Posted inଖେଳ

ଆଇଏସ୍‌ଏଲ୍‌-୨୦୨୦: ଗୋଆକୁ ହରାଇଲା ମୁମ୍ବାଇ

ମାର୍ଗାଓ, ୨୬।୧୧: ଆଡାମ ଲି ଫନ୍‌ଡ୍ରେଙ୍କ ଇଞ୍ଜୁରି ଟାଇମ୍‌ ପେନାଲ୍ଟି ଗୋଲ ବଳରେ ମୁମ୍ବାଇ ସିଟି ଏଫ୍‌ସି ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଗତ ସଂସ୍କରଣର ଲିଗ୍‌ ପର୍ଯ୍ୟାୟ ବିଜେତା ଏଫସି ଗୋଆକୁ ୧-୦ ଗୋଲରେ ପରାସ୍ତ କରିଛି। ଫଳରେ ମୁମ୍ବାଇ ପୁରା ୩ ପଏଣ୍ଟ ପାଇଥିବାବେଳେ ଗୋଆକୁ ନିରାଶ ହେବାକୁ ପଡ଼ିଛି। ନିଜ ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ନିକଟରୁ ପରାଜିତ ହୋଇଥିବା ମୁମ୍ବାଇର ଏହା ପ୍ରଥମ ବିଜୟ। ଅନ୍ୟ ପକ୍ଷରେ ବେଙ୍ଗାଲୁରୁ ଏଫସି ବିପକ୍ଷରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଗୋଆ ଏଠାରେ ମଧ୍ୟ ନିରାଶ ହୋଇଛି। ବିଶେଷ କରି ମ୍ୟାଚକୁ ଡ୍ର ଦ୍ୱାରରେ ଦଳ ପହଞ୍ଚତ୍ଥିବାବେଳେ ପରାଜୟ ବରଣ ଅଧିକ ନୈରାଶ୍ୟ ଆଣିଛି। ମୁମ୍ବାଇର ସି.ଓ୍ବାଇ. ଗୋଡାର୍ଡ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଫନ୍‌ଡ୍ରେ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।
ମ୍ୟାଚର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା। ଗତ ସଂସ୍କରଣର ଲିଗ୍‌ ବିଜେତା ଏଫସି ଗୋଆକୁ କଡ଼ା ଟକ୍କର ଦେଇଥିଲା ମୁମ୍ବାଇ ସିଟି। ଉଭୟ ଦଳ ଅନେକ ସୁଯୋଗ ପାଇଥିଲେ ହେଁ ଉପଯୁକ୍ତ ଫିନିଶିଂ ଅଭାବରୁ ଗୋଲ ହୋଇପାରି ନ ଥିଲା। ୩୯ତମ ମିନିଟରେ ଗୋଆର ରିଡିମ ଟ୍ଲାଙ୍ଗ୍‌ ବିପଜ୍ଜନକଭାବେ ପ୍ରତିପକ୍ଷ ଦଳର ହେର୍ନାନ ସାଣ୍ଟାନାଙ୍କୁ ଚ୍ୟାଲେଞ୍ଜ କରିଥିଲେ। ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ଟ୍ଲାଙ୍ଗ୍‌ ମୁମ୍ବାଇ ଖେଳାଳିଙ୍କୁ ଆଣ୍ଠୁରେ ଆଘାତ କରିଥିବା ରେଫରିଙ୍କ ନଜରକୁ ଆସିଥିଲା। ଫଳରେ ସେ ୪୦ତମ ମିନିଟରେ ରେର୍ଡ୍‌କାର୍ଡ ଦେଖାଇଥିଲେ। ଫଳରେ ଗୋଆ ମ୍ୟାଚର ଅର୍ଦ୍ଧାଧିକ ସମୟ ୧୦ ଜଣିଆ ହୋଇ ଯାଇଥିଲା। ମ୍ୟାଚରେ ଗୋଆ ପ୍ରଭାବୀ ଥିବାବେଳେ ଟ୍ଲାଙ୍ଗ୍‌ଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ହୋଇଥିଲେ କୋଚ୍‌ ଜୁଆନ ଫର୍ନାଣ୍ଡୋ।
ପ୍ରଥମାର୍ଦ୍ଧପରି ଦ୍ୱିତୀୟାର୍ଦ୍ଧ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଥିଲା। ତେବେ ସମକକ୍ଷ ପ୍ରଦର୍ଶନ ଯୋଗୁ ୯୦ ମିନିଟ ପର୍ଯ୍ୟନ୍ତ ଗୋଲ ହୋଇପାରି ନ ଥିଲା। ଶେଷ ୫ ମିନିଟ ଇଞ୍ଜୁରି ଟାଇମ୍‌ ମ୍ୟାଚରେ ରୋମାଞ୍ଚ ଆଣିଥିଲା। ୯୦+୩ ମିନିଟରେ ମୁମ୍ବାଇର ଇଂଲଣ୍ଡ ଜନ୍ମିତ ଜାପାନୀ ମିଡ୍‌ଫିଲ୍ଡର ସି.ଓ୍ବାଇ. ଗୋଡାର୍ଡ ଡାହାଣପଟରୁ ବଲ୍‌କୁ ନେଇ ଗୋଆର ଦୁଇ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇ କ୍ରସ ଶଟ୍‌ ମାରିଥିବାବେଳେ ବିପିନ ସିଂ ହେଡ୍‌ ଜରିଆରେ ଏହାକୁ ଗୋଲରେ ପରିଣତ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବଲ୍‌ଟି ବକ୍ସ ଏରିଆ ମଧ୍ୟରେ ଲେନି ରୋଡ୍ରିଗ୍ବେଜଙ୍କ ହାତରେ ବାଜିଥିଲା। ହ୍ୟାଣ୍ଡବଲ ହେବାରୁ ରେଫରି ମୁମ୍ବାଇକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ୯୦+୪ତମ ମିନିଟରେ ଆଡାମ ଲି ଫନ୍‌ଡ୍ରେ ଏହାକୁ ଗୋଲରେ ପରିଣତ କରି ମୁମ୍ବାଇକୁ ବିଜୟୀ କରାଇଥିଲେ। ଚଳିତ ଆଇଏସ୍‌ଏଲ୍‌ରେ ପନ୍‌ଡ୍ରେଙ୍କର ଏହା ପ୍ରଥମ ଗୋଲ ଥିଲା। ଏହାର କିଛି ସମୟ ପରେ ରେଫରି ମ୍ୟାଚ ଶେଷ ସଙ୍କେତ ଦେଇଥିଲେ ଏବଂ ମୁମ୍ବାଇ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ ଟି-୨୦ ବିଶ୍ୱକପକୁ ସ୍ମରଣୀୟ କରିଦେଲା ସଞ୍ଜୁ ସାମସନଙ୍କ ଇନିଂସ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ପାନୀୟ ଗ୍ରହଣ କରିବା ପାଇଁ ଜଣାଶୁଣା ସଞ୍ଜୁ ସାମସନ ରବିବାର ରାତିରେ ଇଡେନ ଗାର୍ଡେନ୍ସରେ ଇତିହାସ ସୃଷ୍ଟି କରିଥିଲେ, ଯାହା…

ଫାଇନାଲକୁ ଯିବେ ଏହି ୨ ଦଳ: ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୩।୩: ପୂର୍ବତନ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା ଟି-୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଏକ ସାହସିକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଜିତିବ ୨୦୨୬ ଟି-୨୦ ବିଶ୍ୱକପ? ୨୦୦୭ ବିଶ୍ୱକପ ସହିତ ରହୁଛି ବିଶେଷ ସମ୍ପର୍କ

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟିମ ଇଣ୍ଡିଆ ମାର୍ଚ୍ଚ ୫ ରେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କର ସେମିଫାଇନାଲ…

କିଏ ଅସନ୍ତୋଷ ପ୍ରକାଶ କଲେ, ଆଉ କେହି ଏହାକୁ ଏକ ପ୍ରଦର୍ଶନ ବୋଲି ଭାବିଥିଲେ…, IND vs PAK ହାତ ମିଳାଇବା ବିବାଦକୁ ନେଇ କ୍ରିକେଟ ଜଗତ ଦୁଇ ଭାଗ

ନୂଆଦିଲ୍ଲୀ,୩।୩: ଯେତେବେଳେ ବି ଭାରତ ଏବଂ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ତେଜନା ସ୍ତର ଶୀର୍ଷରେ ଥାଏ। ଉଭୟ ଦଳର ଖେଳାଳିମାନେ…

ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ କଠୋର ଦଣ୍ଡ ଦେଲା PCB, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ ବଡ଼ ଝଟକା ଲାଗିଛି। PCB ପାକିସ୍ତାନର ଟି-୨୦ ବିଶ୍ୱକପ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୫୦ଲକ୍ଷ…

ଟି-୨୦ରେ ନୂଆ ରେକର୍ଡ ସୃଷ୍ଟି କଲେ ସୂର୍ଯ୍ୟକୁମାର, ରୋହିତ ଶର୍ମାଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୩: ଭାରତୀୟ ଟି-୨୦ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଭାରତର ସବୁଠାରୁ ସଫଳ ଟି-୨୦…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

ସେମିଫାଇନାଲରେ ଭାରତ ଖେଳ ବିଗାଡ଼ି ପାରନ୍ତି ଏହି ୫ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୩।୩: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri