Categories: ଖେଳ

‘ଏମିତି କିଛି କାମ ଅଛି କି ଯାହା ବିରାଟ କୋହଲି କରିପାରିବେ ନାହିଁ’

ଅହମଦାବାଦ୍‌,୨୪।୨:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ‘ରନ ମେସିନ’ ଭାବରେ ଜଣାଶୁଣା। ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି। ବିରାଟ କୋହଲି ଜଣେ ମହାନ ଅଧିନାୟକ, ବ୍ୟାଟ୍ସମ୍ୟାନ ଏବଂ ଫିଲ୍ଡର। ଏହା ସହିତ ସେ ମଧ୍ୟ ବୋଲିଂ କରନ୍ତି। ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିରାଟ କୋହଲିଙ୍କ ଏକ ଭିଡିଓ ଶେୟାର କରି ତାଙ୍କୁ ପଚାରିଛି ଯେ ସେ କଣ କରିପାରିବେ ନାହିଁ। ଏହି ଭିଡିଓ ଅହମ୍ମଦାବାଦର ମୋତେରା କ୍ରିକେଟ ଷ୍ଟାଡିୟମର ଅଟେ। ଏହି ସମୟରେ ବିରାଟ କୋହଲି ମଧ୍ୟ ବୋଲିଂ ଅଭ୍ୟାସ କରିଥିଲେ। ଯାହାର ଭିଡିଓ ଆଇସିସି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଶେୟାର କରିଛି।
ଆଇସିସି ବିରାଟ କୋହଲି ବୋଲିଂର ଭିଡିଓ କ୍ୟାପସନରେ ଲେଖିଛି – ଏମିତି କିଛି କାମ ଅଛି ଯାହା ବିରାଟ କୋହଲି କରିପାରିବେ ନାହିଁ? ବିରାଟ କୋହଲି ବୋଲିଂ କରିବା ନୂଆ କଥା ନୁହେଁ। ସେ କିଛି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ବୋଲିଂ କରିଛନ୍ତି। ବିରାଟ ତିନୋଟି ଫର୍ମାଟରେ ବୋଲିଂ କରିଛନ୍ତି। ସେ ଏକଦିବସୀୟ ଏବଂ ଟି-୨୦ ରେ ୮ଟି ଉଇକେଟ ନେଇଛନ୍ତି। ଏଥି ସହିତ ଟେଷ୍ଟ କ୍ରିକେଟରେ ସେ ଏପର୍ଯ୍ୟନ୍ତ କୌଣସି ଉଇକେଟ ପାଇନାହାଁନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନୂତନ ନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହା ଦିବାରାତ୍ର ଟେଷ୍ଟ ପିଙ୍କ୍‌ ବଲ ସହିତ ଖେଳାଯିବ।

Share