Categories: Home Leftଖେଳ

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି ଟାଇଟଲ ଲଢ଼େଇ ହେବ। ଫାଇନାଲ ପୂର୍ବରୁ ଇଷ୍ଟ ଜୋନର ଅଧିନାୟକ ଇଶାନ କିଶନ ପ୍ରେସ କନଫରେନ୍ସରେ ଯୋଗଦେଇ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖୁବ ପ୍ରଶଂସା କରିଛନ୍ତି।
ଏହି ମ୍ୟାଚରେ ମହମ୍ମଦ ଶାମିଙ୍କ ଅଭିଜ୍ଞତା ମଧ୍ୟ ଇଷ୍ଟ ଜୋନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଶାମି ନିଜର ୧୦୦ତମ ଫର୍ଷ୍ଟ କ୍ଲାସ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ।

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲରେ ଖେଳିବେ। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ତାଙ୍କୁ ସାମିଲ କରାଯାଇଥିବାରୁ ଦୁଲୀପ ଟ୍ରଫି ଫାଇନାଲରେ ସେ ଖେଳିବେ କି ନାହିଁ, ତାକୁ ନେଇ ଆଶଙ୍କା ରହିଥିଲା।

ସମୀକ୍ଷା ବୈଠକ ପରେ ବିସିସିଆଇ ସଚିବ ଦେବଜିତ ସୈକିଆ କହିଥିଲେ ଯେ ବୈଭବ ଫାଇନାଲ ଖେଳିବା ନେଇ ଅନ୍ତିମ ନିଷ୍ପତ୍ତି ଗୌତମ ଗମ୍ଭୀର ନେବେ। ଏବେ ସ୍ପଷ୍ଟ ହୋଇଛି ଯେ ଫାଇନାଲରେ ଇଷ୍ଟ ଜୋନ ପାଇଁ ବୈଭବ ମଇଦାନକୁ ଓହ୍ଲାଇବେ।

ପ୍ରି-ମ୍ୟାଚ ପ୍ରେସ କନଫରେନ୍ସରେ ଇଶାନ କିଶନ କହିଛନ୍ତି, ସତ କହିବାକୁ ଗଲେ ବୈଭବ ସୂର୍ଯ୍ୟବଂଶୀ ବହୁତ ସ୍ମାର୍ଟ ପ୍ଲେୟର। ସେ କ’ଣ କରୁଛନ୍ତି, ତାହା ତାଙ୍କୁ ଭଲ ଭାବେ ଜଣା। ଶେଷ ମ୍ୟାଚରେ ସେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଯଦି କିଛି ଆବଶ୍ୟକତା ପଡ଼େ, ତେବେ ଆମେ ସବୁବେଳେ ତାଙ୍କ ସହାୟତା ପାଇଁ ଛିଡ଼ା ହୋଇଛୁ।

Dharitri – Odisha’s No.1 Odia Daily

Share