ଆଇଏସର ଧମକ: ଭାରତ-ଚାଇନା-ଇରାନ ଦୂତାବାସରେ ହେବ ଆକ୍ରମଣ…

ଜେନେଭା,୯।୨ : ଇସଲାମିକ ଷ୍ଟେଟ (ଖୋରାସାନ) ଅର୍ଥାତ ଆଇଏସଆଇଏଲ-କେ ଆଫଗାନିସ୍ତାନ ଭାରତ, ଇରାନ ଏବଂ ଚାଇନା ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଏହା ମାଧ୍ୟମରେ ଏହି ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ଏବଂ ମିଳିତ ଜାତିସଂଘର ସଦସ୍ୟ ଦେଶ ମଧ୍ୟରେ ସମ୍ପର୍କକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ଗୁରୁବାର ସୁରକ୍ଷା ପରିଷଦରେ ‘ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ’ ଶୀର୍ଷକ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ଆଇଏସଆଇଏଲ (ଖୋରାସାନ) ନିଜକୁ ତାଲିବାନର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ସ୍ଥାନିତ କରିବା ଆରମ୍ଭ କରିଛି। ଆଇଏସଆଇଏଲ କହିଛି ଯେ ତାଲିବାନ ଯୁଦ୍ଧବିମାନ ଦେଶକୁ ସୁରକ୍ଷା ଯୋଗାଇବାରେ ଅସମର୍ଥ।

Share