Posted inଖେଳ

ରିଷଭ ପନ୍ତଙ୍କ ସପକ୍ଷରେ ବାହାରିଲେ ଗର୍ଲଫ୍ରେଣ୍ଡ

ମୁମ୍ବାଇ,୨୪।୪: ଆଇପିଏଲ୍‌ରେ ୨୦୨୨ରେ ରାଜସ୍ଥାନ ରୟାଲ୍ସ ଏବଂ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ନୋ’ ବଲ୍‌କୁ ନେଇ ବିବାହ ସୃଷ୍ଟି ହୋଇଛି। ଏହି ମ୍ୟାଚ ପରେ ଦିଲ୍ଲୀର ଅଧିନାୟକ ରିଷଭ ପନ୍ତ ଚର୍ଚ୍ଚାରେ ଅଛନ୍ତି। ‘ନୋ ବଲ’କୁ ନେଇ ବିବାଦ ପରେ ରିଷଭ ପନ୍ତଙ୍କ ଉପରେ ଜୋରିମନା ଲଗାଯାଇଛି। ଏନେଇ ତାଙ୍କ ଗର୍ଲଫ୍ରେଣ୍ଡ ଇଶା ନେଗି ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଇଶା ନେଗି ଇନଷ୍ଟାଗ୍ରାମର ଷ୍ଟାଟସ୍‌ରେ ଲେଖିଛନ୍ତି, ଭୁଲ୍‌ ସେତେବେଳେ ହୁଏ, ଯେତେବେଳେ ସେମାନେ ନିଜର ସମ୍ମାନ ପାଇଁ ତୁମର ପ୍ରତିକ୍ରିୟାକୁ ଦାୟୀ କରନ୍ତି। ରିଷଭ ପନ୍ତଙ୍କ ଗର୍ଲଫ୍ରେଣ୍ଡ ଇଶା ନେଗି ବୃତ୍ତି ଅନୁଯାୟୀ ଏକ ଇଣ୍ଟେରିୟର ଡିଜାଇନର୍‌। ଦୁହେଁ ପରସ୍ପରକୁ ପାଞ୍ଚ ବର୍ଷ ହେବ ଡେଟ କରୁଛନ୍ତି। ସୋସିଆଲ ମିଡିଆରେ ଇଶା ନେଗି ବହୁତ ସକ୍ରିୟ ।
ସୂଚନାଯୋଗ୍ୟ,ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ର ଶେଷ ଓଭର୍‌ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷ ଓଭର୍‌ରେ ଦିଲ୍ଲୀକୁ ଜିତିବା ପାଇଁ ୩୬ ରନ୍‌ର ଆବଶ୍ୟକତା ଥିଲା। ବ୍ୟାଟିଂ କରୁଥିବା ରୋଭମନ ପାୱେଲ ଶେଷ ଓଭର୍‌ର ପ୍ରଥମ ୩ଟି ବଲରରେ ୩ଟି ଛକା ମାରିଥିଲେ। ହେଲେ ଓଭରର ୩ୟ ବଲକୁ ନେଇ ନେଇ ବିବାଦ ସୃଷ୍ଟି ହୋଇଥିଲା। ରାଜସ୍ଥାନ ବୋଲର ଓବେଡ ମ୍ୟାକକୋୟଙ୍କ ଗୋଟିଏ ଫୁଲଟସ୍‌କୁ ପାୱେଲ ଛକା ମାରି ଦେଇଥିଲେ।
ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଓ ସର୍ପୋଟ ଷ୍ଟାଫ ଏହାକୁ ନୋ-ବଲ ଭାବି ଅମ୍ପାୟରଙ୍କ ଆଡେ ସଙ୍କେତ ଦେଇଥିଲେ। ବଲ୍‌ଟି ମଧ୍ୟ ସ୍ପଷ୍ଟ ଭାବେ ଅଣ୍ଟା ଉପରେ ରହିଥିଲା। କିନ୍ତୁ ଅମ୍ପାୟାର ଏହାକୁ ନୋ-ବଲ ଡାକି ନ ଥିଲେ। ଏହାକୁ ନେଇ ପନ୍ତ ଛିଡା ହୋଇଯିବା ସହ ରିଜର୍ଭ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ସେ ଫିଲ୍ଡ ଅମ୍ପାୟାର ନୀତିନ ମେନନ ଓ ନିଖିଲ ପଟୱର୍ଦ୍ଧନଙ୍କୁ ନୋ-ବଲ ସଙ୍କେତ ଦେବାକୁ କହିଥିଲେ।
ଅମ୍ପାୟାର ତାଙ୍କ କଥା ନ ଶୁଣିବାରୁ ସେ ପଡିଆରେ ଥିବା ଦୁଇ ବ୍ୟାଟର ପାୱେଲ ଓ କୁଲଦୀପ ଯାଦବଙ୍କୁ ପ୍ୟାଭିଲିୟନ ଫେରି ଆସିବାକୁ କହିଥିଲେ। ଏତିକି ବେଳେ ଦିଲ୍ଲୀର ଆସିଷ୍ଟାଣ୍ଟ କୋଚ ପ୍ରବୀଣ ଆମ୍ରେ ପଡିଆ ଭିତରକୁ ଯାଇ ଅମ୍ପାୟାରଙ୍କ ସହ କଥା ମଧ୍ୟ ହୋଇଥିଲେ। ଥାର୍ଡ ଅମ୍ପାୟାରଙ୍କ ପରାମର୍ଶ ମଧ୍ୟ ନେବାକୁ କହିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ନିଜ ଜିଦରେ ଅଟଳ ରହିଥିଲେ।
ଶେଷ ଓଭର ହାଇଡ୍ରାମା ପରେ ମ୍ୟାଚ ହୋଇଥିଲା ଓ ରାଜସ୍ଥାନ ଏହାକୁ ୧୫ ରନ୍‌ରେ ଜିତି ନେଇଥିଲା। ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଏପରି ଆଚରଣକୁ ଅନେକ କ୍ରିକେଟର ନାପସନ୍ଦ କରିଥିଲେ। ଏହି ଘଟଣା ପରେ ରିଷଭ ପନ୍ତଙ୍କ ମ୍ୟାଚ ଫି’ ୧୦୦% କାଟ କରାଯାଇଥିବା ବେଳେ ଆସିସଷ୍ଟାଣ୍ଟ କୋଚ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍‌ରୁ ବିଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri