ବିଏମ୍‌ସିକୁ ଆଇଏସ୍‌ସି-ଫିକି ପରିମଳ ଆଓ୍ବାର୍ଡ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ବିଭିନ୍ନ ପଦକ୍ଷେପ ପାଇଁ ଓଡ଼ିଶାକୁ ୩ଟି ଜାତୀୟ ପୁରସ୍କାର ମିଳିଛି। ମଳ ଉପଚାର ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ‘ଆଇଏସ୍‌ସି-ଫିକି ପରିମଳ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହାସହ ପରିମଳ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଥିବା ଭଦ୍ରକ ମ୍ୟୁନିସିପାଲିଟିର ଜଣେ ସ୍ବଚ୍ଛସାଥୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ପରିମଳ ବ୍ୟବସ୍ଥାରେ ଶ୍ରେଷ୍ଠ ଦକ୍ଷତା ପ୍ରତିପାଦନ ପାଇଁ ଯାଜପୁର ମ୍ୟୁନିସିପାଲିଟିକୁ ମଧ୍ୟ ପୁରସ୍କାର ମିଳିଛି। ଗତ ୭ ଓ ୮ ତାରିଖ ଦୁଇଦିନ ଧରି ଦିଲ୍ଲୀଠାରେ ଆୟୋଜିତ ଆଇଏସ୍‌ସି-ଫିକି ସାନିଟେଶନ ଆଓ୍ବାର୍ଡସ ସେରିମନି ଆଣ୍ଡ୍‌ ଇଣ୍ଡିଆ ସାନିଟେଶନ କନ୍‌କ୍ଲେଭ୍‌ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସ୍ବତନ୍ତ୍ର ଜ୍ଞାନକୌଶଳ ପ୍ରୟୋଗ କରି ମଳ ଉପଚାରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଭୁବନେଶ୍ୱରକୁ ଜାତୀୟ ସ୍ତରରେ ପୁରସ୍କାର ମିଳିଛି। ‘ଫିକି’ ପକ୍ଷରୁ ଏନେଇ ଏକ ପ୍ରତିଯୋଗିତା କରାଯାଇଥିଲା। ସ୍ବେରେଜ, ସେଫ୍‌ଟେଜ ଓ ଫିକଲ୍‌ ସ୍ଲଜ୍‌ ମ୍ୟାନେଜମେଣ୍ଟ କ୍ଷେତ୍ରରେ ମାନଦଣ୍ଡ ପୂରଣ କରିବା ସହିତ ଭୁବନେଶ୍ୱର ଅନ୍ୟ ସହର ତୁଳନାରେ ଉନ୍ନତ ପ୍ରଦର୍ଶନ କରିଛି। ସହରର ପ୍ରତି ଘରକୁ ସ୍ବେରେଜ୍‌ ଲାଇନ ସଂଯୋଗ ସହିତ ଘରୁ ସେସପୁଲ ଗାଡ଼ି ଯୋଗେ ବର୍ଜ୍ୟ ଜଳ ନିଆଯାଉଛି। ଏହାକୁ ଅତ୍ୟାଧୁନିକ ପଦ୍ଧତିରେ ପରିଚାଳନା କରାଯାଉଛି। ସେହିପରି ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଖିଲାପକାରୀଙ୍କ ବିରୋଧରେ ବିଏମ୍‌ସି ପକ୍ଷରୁ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବାର ନଜିର ରହିଛି। ପୁରସ୍କାର ଗ୍ରହଣ କରିବା ଅବସରରେ ମେୟର ସୁଲୋଚନା ଦାସ କହିଛନ୍ତି, ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ପଦକ୍ଷେପକୁ ରାଜଧାନୀବାସୀ ଗ୍ରହଣ କରୁଥିବାରୁ ବିଏମ୍‌ସିକୁ ଏହି ସଫଳତା ମିଳିଛି। ବିଏମ୍‌ସିର ପଦକ୍ଷେପ ଅନ୍ୟମାନଙ୍କ ପାଇଁ ମଡେଲ ସାଜିବା ସହ ସ୍ବୀକୃତି ମିଳିଛି। ଏହି ସଫଳତା ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ଭୁବନେଶ୍ୱରକୁ ଆଗକୁ ନେବାରେ ସହାୟକ ହେବ ବୋଲି ବିଏମ୍‌ସି ଆଶା ରଖିଛି।

ଅନ୍ୟପଟେ ପୁରସ୍କାର ପାଇଥିବା ଭଦ୍ରକ ମ୍ୟୁନିସିପାଲିଟିର ସ୍ବଚ୍ଛସାଥୀ ୨୬ ବର୍ଷୀୟା ସସ୍ମିତା ବାରିକ ସହରର ପରିମଳ ରକ୍ଷା ଦିଗରେ ଲୋକଙ୍କୁ ସଚେତନ କରିବା ସହିତ ମଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କାର୍ଯ୍ୟ କରୁଛନ୍ତି। ୨୦୧୯ରୁ ସେ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଜିତି ଆସୁଛନ୍ତି। ଚଳିତବର୍ଷ ପୁରସ୍କାର ଗ୍ରହଣ କରିବା ପାଇଁ ବିଏମ୍‌ସି ମେୟରଙ୍କ ସହ ୫ ଜଣିଆ ଟିମ ଯାଇଥିବାବେଳେ ଭଦ୍ରକର ସସ୍ମିତା ବାରିକ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ଦିଲ୍ଲୀ ଯାଇଥିଲେ। ଜାତୀୟ ସ୍ତରର ପୁରସ୍କାର ପାଇବା ପରେ ରାଜ୍ୟ ନଗର ଉନୟନ୍ନ ବିଭାଗ ପକ୍ଷରୁ ଏହି ୩ ପୌର ସଂସ୍ଥାକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri