Categories: ଜାତୀୟ

ଭାରତୀୟ ରେଲୱେ ଟ୍ରାକ ଉପରେ ଆଇଏସ୍‌ଆଇର ନଜର, ଗୋଇନ୍ଦା ରିପୋର୍ଟ ଜାରି…

ନୂଆଦିଲ୍ଲୀ, ୨୩।୫ : ଭାରତରେ ରେଲୱେ ଟ୍ରାକ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଷଡ଼ଯନ୍ତ୍ର ରଚିଛି। ଏ ସମ୍ପର୍କରେ ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ସ୍ଲିପର ସେଲ ସହିତ ମିଳିତ ସହଯୋଗରେ ଆଇଏସଆଇ ପଞ୍ଜାବ ଏବଂ ଆଖପାଖ ରାଜ୍ୟରେ ଥିବା ଭାରତୀୟ ରେଲୱେ ଟ୍ରାକକୁ ଉଡ଼ାଇବାକୁ ଚେଷ୍ଟା କରୁଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳ ଟ୍ରାକ୍କୁ ଟାର୍ଗେଟ କରିବା ପାଇଁ ପାକିସ୍ତାନର ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଏକ ବଡ଼ ଷଡଯନ୍ତ୍ର ରଚିଛି ବୋଲି ଭାରତୀୟ ଗୁପ୍ତଚର ସଂସ୍ଥା ଚେତାବନୀ ଦେଇଛି।

ରେଳ ଟ୍ରାକ ବିସ୍ଫୋରଣ କରିବାକୁ ଆଇଏସଆଇ ଅପରେଟିଭ ଯୋଜନା କରିଛି । ଏନେଇ ଭାରତରେ ଥିବା ଆତଙ୍କବାଦୀଙ୍କ ସହିତ ଆଇଏସ୍‌ଆଇ ଯୋଗାଯୋଗରେ ରହିଛି। ଆତଙ୍କବାଦୀଙ୍କୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାର ବ୍ୟବସ୍‌ଥା କରାଯାଇଥିବା ଭାରତୀୟ ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏନେଇ ସ୍ଲିପର ସେଲ୍‌ଙ୍କୁ ଆବଶ୍ୟକ ତାଲିମ୍‌ ପ୍ରଦାନ କରାଯାଉଛି।

Share