Categories: ଜାତୀୟ

ଉତ୍ତରପ୍ରଦେଶ କ’ଣ ପାକିସ୍ତାନରେ

ଲକ୍ଷ୍ନୌ,୬।୧୦ : ”ଉତ୍ତରପ୍ରଦେଶ (ୟୁପି) କ’ଣ ପାକିସ୍ତାନରେ। ଭାରତୀୟଙ୍କୁ କାହିଁକି ରାଜ୍ୟରେ ପ୍ରବେଶ ଅନୁମତି ମିଳୁନାହିଁ। ପ୍ରଶାସନ ଲଖିମପୁର ଖେରି ଅଞ୍ଚଳରେ ୧୪୪ ଧାରା ଜାରି କରିଛି। କିନ୍ତୁ ବିରୋଧୀ ନେତାଙ୍କୁ ଲକ୍ଷ୍ନୌରେ ଅଟକ ରଖାଯାଉଛି। ଏହା କେଉଁ ପ୍ରକାର ଆଇନ“ ଭାଜପା ସରକାରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ଶିବ ସେନା ଏମ୍‌ପି ସଞ୍ଜୟ ରାଉତ।

ଲଖିମପୁର ଖେରିରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହେବା ପରେ ସେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସରକାରଙ୍କ ଦ୍ୱାରା ଦିଆଯାଉଥିବା ପ୍ରତ୍ୟେକ ନିର୍ଦ୍ଦେଶକୁ ପାଳନ କରୁଛି ପୋଲିସ ପ୍ରଶାସନ। ଚାଷୀଙ୍କୁ କାର୍‌ ଦଳି ଦେଉଥିବାର ପ୍ରମାଣ ଅଛି। ଏହାସତ୍ତ୍ୱେ ଅପରାଧିଙ୍କୁ ଗିରଫ କରାଯାଉନାହିଁ। ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରାଯାଇଥିବା ବେଳେ ରାହୁଲ ଗାନ୍ଧୀ ଓ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ସେମାନେ କେଉଁ ଅପରାଧ କରିଛନ୍ତି? ଦେଶରେ ନୂଆ ସମ୍ବିଧାନ ଚାଲିଛି କି?

Share