ଏହା କ’ଣ ଜାତୀୟ ସୁରକ୍ଷା ନୀତି

ଆକାର ପଟେଲ

ଭାରତର କୌଣସି ଜାତୀୟ ସୁରକ୍ଷା ନୀତି ନାହିଁ। ୨୦୧୪ରେ ଭାଜପାର ଇସ୍ତାହାରରେ ଉଲ୍ଲିଖିତ ‘ ଇଣ୍ଡିଆ ଫାଷ୍ଟ ’ ଏବଂ ୨୦୧୯ରେ ଇସ୍ତାହାରରେ ପ୍ରକାଶିତ ‘ନେଶନ ଫାଷ୍ଟ’ ସ୍ଲୋଗାନରୁ ଏହା କିଛି ବୁଝାଯାଇପାରେ। କିନ୍ତୁ ବାସ୍ତବରେ ଏହି ଶବ୍ଦଗୁଡିକର ଅର୍ଥ କ’ଣ ତାହା ସମ୍ପୂର୍ଣ୍ଣ ବ୍ୟାଖ୍ୟା କରାଯାଇନାହିଁ। ଇସ୍ତାହାରରେ ଅମିତ ଶାହା ଲେଖିଲେ-‘ବନ୍ଧୁଗଣ! ଏହି ନିର୍ବାଚନ କେବଳ ସରକାରଙ୍କୁ ନିର୍ବାଚିତ କରିବାକୁ ଅନୁଷ୍ଠିତ ହେଉନାହିଁ, ଏହା ଦେଶର ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଉଦ୍ଦିଷ୍ଟ।’ ଇସ୍ତାହାର ଜାତୀୟ ସୁରକ୍ଷାକୁ ଭିତ୍ତି କରି ଦୁଇଟି କଥା ଉଲ୍ଲେଖ କରିଛି । ତାହା ହେଉଛି ଆକ୍ରମଣର ଦକ୍ଷତା ବୃଦ୍ଧି କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଏବଂ ଦେଶରେ ଯୁଦ୍ଧ ଉପକରଣ ଉତ୍ପାଦନ କରିବା। ସୁରକ୍ଷା ପ୍ରତି କୌଣସି ବିପଦ ଥିବା ସମ୍ପର୍କରେ କିଛି ବି ଏଥିରେ ଉଲ୍ଲେଖ କରାଯାଇନାହିଁ। ମୋଦିଙ୍କ ନେତୃତ୍ୱରେ ଭାରତ ଯେକୌଣସି ପ୍ରକାର ଅନୁପ୍ରବେଶକୁ ପ୍ରତିହତ କରିବା ଲାଗି ଗୁରୁତ୍ୱ ଦେଉଛି। ମୁଖ୍ୟତଃ କଶ୍ମୀରରେ ଏହା ଭାରତର ଜାତୀୟ ସୁରକ୍ଷାର ଏକ ମୁଖ୍ୟ ସମସ୍ୟା ଭାବେ ଉଭାହୋଇଛି ଓ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ମତରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କ କହିବା କଥା, ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦ ଏକ ଯୋଜନାବଦ୍ଧ ବିପଦ ଏବଂ ଆକ୍ରମଣାମତ୍କ ଉପାୟରେ ତାହାର ଜବାବ ଦେବା ଦରକାର । ଫଳସ୍ବରୂପ ୨୦୧୬ ସେପ୍ଟେମ୍ବରରେ ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ୨୦୧୯ ଫେବୃୟାରୀରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ଇଣ୍ଡିଆନ ଆର୍ମି କ୍ୟାମ୍ପ ଉପରେ ସଂଘଟିତ ଆକ୍ରମଣ ଓ ସିଆର୍‌ପିଏଫ୍‌ ଉପରେ ଆମତ୍ଘାତୀ ଆକ୍ରମଣ ପରେ ନିଆଯାଇଥିଲା। ଡୋଭାଲଙ୍କ ସିଦ୍ଧାନ୍ତ ଅନୁସାରେ ଭାରତର ଏହି ଦୁଇଟି ଆକ୍ରମଣ ଫଳରେ ପାକିସ୍ତାନ ଅନୁପ୍ରବେଶକୁ ତା’ର ସମର୍ଥନ ବନ୍ଦ କରିବ କିମ୍ବା ପୂରା ଶେଷ କରିଦେଇପାରେ। କିନ୍ତୁ ସୀମାପାର ଅନୁପ୍ରବେଶ ସଂଖ୍ୟାକୁ ଲକ୍ଷ୍ୟ କଲେ ସେଭଳି କିଛି ଘଟିନାହିଁ ବୋଲି କୁହାଯାଇପାରେ। ୨୦୧୬ରେ ସନ୍ତ୍ରାସବାଦ ସମ୍ପର୍କିତ ହିଂସା ଯୋଗୁ କଶ୍ମୀରରେ ୨୬୫ ଜଣ ମୃତ୍ୟୁବରଣ କରିଥିଲେ। ଏହି ସଂଖ୍ୟା ବୃଦ୍ଧି ପାଇ ୨୦୧୭ ଓ ୨୦୧୮ରେ ଯଥାକ୍ରମେ ୩୫୭ ଓ ୪୫୨ରେ ପହଞ୍ଚିଥିଲା। ଡୋଭାଲଙ୍କ ଜାତୀୟ ସୁରକ୍ଷା ସିଦ୍ଧାନ୍ତକୁ ଖୁବ୍‌ ନିକଟରୁ ସମୀକ୍ଷା କରିବା ଦରକାର, କିନ୍ତୁ ଏହା କରାଯାଇନାହିଁ। ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌ ନରଓ୍ବଣେ ଓ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତ ଉଭୟେ ଅନୁପ୍ରବେଶକୁ ପ୍ରତିହତ କରିବାରେ ନିପୁଣ। ଏହି କାରଣ ଲାଗି ଚାଇନା ଆଡୁ କୌଣସି ବିପଦ ନାହିଁ ବୋଲି ଭାରତ ମନେ କରିଛି।
ଜାତୀୟ ସୁରକ୍ଷା ନୀତି ରଖିବାକୁ ରାଜନୈତିକ ନେତୃତ୍ୱ ଅସ୍ବୀକାର କରିବା ଆଉ ଏକ ସମସ୍ୟା। ଭାରତୀୟ ସେନା ଦୁଇଟି ସମ୍ମୁଖ ଯୁଦ୍ଧ ଲାଗି ପ୍ରସ୍ତୁତ ରହିଛି ବୋଲି କହିଛି। ଏହା କ’ଣ ଭାରତର ଜାତୀୟ ସୁରକ୍ଷା ନୀତି? ହେଲେ ଆମକୁ ଏହାକୁ ମାନିନେବାକୁ ପଡିବ, କାରଣ ଭାଜପାର ଏହା ଉପରେ କୌଣସି ନୀତି ନାହିଁ। ଭାରତର ଜାତୀୟ ସୁରକ୍ଷା ପ୍ରତି ପାକିସ୍ତାନ ପକ୍ଷରୁ କ’ଣ ବିପଦ ରହିଛି ? ଏ ପ୍ରଶ୍ନର ଉତ୍ତର ହଁ ବୋଲି କୁହାଯାଇପାରେ, କାରଣ ଏହି ସମୟରେ ପାକିସ୍ତାନ ପଟୁ ବିପଦ ରହିଥିବା ସ୍ପଷ୍ଟ ହେଉଛି।
୨୦୧୨ରେ ତକତ୍ାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବ ଶଙ୍କର ମେନନ ଏ୍ୟତିହାସିକ ସୁନୀଲ ଖିଲନାନି, ଲ୍ୟୁଟନାଣ୍ଟ ଜେନେରାଲ ପ୍ରକାଶ ମେନନ୍‌, ମିଲିଟାରି ସ୍କଲାର ଶ୍ରୀନାଥ ରାଘବନ, କୂଟନୈତିଜ୍ଞ ଶ୍ୟାମ ସରନ ଏବଂ ନନ୍ଦନ ନିଲେକାନିଙ୍କୁ ଭାରତ ପାଇଁ ଏକ ବୈଦେଶିକ ଓ ରଣନୈତିକ ନୀତି ଗଢିବା ଲାଗି କହିଥିଲେ। ସେମାନେ ଯେଉଁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ ତାହାକୁ ଗୋଷ୍ଠୀ ନିରପେକ୍ଷ ୨.୦ କୁହାଗଲା। ଏଥିରେ ସୀମା ପରିଚାଳନା, ସାଇବର ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ ଏବଂ ପଡୋଶୀଙ୍କୁ କିପରି ସାମିଲ କରିବା ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଚାଇନା ସହ ଲାଗି ରହିଥିବା ରାଜନୈତିକ ବିବାଦ ଉପରେ ଏହି ଡକ୍ୟୁମେଣ୍ଟରେ ପ୍ରକାଶ କରାଯାଇଛି ଯେ, ଚାଇନା ବଳ ପ୍ରୟୋଗ କରି ମୁଖ୍ୟତଃ ଅରୁଣାଚଳ ସେକ୍ଟର ଓ ଲଦାଖରେ ତା ଅଞ୍ଚଳ ବୋଲି ଦାବି କରିପାରେ। ଚାଇନା ଏଭଳି ଅପରେଶନ ମୁଖ୍ୟତଃ ଲାଇନ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲ( ଏଲ୍‌ଏସି) ନିକଟବର୍ତ୍ତୀ ଅଞ୍ଚଳରେ କରିବ ଯାହାର ଉଭୟ ପାଖରେ ବିଭିନ୍ନ ଦେଶ ରହିଛନ୍ତି । ଏହି ସବୁ ସ୍ଥାନ ବି ସମସ୍ତଙ୍କୁ ଜଣା। ’ ଏହି ସମସ୍ୟା ଉପରେ ଡକ୍ୟୁମେଣ୍ଟକୁ ଏବକାର ସେନା ବିଚାର କରି କହିଛି ଯେ,ଏଲ୍‌ଏସିରେ ଚାଇନା ଦ୍ୱାରା ଜବରଦଖଲ କରାଯାଇଥିବା ସୀମିତ ଅଞ୍ଚଳକୁ ସମାନ ଧରଣର ପଦକ୍ଷେପ ନେଇ ଜବାବ ଦିଆଯିବା ସବୁଠୁ ଭଲ ବାଟ। ଜେସାକୁ ତେସା ରଣନୀତି ଆପଣାଇବାକୁ ପଡ଼ିବ। ଅନେକ ଅଞ୍ଚଳରେ ସ୍ଥାନୀୟ ରଣନୀତି ଓ ସାମରିକ କାର୍ଯ୍ୟାନୁଷ୍ଠାନ ଜନିତ ଲାଭ ଆମ ସପକ୍ଷରେ ରହିଛି। ଏହି ଅଞ୍ଚଳଗୁଡିକୁ ଚିହ୍ନଟ କରିବା ଉଚିତ ଏବଂ ସେଠାରେ ଆମ ପକ୍ଷରୁ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରିବା ଦରକାର। ଏଠାରେ ଖୁବ ଶୀଘ୍ର ଚାଇନାର ଅଞ୍ଚଳକୁ ଦଖଲ କରିନେବାର ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ଚାଇନାକୁ ଆମ ଜାଗା ଫେରାଇବା ଲାଗି ତା’ ଉପରେ କୂଟନୈତିକ ଚାପ ପକାଇବ। ଏଠାରେ ଯେଉଁ ଅପରେଶନ କଥା କୁହାଯାଇଛି ତାହା ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ହିଁ ବୁଝାଏ। କିନ୍ତୁ ଚାଇନା ଅନୁପ୍ରବେଶ କରିବା ତିନି ମାସରୁ ଅଧିକ ହୋଇଗଲାଣି। ଆମେ କିଛି କାର୍ଯ୍ୟାନୁଷ୍ଠାନ ନେଇନାହୁଁ , ବରଂ ପୂର୍ବରୁ ମନମୋହନ ସିଂ ସରକାରଙ୍କ ଜାତୀୟ ସୁରକ୍ଷା ରଣନୀତିକୁ ଉପେକ୍ଷା କରିଛୁ। ଏ ସମ୍ପର୍କରେ ନା ଆମ ପାଖରେ କୌଣସି ରଣନୀତି ରହିଛି ନା ଆମେ ବାସ୍ତବ ସମସ୍ୟାକୁ ବୁଝିପାରିଛୁ। ଯାହାଦ୍ୱାରା ଏହି ପରିସ୍ଥିତି ନିରର୍ଥକ ମନେହୋଇଛି,ଯେଉଁଠି ପ୍ରତିରକ୍ଷା ମନ୍ତ୍ରୀ ଏହି ସମସ୍ୟା ଉପରେ ଚାଇନା ସହ କଥା ହେଉଥିବାବେଳେ ପ୍ରଧାନମନ୍ତ୍ରୀ କହୁଛନ୍ତି , କିଛି ସମସ୍ୟା ନାହିଁ ବା ଏମିତି କିଛି ଘଟିନାହିଁ। ସେଠାରେ ସମସ୍ୟା ଅଛି ବୋଲି ସରକାର ସ୍ବୀକାର କରୁନାହାନ୍ତି, ଅପରପକ୍ଷରେ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ଗମ୍ଭୀର ପ୍ରସଙ୍ଗକୁ ଯେଭଳି ଅସାବଧନତା ତଥା ବେପରୁଆ ଢଙ୍ଗରେ ନିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଏହି ସରକାରଙ୍କ ଠାରୁ ଯାହା ଆଶା କରାଯାଉଥିତ୍ଲା ସେୟା ହିଁ ହୋଇଛି। ‘ନେଶନ ଫାଷ୍ଟ ’ଏବଂ ‘ଇଣ୍ଡିଆ ଫାଷ୍ଟ’ ଭଳି ଅର୍ଥହୀନ ଅସ୍ପଷ୍ଟ ସ୍ଲୋଗାନ୍‌ ଆଢୁଆଳରେ ଏହା ଲୁଚିଯାଇଛି ଏବଂ ଜାତୀୟ ସୁରକ୍ଷା ସଙ୍କଟରେ ଥିତ୍ବାବେଳେ ସରକାର ଏହାର ନେତୃତ୍ୱ ନେବାକୁ ମନା କରିଦେଇଛନ୍ତି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri