Categories: ଖେଳ

ଟି୨୦ ଟିମ୍‌ରୁ ଇଶାନଙ୍କୁ ବାହାର କରିବା ସମୟ ଉପନୀତ !

ନୂଆଦିଲ୍ଲୀ,୨୮।୧: କ୍ରମାଗତ ଭାବେ ନିରାଶାଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଟିମ୍‌ର ଯୁବ ଓପନର୍‌ ଇଶାନ କିଶନ। ବାଲାଂଦେଶ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ସେ ଦ୍ୱିଶତକ ମାରିଥିଲେ ହେଁ ଟି୨୦ରେ ତାଙ୍କ ପ୍ରଦର୍ଶନ ଖରାପ ରହି ଆସୁଛି। ଗତ ୧୦ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ବି ମାରି ନାହାନ୍ତି। ଏହି ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ୩୭ ରନ୍‌ର ଥିବା ବେଳେ ସେ ମାତ୍ର ୧୩୮ ରନ୍‌ କରିଛନ୍ତି। କ୍ୟାରିୟର ବିଷୟରେ କହିଲେ ସେ ମୋଟ ୨୫ ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରେ ୬୩୩ ରନ୍‌ କରିଛନ୍ତି। ଏହାକୁ ଦେଖିଲେ ତାଙ୍କୁ ଟି୨୦ ଟିମ୍‌ରୁ ବାହାର କରିବା ସମୟ ଆସିଛି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।

Share