Categories: ଖେଳ

ସ୍ତ୍ରୀଙ୍କ ବିଶ୍ୱାସ ଜିତିଲେ ଏହି କ୍ରିକେଟର୍‌, ଜାଣନ୍ତୁ କେମିତି

ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏନେଇ ସେ କହିଛନ୍ତି ଯେ ଅର୍ଜୁନ ପୁରସ୍କାର ପାଇବା ଗତ ୧୩ ବର୍ଷର କଠିନ ପରିଶ୍ରମର ଫଳାଫଳ ଏବଂ ସେ ନିଜ ପାଇଁ ଗର୍ବିତ। ଦିଲ୍ଲୀର ୩୧ ବର୍ଷୀୟ ଦ୍ରୁତ ବୋଲର କହିଛନ୍ତି ଯେ, ତାଙ୍କ ପରିବାର ବିଶେଷକରି ତାଙ୍କ ସ୍ତ୍ରୀ ପ୍ରତୀମା ସିଂ ତାଙ୍କ ସଫଳତା ପାଇଁ ଗର୍ବିତ।
ବିସିସିଆଇର ଟୁଇଟର ହ୍ୟାଣ୍ଡେଲରେ ରଖାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଇଶାନ୍ତ କହିଛନ୍ତି ଯେ ମୁଁ ଗତ ୧୩ବର୍ଷ ମଧ୍ୟରେ ବହୁତ କଠିନ ପରିଶ୍ରମ କରିଛି, ତେଣୁ ଏହା ମୋ ଏବଂ ମୋ ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ। ଇଶାନ୍ତ କହିଛନ୍ତି ଯେ ମୋ ଠାରୁ ମୋ ସ୍ତ୍ରୀ ମୋ ପାଇଁ ଗର୍ବିତ, କାରଣ ସେ ବିଶ୍ୱାସ କରୁଥିଲେ ଯେ ମୋତେ ପୁରସ୍କାର ମିଳିବ। ୨୦୦୭ ରେ ଡେବ୍ୟୁ ହେବା ପରେ ଇଶାନ୍ତ ୯୭ ଟେଷ୍ଟ ଏବଂ ୮୦ ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୭ ଖେଳାଳିଙ୍କ ମଧ୍ୟରେ ଇଶାନ୍ତ ଏବଂ ମହିଳା କ୍ରିକେଟର ଦୀପ୍ତି ଶର୍ମା ସାମିଲ ଅଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପାଇଁ ମନୋନୀତ ପାଞ୍ଚ ଖେଳାଳିଙ୍କ ମଧ୍ୟରେ ଭାରତର ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା ଅଛନ୍ତି।

Share