନ ବାଗାନ୍ ଦଳ ଚମତ୍କାର ପ୍ରଦର୍ଶନ ସହିତ ଆରମ୍ଭ କରିଥିଲା। ତେବେ ନଭେମ୍ବର ମାସରୁ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିବ ସହିତ ଏଏଫସି କପ୍ ଗ୍ରୁପ ପର୍ଯ୍ୟାୟରୁ ବାଦ ପଡିଥିଲା ଏବଂ ଆଇଏସଏଲରେ ଲଗାତାର ତିନୋଟି ମ୍ୟାଚରେ ପରାଜୟର ସାମ୍ନା କରିଛି। ଆଇଏସଏଲ ଲିଗ୍ ର ପଏଣ୍ଟ ଟେବୁଲରେ ଦଳ ଏବେ ପଞ୍ଚମ ସ୍ଥାନରେ ରହିଛି।

୨୦୨୧-୨୨ ସିଜିନ୍ ମଝିରେ ଫେରେଣ୍ଡୋ ମୋହନ ବାଗାନରେ ଯୋଗ ଦେଇଥିଲେ ଏବଂ ଏହା ପରେ ୨୦୨୩ ମସିହାରେ କ୍ଲବକୁ ଆଇଏସଏଲ ଟାଇଟଲ ଏବଂ ଚଳିତ ସିଜିନ୍ ଆରମ୍ଭରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଇଷ୍ଟ ବେଙ୍ଗଲକୁ ହରାଇ ଡୁରାଣ୍ଡ କପ ଜିତିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025: ପ୍ରଶଂସକଙ୍କୁ ବଡ଼ ଝଟ୍‌କା, ଏଣିକି ମାଗଣାରେ ଦେଖିପାରିବେ ନାହିଁ ଆଇପିଏଲ୍‌ ମ୍ୟାଚ୍‌, ଗଣିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୪।୨: ସମସ୍ତ କ୍ରିକେଟ ପ୍ରେମୀ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି। ଏହା ପରେ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ’ଇଣ୍ଡିଆନ ପ୍ରିମିୟର ଲିଗ(IPL)’...

Unbelievable: ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ, ତଥାପି ଶତକ ମାରି ବୋଲର୍‌ଙ୍କୁ ଘାଇଲା କରିଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ...

ICC ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ,୧୪।୨: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର, ଫେବୃଆରୀ ୧୪ ତାରିଖରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ରେକର୍ଡ ମୋଟ ୬.୯ ମିଲିୟନ ଆମେରିକୀୟ ଡଲାର...

ଭାଜପା କୋର୍‌ କମିଟି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨: ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର କୋର୍‌ କମିଟି ବୈଠକ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଛନ୍ତି।...

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବ। ସମସ୍ତ ୧୦ଟି ଫ୍ରାଞ୍ଚାଇଜ ଲିଗ ପାଇଁ ସେମାନଙ୍କର...

Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ...

ଶିଖର ଧାଓ୍ବନଙ୍କୁ ବଡ଼ ଦାୟିତ୍ୱ ଦେଲା ICC: ଏବେ କରିବେ ଏହି କାମ

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରି ଜଣ କ୍ରିକେଟର୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡରଙ୍କୁ ନିଯୁକ୍ତ କରିଛି। ଏଥିରେ ପୂର୍ବତନ ଭାରତୀୟ...

Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri