Categories: ଖେଳ

୧୦୦ତମ ଟେଷ୍ଟରେ କଲେ ଏମିତି ନିଆରା କାରନାମା କଲେ ଇଶାନ୍ତ ଶର୍ମା

ଅହମ୍ମଦାବାଦ,୨୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ବୋଲର୍‌ ଇଶାନ୍ତ ଶର୍ମା ଏକ ନିଆରା କାର୍ଯ୍ୟ କରିଥିଲେ। ୧୦୦ ତମ ଟେଷ୍ଟ ଖେଳୁଥିବା ଇଶାନ୍ତ ଏହି ମ୍ୟାଚରେ କ୍ୟାରିୟରର ପ୍ରଥମ ଛକା ମାରିଥିଲେ। ଏହା କେବଳ ଟେଷ୍ଟ କ୍ୟାରିୟର ନୁହେଁ, ଅନ୍ତର୍ଜାତୀୟ କ୍ୟାରିୟରରେ ଇଶାନ୍ତଙ୍କ ଏହା ପ୍ରଥମ ଛକା। ଭାରତ ଦଳର ୫୧ତମ ଓଭରର ପ୍ରଥମ ବଲରୁ ଇଶାନ୍ତ ଶର୍ମା ଲଙ୍ଗ ଅଫରେ ଏକ ଶକ୍ତିଶାଳୀ ଛକା ମାରିଥିଲେ। ସେ ଏହି ଛକା ଜ୍ୟାକ ଲିଚଙ୍କ ବଲ୍‌ରୁ ମାରିଥିଲେ। ଇଶାନ୍ତ ୨୦ଟି ବଲରୁ ୧୦ ସ୍କୋର କରି ଅପରାଜିତ ରହିଥିଲେ। ଏହା ହେଉଛି ଇଶାନ୍ତଙ୍କ ସାମଗ୍ରିକ ୧୯୪ ତମ ଅନ୍ତର୍ଜାତୀୟ ମ୍ୟାଚ। ସେ ୧୦୦ଟି ଟେଷ୍ଟ, ୮୦ଟି ଏକଦିବସୀୟ ଏବଂ ୧୪ଟି -୨୦ ମ୍ୟାଚ ଖେଳିଛନ୍ତି।

 

Share