ଈଶ୍ୱରଙ୍କ ଦହିବରାକୁ ଝୁରୁଛନ୍ତି କଟକବାସୀ

କଟକ ଅଫିସ,୨୬ା୫: ଆଉ ମିଳିବନି କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍‌ର ସ୍ବାଦ। ବିଜୁ ପଟ୍ଟନାୟକ ଛକ ନିକଟ ଠେଲାଗାଡି ଚାରିପାଖେ ଆଉ ଆଗଭଳି ଗହଳି ଚହଳି ହେବନି କି କଟକରୁ ଦିଲ୍ଲୀଯାଏ ପହଞ୍ଚତ୍ବନି ନିଆରା ବ୍ୟଞ୍ଜନର ବାସ୍ନା। କାରଣ ଦହିବରା ଆଳୁଦମରେ ହୃଦୟ ଜିଣୁଥିବା ସେହି ସୁଆଦିଆ ଖାଦ୍ୟର ବିନ୍ଧାଣୀ ଈଶ୍ୱର ବେହେରା (୭୨) ଆଉ ନାହାନ୍ତି। ରବିବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ସାରା ସହରବାସୀ ତାଙ୍କୁ ଝୁରି ହେଉଛନ୍ତି।
ରାଜ୍ୟର ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଖାଦ୍ୟର ସ୍ବତନ୍ତ୍ର ପରିଚୟ ରହିଛି। କେନ୍ଦ୍ରାପଡାର ରସାବଳୀ, ଢେଙ୍କାନାଳର ବରା, ନିମାପଡ଼ାର ଛେନାଝିଲ୍ଲୀ ଭଳି କଟକର ଦହିବରା ଆଳୁଦମ୍‌ ରାଜ୍ୟ ସମେତ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ତେବେ ଏହି ସୁସ୍ବାଦ ଖାଦ୍ୟକୁ ରାଜ୍ୟ ବାହାରେ ଲୋକପ୍ରିୟ କରାଇବାରେ ଈଶ୍ୱରଙ୍କ ପ୍ରମୁଖ ଭୂମିକା ରହିଥିଲା। କଟକ ତୁଳସୀପୁର ହିନ୍ଦୋଳକୋଠି ଛକ ରେଭିନ୍ୟୁ କଲୋନୀ ପଛପଟ ଘରେ ରହି ଆସୁଥିଲେ। ୯ ବର୍ଷର ହୋଇଥିବାବେଳେ ତାଙ୍କ ମାଆବାପାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସେ କଟକ ବିଡାନାସୀସ୍ଥିତ ଭଉଣୀ ଘରେ ରହି ଦହିବରା ଆଳୁଦମ ପ୍ରସ୍ତୁତି ଶିଖିଥିଲେ। ୧୫ ବର୍ଷ ବୟସରୁ ନିଜେ କାନ୍ଧରେ ଦହିବରା ଆଳୁଦମ ବୋହି ସହରର ବିଭିନ୍ନ ସ୍ଥାନକୁ ବିକ୍ରି କରିବାକୁ ଯାଉଥିଲେ। ପରେ ସାଇକେଲରେ ଏହି ବ୍ୟବସାୟ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଷ୍ଟାଡିୟମ ଓ ବିଜୁ ପଟ୍ଟନାୟକ ଛକ ନିକଟରେ ଠେଲାଗାଡିରେ ଦହିବରା ରଖି ବ୍ୟବସାୟକୁ ଆଗେଇ ନେଇଥିଲେ। କଟକ ସହରବାସୀ ଈଶ୍ୱରଙ୍କ ଦହିବରା ଆଳୁଦମ୍‌କୁ ବେଶ୍‌ ପସନ୍ଦ କରୁଥିଲେ। ସେହିପରି ବୁଲିବାକୁ ଆସୁଥିବା ଦିଲ୍ଲୀ, ବମ୍ବେ, ଗୁଜରାଟ, ବାଙ୍ଗାଲୋରର ଲୋକମାନେ ଈଶ୍ୱରଙ୍କର ଏହି ସୁସ୍ବାଦୁ ଖାଦ୍ୟ ଖାଇବା ସହ ସାଥିରେ ପାର୍ସଲ ନେଇଯାଉଥିଲେ। ଏବେ ତାଙ୍କ ଘରେ ସ୍ତ୍ରୀ, ଦୁଇ ପୁଅ ଓ ନାତୁଣୀନାତି ଅଛନ୍ତି।
ଏ ସମ୍ପର୍କରେ ଈଶ୍ୱରଙ୍କ ପୁଅ ଗଣେଶ ବେହେରା କହିଛନ୍ତି, ବାପା ପ୍ରାୟ ୫୭ ବର୍ଷ ହେବ ଏହି ବ୍ୟବସାୟ କରିଆସୁଥିଲେ। ତାଙ୍କୁ ଦହିବରା ତିଆରିରେ ପରିବାର ଲୋକେ ସାହାଯ୍ୟ କରୁଥିଲେ। ପରେ ତାହା ବିକ୍ରି ହେବା ପାଇଁ ଯାଉଥିଲା। ଏହାକୁ ଖାଇବାକୁ ଛୋଟଠାରୁ ବଡ ସଭିଏଁ ଛୁଟି ଆସୁଥିଲେ। ପାଖରେ ଟଙ୍କା ନ ଥାଇ ଯଦି ଗରିବ ପିଲାଟିଏ ତାଙ୍କ ଦୋକାନକୁ ଆସୁଥିଲା ଈଶ୍ୱର ତାଙ୍କ ପିଲାଦିନର ସଂଘର୍ଷମୟ ସମୟକୁ ଦେଖୁଥିଲେ। ପରେ ନ ଖୁଆଇ ତାଙ୍କୁ ଛାଡୁ ନଥିଲେ। ଏପରି କି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁଅ ଈଶ୍ୱରଙ୍କ ହାତ ତିଆରି ଦହିବରା ଆଳୁଦମ୍‌ ଖାଇବାକୁ ଆସିଥିଲେ। ମୁଁ ଏବେ ତାଙ୍କ ପଦାଙ୍କ ଅନୁସରଣ କରୁଛି ବୋଲି ଗଣେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri