ମୋହନା,୨୨ା୧୧(ମନ୍ମଥ ମିଶ୍ର)- ମୋହନା ବ୍ଲକ ଅନ୍ତର୍ଗତ ଗରଡ଼ମା ପଞ୍ଚାୟତର ମୋବିଲି ଗାଁରେ ଶନିବାର ସକାଳ ସାଢ଼େ ୭ଟାରେ ଏକ ଦିବ୍ୟାଙ୍ଗ ଶିଶୁଙ୍କୁ କୁକୁର କାମୁଡି ଗୁରୁତର କରିଛି। ସେ ହେଲେ ଗ୍ରାମର ବାପି ସିଂଙ୍କ ଦିବ୍ୟାଙ୍ଗ ପୁଅ ଗଡ଼ସନ (୯)। ମା’ ପାଣି ଆଣିବାକୁ ବାହାରକୁ ଯାଇଥିବା ବେଳେ ବାପା କାମ କରିବାକୁ ଯାଇଥିଲେ। ଗଡ଼ସନ ଘରେ ଏକୁଟିଆ ଶୋଇଥିଲେ। ଏହି ସମୟରେ ଏକ କୁକୁର ଘର ଭିତରକୁ ପଶିଆସି ତାଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ନେଇ ଖାଇ ଚାଲିଥିଲା। ରକ୍ତାକ୍ତ ଅବସ୍ଥାରେ ଶିଶୁଟି କାନ୍ଦିବାରୁ ପଡ଼ୋଶୀ ଘର ଲୋକେ ଧାଇଁ ଆସି ତାକୁ କୁକୁର କବଳରୁ ଉଦ୍ଧାର କରିଥିଲେ। ଜେଜେବାପା ସୀମା ସିଂ ପହଞ୍ଚି ଗଡ଼ସନଙ୍କୁ ସଙ୍ଗେସଙ୍ଗେ ରାୟଗଡ଼ା ଜିଲା ଚନ୍ଦ୍ରପୁର ଡାକ୍ତରଖାନା ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ତାଙ୍କୁ ରାୟଗଡ଼ା ନ ନେଇ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏଠାରେ ଗୁରୁତର ଶିଶୁଟିର ଚ଼ିକିତ୍ସା କରାଯିବା ପରେ ଅଧିକା ଚ଼ିକିତ୍ସା ପାଇଁ ଡାକ୍ତର ସୂର୍ଯ୍ୟ ନାରାୟଣ ସେଠୀ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।


