ଈଶ୍ୱରଙ୍କ ଦହିବରାକୁ ଝୁରୁଛନ୍ତି କଟକବାସୀ

କଟକ ଅଫିସ,୨୬ା୫: ଆଉ ମିଳିବନି କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍‌ର ସ୍ବାଦ। ବିଜୁ ପଟ୍ଟନାୟକ ଛକ ନିକଟ ଠେଲାଗାଡି ଚାରିପାଖେ ଆଉ ଆଗଭଳି ଗହଳି ଚହଳି ହେବନି କି କଟକରୁ ଦିଲ୍ଲୀଯାଏ ପହଞ୍ଚତ୍ବନି ନିଆରା ବ୍ୟଞ୍ଜନର ବାସ୍ନା। କାରଣ ଦହିବରା ଆଳୁଦମରେ ହୃଦୟ ଜିଣୁଥିବା ସେହି ସୁଆଦିଆ ଖାଦ୍ୟର ବିନ୍ଧାଣୀ ଈଶ୍ୱର ବେହେରା (୭୨) ଆଉ ନାହାନ୍ତି। ରବିବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ସାରା ସହରବାସୀ ତାଙ୍କୁ ଝୁରି ହେଉଛନ୍ତି।
ରାଜ୍ୟର ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଖାଦ୍ୟର ସ୍ବତନ୍ତ୍ର ପରିଚୟ ରହିଛି। କେନ୍ଦ୍ରାପଡାର ରସାବଳୀ, ଢେଙ୍କାନାଳର ବରା, ନିମାପଡ଼ାର ଛେନାଝିଲ୍ଲୀ ଭଳି କଟକର ଦହିବରା ଆଳୁଦମ୍‌ ରାଜ୍ୟ ସମେତ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ତେବେ ଏହି ସୁସ୍ବାଦ ଖାଦ୍ୟକୁ ରାଜ୍ୟ ବାହାରେ ଲୋକପ୍ରିୟ କରାଇବାରେ ଈଶ୍ୱରଙ୍କ ପ୍ରମୁଖ ଭୂମିକା ରହିଥିଲା। କଟକ ତୁଳସୀପୁର ହିନ୍ଦୋଳକୋଠି ଛକ ରେଭିନ୍ୟୁ କଲୋନୀ ପଛପଟ ଘରେ ରହି ଆସୁଥିଲେ। ୯ ବର୍ଷର ହୋଇଥିବାବେଳେ ତାଙ୍କ ମାଆବାପାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସେ କଟକ ବିଡାନାସୀସ୍ଥିତ ଭଉଣୀ ଘରେ ରହି ଦହିବରା ଆଳୁଦମ ପ୍ରସ୍ତୁତି ଶିଖିଥିଲେ। ୧୫ ବର୍ଷ ବୟସରୁ ନିଜେ କାନ୍ଧରେ ଦହିବରା ଆଳୁଦମ ବୋହି ସହରର ବିଭିନ୍ନ ସ୍ଥାନକୁ ବିକ୍ରି କରିବାକୁ ଯାଉଥିଲେ। ପରେ ସାଇକେଲରେ ଏହି ବ୍ୟବସାୟ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଷ୍ଟାଡିୟମ ଓ ବିଜୁ ପଟ୍ଟନାୟକ ଛକ ନିକଟରେ ଠେଲାଗାଡିରେ ଦହିବରା ରଖି ବ୍ୟବସାୟକୁ ଆଗେଇ ନେଇଥିଲେ। କଟକ ସହରବାସୀ ଈଶ୍ୱରଙ୍କ ଦହିବରା ଆଳୁଦମ୍‌କୁ ବେଶ୍‌ ପସନ୍ଦ କରୁଥିଲେ। ସେହିପରି ବୁଲିବାକୁ ଆସୁଥିବା ଦିଲ୍ଲୀ, ବମ୍ବେ, ଗୁଜରାଟ, ବାଙ୍ଗାଲୋରର ଲୋକମାନେ ଈଶ୍ୱରଙ୍କର ଏହି ସୁସ୍ବାଦୁ ଖାଦ୍ୟ ଖାଇବା ସହ ସାଥିରେ ପାର୍ସଲ ନେଇଯାଉଥିଲେ। ଏବେ ତାଙ୍କ ଘରେ ସ୍ତ୍ରୀ, ଦୁଇ ପୁଅ ଓ ନାତୁଣୀନାତି ଅଛନ୍ତି।
ଏ ସମ୍ପର୍କରେ ଈଶ୍ୱରଙ୍କ ପୁଅ ଗଣେଶ ବେହେରା କହିଛନ୍ତି, ବାପା ପ୍ରାୟ ୫୭ ବର୍ଷ ହେବ ଏହି ବ୍ୟବସାୟ କରିଆସୁଥିଲେ। ତାଙ୍କୁ ଦହିବରା ତିଆରିରେ ପରିବାର ଲୋକେ ସାହାଯ୍ୟ କରୁଥିଲେ। ପରେ ତାହା ବିକ୍ରି ହେବା ପାଇଁ ଯାଉଥିଲା। ଏହାକୁ ଖାଇବାକୁ ଛୋଟଠାରୁ ବଡ ସଭିଏଁ ଛୁଟି ଆସୁଥିଲେ। ପାଖରେ ଟଙ୍କା ନ ଥାଇ ଯଦି ଗରିବ ପିଲାଟିଏ ତାଙ୍କ ଦୋକାନକୁ ଆସୁଥିଲା ଈଶ୍ୱର ତାଙ୍କ ପିଲାଦିନର ସଂଘର୍ଷମୟ ସମୟକୁ ଦେଖୁଥିଲେ। ପରେ ନ ଖୁଆଇ ତାଙ୍କୁ ଛାଡୁ ନଥିଲେ। ଏପରି କି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁଅ ଈଶ୍ୱରଙ୍କ ହାତ ତିଆରି ଦହିବରା ଆଳୁଦମ୍‌ ଖାଇବାକୁ ଆସିଥିଲେ। ମୁଁ ଏବେ ତାଙ୍କ ପଦାଙ୍କ ଅନୁସରଣ କରୁଛି ବୋଲି ଗଣେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri