ଓଡ଼ିଶାରୁ ବଢ଼ୁଛି ଆଇଏସ୍‌ଆଇ ଲିଙ୍କ୍‌

ଭୁବନେଶ୍ୱର(ବ୍ୟୁରୋ),୧୨ା୬: ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆତଙ୍କବାଦୀ, ଅନ୍ତଃରାଷ୍ଟ୍ରୀୟ ଅପରାଧୀଙ୍କ ସହ ଲିଙ୍କ୍‌ ରହୁଥିବା କ୍ରମାଗତ ଭାବେ ଦେଖିବାକୁ ମିଳିଲାଣି। ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର କେତେଜଣ କର୍ମଚାରୀ ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଦେବା ଘଟଣା ଘଟିଛି। ନୟାଗଡ଼, ଯାଜପୁର ଓ ପୁରୀରୁ କେତେଜଣ ଯୁବକ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଶେୟାରିଂ କରିବା ଏବଂ ସାଇବର ଅପରାଧୀଙ୍କୁ ପ୍ରିଆକ୍ଟିଭ ସିମ୍‌ ବିକ୍ରି କରିବା ଧରାପଡ଼ିଛି। ଏବେ ଆଉ ଜଣେ ଓଡ଼ିଆ ଯୁବକ ପ୍ରୀତମ୍‌ କରଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଛି, ଯାହାଙ୍କର ଗତବର୍ଷ କର୍ନାଟକର ମାଙ୍ଗାଲୋରଠାରେ ହୋଇଥିବା ଆତଙ୍କବାଦୀଙ୍କ ଅଟୋରିକ୍ସା ବିସ୍ଫୋରଣ ମାମଲାରେ ଲିଙ୍କ୍‌ ଥିବା ଜଣାପଡ଼ିଛି।

ଓଡ଼ିଶାରୁ ଦେଶବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ(ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗତ ମେ ୧୩ ତାରିଖରେ ଓଡ଼ିଶାର ଜଣେ ଆଇଟିଆଇ ଶିକ୍ଷକଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିଲା। ସେହିପରି ଜୁନ୍‌ ୭ରେ ନୟାଗଡ଼ରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାର ତଦନ୍ତ ଚଳାଇଥିବା ଏସ୍‌ଟିଏଫ୍‌ ଶନିବାର ୫ମ ଅଭିଯୁକ୍ତ ପ୍ରୀତମ୍‌ କରଙ୍କୁ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭୁରୁଙ୍ଗା ଗ୍ରାମସ୍ଥିତ ତାଙ୍କ ଘରୁ ଗିରଫ କରିଛି। ପ୍ରୀତମ୍‌ଙ୍କୁ ଗିରଫ ପରେ ସାଂଘାତିକ ତଥ୍ୟ ପଦାକୁ ଆସିଛି। ଗତବର୍ଷ ନଭେମ୍ବର ୧୯ରେ ମାଙ୍ଗାଲୋରରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପ୍ରୀତମ ସିମ୍‌ ଓ ଡେବିଟ୍‌ କାର୍ଡ ଯୋଗାଇଥିଲେ ବୋଲି ଏସ୍‌ଟିଏଫ୍‌ ଏସ୍‌ପି କେ. କେ. ପାଣିଗ୍ରାହୀ କହିଛନ୍ତି। ମାଙ୍ଗାଲୋର ବିସ୍ଫୋରଣ ଘଟଣାରେ ତଦନ୍ତ କରୁଥିବା ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ସ୍କାନରରେ ପ୍ରୀତମ୍‌ ଓ ତାଙ୍କର ଜଣେ ସାଙ୍ଗ ରହିଛନ୍ତି। ପ୍ରୀତମ୍‌ଙ୍କ ସାଙ୍ଗଙ୍କୁ ଏନ୍‌ଆଇଏ ତଦନ୍ତ ପାଇଁ ଡାକିଥିବା ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଓଟିପି ଶେୟାରିଂ ମାମଲାରେ ମେ ମାସରେ ଗିରଫ ହୋଇଥିବା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ସୌମ୍ୟ ପଟ୍ଟନାୟକ (୧୯)ଙ୍କ ସାଙ୍ଗ ହେଉଛନ୍ତି ପ୍ରୀତମ୍‌। ସେ ଅଷ୍ଟମ ପାସ୍‌ କରିଥିଲେ ମଧ୍ୟ ସାଇବର ଅପରାଧୀ ଓ ଆତଙ୍କବାଦୀଙ୍କ ସହ ତାଙ୍କର ବଡ଼ ସମ୍ପର୍କ ଥିବା ଜଣାପଡ଼ିଛି। ପ୍ରୀତମ୍‌ଙ୍କ ପାଖରୁ ୧୬ଟି ମୋବାଇଲ, ଡେବିଟ୍‌ କାର୍ଡ, ବିଭିନ୍ନ ବ୍ୟାଙ୍କର ପାସବୁକ୍‌, ମେମୋରି ଚିପ୍‌, ପ୍ରିଣ୍ଟର ଆଦି ଜବତ ହୋଇଛି। ରବିବାର ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ପ୍ରୀତମ୍‌ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
କାଗଜପତ୍ର ଜାଲିଆତି କରି ଅନ୍ୟ ନଁାରେ ମୋବାଇଲ ସିମ୍‌ ଆଣି ଓଟିପି ଶେୟାର କରିବାରେ ଦେଶବ୍ୟାପୀ ବଡ଼ ରାକେଟ ଚାଲିଛି। ଏଥିପାଇଁ ଟେଲିଗ୍ରାମ, ହ୍ବାଟ୍‌ସଆପ୍‌ ଆଦି ଗ୍ରୁପ୍‌ରେ ବହୁ ସଦସ୍ୟ ଯୋଡ଼ି ହୋଇଛନ୍ତି। ଏଭଳି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ସନ୍ଧାନ ପାଇ ଏସ୍‌ଟିଏଫ୍‌ ପୂର୍ବରୁ
ସୌମ୍ୟଙ୍କ ସମେତ ନୟାଗଡ଼ ଜିଲା ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମର ଆଇଟିଆଇ ଶିକ୍ଷକ ପଠାଣି ସାମନ୍ତ ଲେଙ୍କା ଓ ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡ଼ି ଗ୍ରାମର ସରୋଜ କୁମାର ନାୟକ (୨୬)ଙ୍କୁ ଗିରଫ କରିଥିଲା। ସେହିପରି ଗତ ୭ ତାରିଖରେ ୪ର୍ଥ ଅଭିଯୁକ୍ତ ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳର ପ୍ରଦ୍ୟୁମ୍ନ କୁମାର ସାହୁ (୩୨)ଙ୍କୁ ଗିରଫ କରିଥିଲା। ପ୍ରଦ୍ୟୁମ୍ନ ଜଣେ ଗ୍ରାଜୁଏଟ। ସେ ଆଇଡିଆ ଟେଲିକମ୍‌ କମ୍ପାନୀର ଟେରିଟୋରି ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଓ ଜିଓ ପଏଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ବ୍ଲାକ ବକ୍‌ ଓ ଫାସ୍‌ଟାଗ୍‌ କମ୍ପାନୀରେ କାମ କରୁଛନ୍ତି। ଅଭିଯୁକ୍ତମାନେ କାଗଜପତ୍ର ଜାଲିଆତି କରି ଓଡ଼ିଶା ଲୋକଙ୍କ ନଁାରେ ସିମ୍‌ ଆଣିଥୁଲେ। ତାହାକୁ ବ୍ୟବହାର କରି ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଶେୟାରିଂ କରୁଥିଲେ। ଏଥିରୁ ସେମାନେ ବିପୁଳ ଟଙ୍କା ପାଉଥିଲେ ବୋଲି ଜଣାପଡ଼ିଛି।
ଏସ୍‌ଟିଏଫ୍‌ ସୂଚନା ଅନୁଯାୟୀ, ୫ମ ଅଭିଯୁକ୍ତ ପ୍ରୀତମ୍‌ ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ ସିଧାସଳଖ ଲିଙ୍କ୍‌ରେ ଥିଲେ। ୨୦୧୭ରୁ ପ୍ରୀତମ୍‌ ଓ ତାଙ୍କ ସହଯୋଗୀମାନେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଡିଜିଟାଲ ୱାଲେଟ୍‌, ସିମ୍‌ ଏବଂ ଓଟିପି ବିକ୍ରି କରୁଥିଲେ। ପ୍ରୀତମ୍‌ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ (ଅଲ୍‌ ସେଭିଂ ଏସି ଆଭେଲେବଲ୍‌)ର ଆଡମିନ୍‌ ମଧ୍ୟ ଅଛନ୍ତି। ଏଥିସହ ‘ଅନଲାଇନ-ଅଫ୍‌ଲାଇନ ସେଲର୍‌’, ‘ଓଟିପି ଶପ୍‌-୬’ ସମେତ ୧୦ଟି ଗ୍ରୁପ୍‌ର ମଧ୍ୟ ସେ ସଦସ୍ୟ ରହିଛନ୍ତି। ପ୍ରୀତମ୍‌ ପ୍ରତି ସିମ୍‌ ପିଛା ୧ ହଜାର ଏବଂ ମ୍ୟୁଲ୍‌ ଆକାଉଣ୍ଟ ଓ ଡିଜିଟାଲ ୱାଲେଟ୍‌କୁ ୩୦ ହଜାର ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି କରୁଥିଲେ। ଏପରିକି ସେ ହ୍ବାଟ୍‌ସଆପ୍‌ ଜରିଆରେ ଅନେକ ବିଦେଶୀଙ୍କ ସହ ଚାଟିଂ ଓ କଥା ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ଜଣେ ଆଇଏସ୍‌ଆଇ ଏଜେଣ୍ଟଙ୍କଠୁ ପ୍ରୀତମ୍‌ ୧.୫ ଲକ୍ଷ ଟଙ୍କା ମଧ୍ୟ ଆଣିଥିଲେ। ଏସ୍‌ଟିଏଫ୍‌ ଯାଞ୍ଚ କରିବା ପରେ ପ୍ରୀତମ୍‌ଙ୍କ ବିଭିନ୍ନ ବ୍ୟାଙ୍କରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ଜଣାପଡ଼ିଛି। ତେଣୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିବାକୁ ଏସ୍‌ଟିଏଫ୍‌ ପ୍ରକ୍ରିୟା ଆରମ୍ଭ କରିଛି। ଏହି ମାମଲାରେ ଆହୁରି ଅନେକ ସମ୍ପୃକ୍ତ ଥିବା ଏସ୍‌ଟିଏଫ୍‌ ସନ୍ଦେହ କରୁଛି। ପ୍ରମାଣ ମିଳିଲେ ଦେଶଦ୍ରୋହ ଦଫା ମଧ୍ୟ ଲାଗିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri