ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଇଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା କୋପ୍ପିକର ଗତ କିଛି ବର୍ଷ ହେବ ଇଣ୍ଡଷ୍ଟ୍ରିଠାରୁ ଦୂରରେ ରହିଛନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ଇଶା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସ ଙ୍କୁ ଏକ ଭଲ ଖବର ଦେଇଛନ୍ତି। ଇଶା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି।

ଇଶା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଘରକୁ ଆସୁଥିବା ଛୋଟ ଅତିଥିଙ୍କ ଝଲକ ଦେଖାଇଛନ୍ତି। ଇଶା ପ୍ରଥମେ ଭିଡିଓରେ ସୋନୋଗ୍ରାଫିର ଏକ ଫଟୋ ଦେଖାଇଛନ୍ତି, ଏହା ପରେ ସେ ନିଜ ବେବି ବମ୍ପ ଶେୟାର କରିଛନ୍ତି। ସୋନୋଗ୍ରାଫିର ଫଟୋ ଦେଖିବା ପରେ ଇଶା ଗର୍ଭବତୀ ଥିବା ଜଣାପଡିଛି।

Share