ସବୁବେଳେ ଘରେ କଳହ ଲାଗି ରହୁଛି କି…ଏପରି ବାସ୍ତୁଦୋଷ ହୋଇପାରେ କାରଣ; ଜାଣନ୍ତୁ ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତି), ଘରେ ରହୁଥିବା ଲୋକ ଯଦି ଠିକ୍‌ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ କୌଣସିଟି ଠିକ୍‌ ନ ଥାଏ ତାହେଲେ ଘରେ ଅସନ୍ତୋଷ ଦେଖାଦେଇଥାଏ। ଏଣୁ ଘରେ ଥିବା କଳହକୁ ଦୂର କରିବା ପାଇଁ ଘରର ରଙ୍ଗକୁ ଠିକ୍‌ କରାଇ ନିଅନ୍ତୁ।

-ଏଥିପାଇଁ ଘରେ କେବଳ ହାଲକା ଏବଂ ସୁନ୍ଦର ରଙ୍ଗ ବ୍ୟବହାର କରନ୍ତୁ। ଯଦି ସମ୍ଭବ ତେବେ ଲିଭିଂ ଏରିଆରେ ହାଲ୍‌କା ହଳଦିଆ, ଗୋଲାପୀ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଶୋଇବା ଗୃହରେ ଗୋଲାପୀ, ବାଇଗଣୀ ଅଥବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ହେଲେ ଛାତକୁ ସବୁବେଳେ ଧଳା ରଖନ୍ତୁ।

– ଘରେ ଥିବା ସାମଗ୍ରୀ ଏବଂ ଲୋକଙ୍କଠାରୁ ଉର୍ଜା ବାହାରିଥାଏ। ଏଣୁ ଉପଯୋଗୀ ନ ଥିବା ଜିନିଷକୁ ଘରେ ରଖନ୍ତୁ ନାହିଁ। ବାସି ଖାଇବା, ଅବ୍ୟବହୃତ ଜୋତା ଏବଂ ଚପଲ ରହିଥାଏ, ସେଠାରେ ନକରାତ୍ମକ ଶକ୍ତି ଥାଏ। ଏହା ବାଦ-ବିବାଦର କାରଣ ପାଲଟେ।

– ଯେଉଁ ଘରେ ସର୍ବଦା ବଡ଼ ପାଟିରେ କଥା କୁହାଯାଏ, ଯୁକ୍ତିତର୍କ ହୋଇଥାଏ, ସେଠାରେ ବିକିରଣ ଖରାପ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସର୍ବଦା ଅନ୍ୟ କବାଟ ଅପେକ୍ଷା ବଡ଼ ହେବା ଉଚିତ। ଯଦି ଏପରି ହୋଇ ନ ଥାଏ ତେବେ ସେହି ଘରେ ସବୁବେଳେ ଟଙ୍କା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। ଏହାକୁ ନେଇ କଳହ ମଧ୍ୟ ହୋଇଥାଏ।

– ଗାଧୁଆଘରେ ଅଥବା ଓ୍ବାଶିଂ ମେଶିନରେ ଥିବା ଟ୍ୟାପ୍‌ରୁ ପାଣି ଟପ୍‌ ଟପ୍‌ ହୋଇ ବୋହିବା ଉଚିତ ନୁହେଁ। ଏହାକୁ ମଧ୍ୟ ବାସ୍ତୁଦୋଷ ଭାବେ ଗଣାଯାଏ। ଏହାଛଡ଼ା ଭଙ୍ଗା କାଚ ଏବଂ ଘରେ ଏଣେତେଣେ ପଡ଼ିଥିବା ବସ୍ତୁଗୁଡ଼ିକ ନକରାତ୍ମକ ଶକ୍ତି ବିସ୍ତାର କରିଥାଏ। ଏହାଦ୍ୱାରା ପରିବାର ସଦସ୍ୟ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି।