Categories: ଜାତୀୟ

ନିଯୁକ୍ତି ପାଇଲେ ଇଶା ଅମ୍ବାନୀ

ନୂଆଦିଲ୍ଲୀ,୨୯।୧୦: ଆମେରିକାର ୱାଶିଂଟନ୍‌ ଡିସି ସ୍ଥିତ ସ୍ମିଥ୍ସୋନିୟନ ନ୍ୟାଶନାଲ୍‌ ମ୍ୟୁଜିୟମ ଅଫ ଏସିଆନ ଆର୍ଟ ବୋର୍ଡରେ
ସବୁଠୁ କମ ବୟସର ସଦସ୍ୟ ଭାବେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ମିଳିଛି। ୪ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି। ବୋର୍ଡରେ ୧୭ ଜଣ ସଦସ୍ୟ ରହିଛନ୍ତି। ଇଶାଙ୍କ ସମେତ ଆମେରିକାର ଉପରାଷ୍ଟ୍ରପତି, ପ୍ରଧାନ ବିଚାରପତି, ସିନେଟର ୩ ଜଣ ସଦସ୍ୟ ଓ ହାଉସ ଅଫ ରିପ୍ରେଜେଣ୍ଟେଟିଭର ୩ ଜଣ ସଦସ୍ୟ ରହିଛନ୍ତି।
ଭାରତରେ ଯେଉଁ ଡିଜିଟାଲ ବିପ୍ଳବ ଆସିଛି ସେ ତାହାର ନେତୃତ୍ୱ ନେବେ। ଇଶା ରିଲାଏନ୍ସ ଜିଓ ଇନ୍ଫୋକମର ନିର୍ଦ୍ଦେଶିକା ଏବଂ ଜିଓ ପ୍ଲାଟଫର୍ମସ ପାଇଁ ପୁଞ୍ଜି ନିବେଶ ଯୋଗାଡ଼ ଟିମର ସଦସ୍ୟ ଥିଲେ। ଫେଶନ ପୋର୍ଟାଲ ଆଜିଓ ଡଟ କମର ଶୁଭାରମ୍ଭ ପଛରେ ମଧ୍ୟ ଇଶାଙ୍କ ହାତ ରହିବା ସହ ଇ-କମର୍ସ ସଂସ୍ଥା ଜିଓ ମାର୍ଟର ସେ ଦେଖାଶୁଣା କରୁଛନ୍ତି। ସେ ୟେଲ ବିଶ୍ବବିଦ୍ୟାଳୟ ଓ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ଡିଗ୍ରି ହାସଲ କରିବା ସହ ନ୍ୟୁୟର୍କର ମେକିନ୍ସେ ଆଣ୍ଡ କମ୍ପାନିରେ ବିଜନେସ ଆନାଲିଷ୍ଟ ଭାବେ କାର୍ଯ୍ୟ କରିଥିଲେ ।

 

Share