Categories: ଖେଳ

କ୍ଲିନ୍‌ ବୋଲ୍ଡ ହେବା ପରେ ରାଗରେ ନିଆଁବାଣ ହୋଇଗଲେ ଈଶାନ, କରିଦେଲେ ଏପରି କାମ ଯେ…

ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ଭାବେ ଖରାପ ପ୍ରଦର୍ଶନ ଜାରି ରଖିଛି। ଶନିବାର ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ୧୮ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଠାରୁ ପରାଜିତ ହୋଇଛି। ଟୁର୍ନାମେଣ୍ଟରେ କ୍ରମାଗତ ୬ଷ୍ଠ ପରାଜୟ ପରେ ଦଳ ଆଇପିଏଲ୍‌ ଅଙ୍କ ତାଲିକାର ଶେଷରେ ରହିଛି।

ମୁମ୍ବାଇ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଈଶାନ କିଶନ ବ୍ୟାଟିଂରେ ଫ୍ଲପ୍‌ ହୋଇଥିଲେ। ସେ ୧୭ ବଲ୍‌ରେ ମାତ୍ର ୧୩ ରନ୍‌ କରି ମାର୍କସ୍‌ ଷ୍ଟୋଇନିସଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଏହାପରେ ସେ ଡଗ୍‌ଆଉଟ୍‌କୁ ଫେରୁଥିବା ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ବେଶ ରାଗି ଯାଇ ବାଉଣ୍ଡ୍ରି ଲାଇନ୍‌କୁ ଜୋର୍‌ରେ ମାରୁଥିବା ଦେଖାଯାଉଛି। ତେବେ ତାଙ୍କର ଏଭଳି କାର୍ଯ୍ୟ ଆଇପିଏଲ୍‌ ଆଚରଣ ବିଧି ଉଲ୍ଲଂଘନ ଅଧୀନରେ ଆସିବାର ସମ୍ଭାବନା ରହିଛି। ଏପରିକି ଈଶାନଙ୍କ ଉପରେ ଏଥିଲାଗି ଜରିମାନା କିମ୍ବା ଚେତାବନୀ ଦିଆଯାଇପାରେ ବୋଲି କୁହାଯାଉଛି।

Share