Categories: ଖେଳ

ଇତିହାସ ରଚିଲେ ଇଶାନ

ନୂଆଦିଲ୍ଲୀ,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଇଶାନ କିଶନ। ମ୍ୟାଚ୍‌ରେ ସେ ୧୩୧ ବଲ୍‌ରେ ୨୧୦ରନ୍‌ର ଇନିଂସ ଖେଳିଛନ୍ତି। ଏଥିରେ ୨୪ ଚୌକା ଏବଂ ୧୦ ଛକା ରହିଛି। ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳର ସ୍କୋର ୩୦୦ ପାର୍‌ କରିଛି।

ତୃତୀୟ ଦିନିକିଆରେ ପ୍ରଥମ ଉଇକେଟ ଭାବେ ଶିଖର ଧାଓ୍ବନ ଆଉଟ୍‌ ହୋଇଥିଲେ। ଏହାପରେ ଦଳର ମଙ୍ଗ ସମ୍ଭାଳିଥିଲେ ବିରାଟ କୋହଲି ଏବଂ ଇଶାନ। ଉଭୟ ଜବରଦସ୍ତ ବ୍ୟାଟିଂ କରି ଦଳକୁ ବଡ ସ୍କୋର ଆଡକୁ ନେଇଥିଲେ। ଦ୍ୱିତୀୟ ଉଇକେଟ ଭାବେ ଇଶାନଙ୍କ ଉଇକେଟ ଯିବା ପୂର୍ବରୁ ସେ ଦ୍ୱିଶତକ ମାରି ରେକର୍ଡ କରିଥିଲେ। ନିଜର ଇନିଂସ ଯୋଗୁ ସେ ଏପରି କାରନାମା କରିଥିବା ଚତୁୁର୍ଥ ଭାରତୀୟ ପାଲଟିଛନ୍ତି। ତାଙ୍କ ପୂର୍ବରୁ ରୋହିତ ଶର୍ମା ୩ଥର, ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗ ଥରେ ଲେଖାଏ ଦ୍ୱିଶତକ ମାରିଛନ୍ତି। ସେହିଭଳି ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ଏହା ହେଉଛି ଇଶାନଙ୍କ ଖେଳାଳି ଭାବେ ବଡ଼ ସ୍କୋର। ଏହା ପୂର୍ବରୁ ଶେନ ଓ୍ବାଟ୍‌ସନ ୧୮୫ ରନ୍‌ କରିଥିଲେ।

Share