ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ କରିଛନ୍ତି।
ଏହି ମହାନ୍ ବ୍ୟାଟରଙ୍କ ତାଲିକାରେ ରମନ ଲାମ୍ବା (୧୯୮୭-୮୮, ଓ୍ବେଷ୍ଟ ଜୋନ ବିପକ୍ଷରେ ୩୨୦ ରନ), ଗଗନ ଖୋଡ଼ା (୨୦୦୧, ସାଉଥ୍ ଜୋନ ବିପକ୍ଷରେ ୩୦୦*), ଅଂଶୁମାନ ଗାଏକ୍ୱାଡ (୧୯୮୭-୮୮, ନର୍ଥ ଜୋନ ବିପକ୍ଷରେ ୨୧୬), ଚେତେଶ୍ୱର ପୂଜାରା (୨୦୧୬-୧୭, ଇଣ୍ଡିଆ ରେଡ୍ ବିପକ୍ଷରେ ୨୫୬*) ଓ ଯଶସ୍ବୀ ଜୟସ୍ବାଲ (୨୦୨୨-୨୩, ସାଉଥ୍ ଜୋନ ବିପକ୍ଷରେ ୨୦୯) ରହିଛନ୍ତି।