Posted inଖେଳ

ରିଷଭ ପନ୍ତଙ୍କ ସପକ୍ଷରେ ବାହାରିଲେ ଗର୍ଲଫ୍ରେଣ୍ଡ

ମୁମ୍ବାଇ,୨୪।୪: ଆଇପିଏଲ୍‌ରେ ୨୦୨୨ରେ ରାଜସ୍ଥାନ ରୟାଲ୍ସ ଏବଂ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ନୋ’ ବଲ୍‌କୁ ନେଇ ବିବାହ ସୃଷ୍ଟି ହୋଇଛି। ଏହି ମ୍ୟାଚ ପରେ ଦିଲ୍ଲୀର ଅଧିନାୟକ ରିଷଭ ପନ୍ତ ଚର୍ଚ୍ଚାରେ ଅଛନ୍ତି। ‘ନୋ ବଲ’କୁ ନେଇ ବିବାଦ ପରେ ରିଷଭ ପନ୍ତଙ୍କ ଉପରେ ଜୋରିମନା ଲଗାଯାଇଛି। ଏନେଇ ତାଙ୍କ ଗର୍ଲଫ୍ରେଣ୍ଡ ଇଶା ନେଗି ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଇଶା ନେଗି ଇନଷ୍ଟାଗ୍ରାମର ଷ୍ଟାଟସ୍‌ରେ ଲେଖିଛନ୍ତି, ଭୁଲ୍‌ ସେତେବେଳେ ହୁଏ, ଯେତେବେଳେ ସେମାନେ ନିଜର ସମ୍ମାନ ପାଇଁ ତୁମର ପ୍ରତିକ୍ରିୟାକୁ ଦାୟୀ କରନ୍ତି। ରିଷଭ ପନ୍ତଙ୍କ ଗର୍ଲଫ୍ରେଣ୍ଡ ଇଶା ନେଗି ବୃତ୍ତି ଅନୁଯାୟୀ ଏକ ଇଣ୍ଟେରିୟର ଡିଜାଇନର୍‌। ଦୁହେଁ ପରସ୍ପରକୁ ପାଞ୍ଚ ବର୍ଷ ହେବ ଡେଟ କରୁଛନ୍ତି। ସୋସିଆଲ ମିଡିଆରେ ଇଶା ନେଗି ବହୁତ ସକ୍ରିୟ ।
ସୂଚନାଯୋଗ୍ୟ,ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ର ଶେଷ ଓଭର୍‌ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷ ଓଭର୍‌ରେ ଦିଲ୍ଲୀକୁ ଜିତିବା ପାଇଁ ୩୬ ରନ୍‌ର ଆବଶ୍ୟକତା ଥିଲା। ବ୍ୟାଟିଂ କରୁଥିବା ରୋଭମନ ପାୱେଲ ଶେଷ ଓଭର୍‌ର ପ୍ରଥମ ୩ଟି ବଲରରେ ୩ଟି ଛକା ମାରିଥିଲେ। ହେଲେ ଓଭରର ୩ୟ ବଲକୁ ନେଇ ନେଇ ବିବାଦ ସୃଷ୍ଟି ହୋଇଥିଲା। ରାଜସ୍ଥାନ ବୋଲର ଓବେଡ ମ୍ୟାକକୋୟଙ୍କ ଗୋଟିଏ ଫୁଲଟସ୍‌କୁ ପାୱେଲ ଛକା ମାରି ଦେଇଥିଲେ।
ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଓ ସର୍ପୋଟ ଷ୍ଟାଫ ଏହାକୁ ନୋ-ବଲ ଭାବି ଅମ୍ପାୟରଙ୍କ ଆଡେ ସଙ୍କେତ ଦେଇଥିଲେ। ବଲ୍‌ଟି ମଧ୍ୟ ସ୍ପଷ୍ଟ ଭାବେ ଅଣ୍ଟା ଉପରେ ରହିଥିଲା। କିନ୍ତୁ ଅମ୍ପାୟାର ଏହାକୁ ନୋ-ବଲ ଡାକି ନ ଥିଲେ। ଏହାକୁ ନେଇ ପନ୍ତ ଛିଡା ହୋଇଯିବା ସହ ରିଜର୍ଭ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ସେ ଫିଲ୍ଡ ଅମ୍ପାୟାର ନୀତିନ ମେନନ ଓ ନିଖିଲ ପଟୱର୍ଦ୍ଧନଙ୍କୁ ନୋ-ବଲ ସଙ୍କେତ ଦେବାକୁ କହିଥିଲେ।
ଅମ୍ପାୟାର ତାଙ୍କ କଥା ନ ଶୁଣିବାରୁ ସେ ପଡିଆରେ ଥିବା ଦୁଇ ବ୍ୟାଟର ପାୱେଲ ଓ କୁଲଦୀପ ଯାଦବଙ୍କୁ ପ୍ୟାଭିଲିୟନ ଫେରି ଆସିବାକୁ କହିଥିଲେ। ଏତିକି ବେଳେ ଦିଲ୍ଲୀର ଆସିଷ୍ଟାଣ୍ଟ କୋଚ ପ୍ରବୀଣ ଆମ୍ରେ ପଡିଆ ଭିତରକୁ ଯାଇ ଅମ୍ପାୟାରଙ୍କ ସହ କଥା ମଧ୍ୟ ହୋଇଥିଲେ। ଥାର୍ଡ ଅମ୍ପାୟାରଙ୍କ ପରାମର୍ଶ ମଧ୍ୟ ନେବାକୁ କହିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ନିଜ ଜିଦରେ ଅଟଳ ରହିଥିଲେ।
ଶେଷ ଓଭର ହାଇଡ୍ରାମା ପରେ ମ୍ୟାଚ ହୋଇଥିଲା ଓ ରାଜସ୍ଥାନ ଏହାକୁ ୧୫ ରନ୍‌ରେ ଜିତି ନେଇଥିଲା। ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଏପରି ଆଚରଣକୁ ଅନେକ କ୍ରିକେଟର ନାପସନ୍ଦ କରିଥିଲେ। ଏହି ଘଟଣା ପରେ ରିଷଭ ପନ୍ତଙ୍କ ମ୍ୟାଚ ଫି’ ୧୦୦% କାଟ କରାଯାଇଥିବା ବେଳେ ଆସିସଷ୍ଟାଣ୍ଟ କୋଚ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍‌ରୁ ବିଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri