Categories: ଖେଳ

ଇଶାନ କିଷନଙ୍କ ଡେବ୍ୟୁ ମ୍ୟାଚ୍‌ ପୂର୍ବରୁ ଶରୀରରେ ରକ୍ତ ବୋଳି ହୋଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ, ଜାଣନ୍ତୁ କାହିଁକି

ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୭ ଉଇକେଟରେ ବିଜୟ ହାସଲ କରିଛି। ଏହି ବିଜୟରେ ଇଶାନ କିଷନଙ୍କ ବଡ ଭୂମିକା ଥିଲା। ଇଷାନ ଡେବ୍ୟୁ ମ୍ୟାଚରେ ୫୬ ରନର ଚମତ୍କାର ଇନିଂସ ଖେଳି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚ୍‌ ପରେ ଇଶାନଙ୍କ ସହ ତାଙ୍କ ପ୍ରେମିକା ଆଦିତି ହୁଣ୍ଡିଆ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ପ୍ରେମିକଙ୍କ ଡେବ୍ୟୁ ପୂର୍ବରୁ ଆଦିତି ତାଙ୍କ ମୁହଁରେ ରକ୍ତ ବୋଳି ହୋଇଥିଲେ। ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ପ୍ରକୃତରେ ଏକ ଥେରାପି ଥିଲା, ଯାହାକୁ ପିଆର୍‌ପି ଅର୍ଥାତ୍‌ ପ୍ଲେଟଲେଟ୍‌ ରିଚ୍‌ ପ୍ଲାଜମା ଥେରାପି କୁହାଯାଏ। ଏହା ମୁଖ ସମସ୍ୟାର ଚିକିତ୍ସା ପାଇଁ ଏକ କୌଶଳ। ଏହି ଚିକିତ୍ସାରେ ଶରୀରରୁ ପ୍ରାୟ ୨୦ରୁ ୩୦ ମିଲିଲିଟର ରକ୍ତ ବାହାର କରାଯାଇଥାଏ। ତା’ପରେ ଏହି ରକ୍ତ ପ୍ଲାଜ୍‌ମାରେ ପରିଣତ ହୋଇ ଇଞ୍ଜେକ୍ସନ ସାହାଯ୍ୟରେ ମୁହଁର ଆବଶ୍ୟକତା ସ୍ଥାନରେ ଦିଆଯାଏ। ଚର୍ମରେ ଥିବା କୋଲେଜନ ନାମକ ପ୍ରୋଟିନ ବଢାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହା ଫ୍ରେକ୍ଲେସ, ହାଲୁକା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ। ଏହି ଚିକିତ୍ସା ହେତୁ ଆଦିତିଙ୍କ ମୁହଁରେ ରକ୍ତ ବେଳାଯାଇଥିଲା। ମଡେଲ ଆଦିତି ଏକ ଚମତ୍କାର ଫଟୋ ଶେୟାର କରି ଇଶାନଙ୍କୁ ଡେବ୍ୟୁ ମ୍ୟାଚ୍‌ର ଅଭିନନ୍ଦନ ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଇଶାନଙ୍କ ସହ ନିଜର ଏକ ଫଟୋ ଶେୟାର କରି କହିଛନ୍ତି, ଖୁସି ମାଇ ଲଭ୍‌। ଆଦିତି ୨୦୧୭ରେ ମିସ ଇଣ୍ଡିଆ ଫାଇନାଲିଷ୍ଟ ହୋଇଥିଲେ।

 

Share