ବନ୍ଦ ପରେ ଟ୍ୟାପ୍‌ରୁ ଟପ୍‌ ଟପ୍‌ ହୋଇ ପଡ଼ୁଛି କି ପାଣି …..

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍‌ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍‌ଟପ୍‌ ହୋଇ ପାଣି ପଡ଼ିଥାଏ, ତେବେ ଏହା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏପରି ପରିସ୍ଥିତିରେ ପାଣି ଅପଚୟ ଭଲ ନୁହେଁ । ଏହି ଘରଗୁଡ଼ିକରେ ଅଯଥାରେ ଖର୍ଚ୍ଚ ବଢ଼େ।

ତେଣୁ ଘରର ଟ୍ୟାପ କିମ୍ବା ଟାଙ୍କିରୁ ଯଦି ପାଣି ପଡ଼େ, ତାହାକୁ ତୁରନ୍ତ ମରାମତି କରାଯିବା ଉଚିତ୍‌। ନଚେତ୍‌ ଘରେ ଟଙ୍କା ମଧ୍ୟ ପାଣି ପରି ଖର୍ଚ୍ଚ ହୋଇଥାଏ। ଏହି ଘରେ ଟଙ୍କା ସଞ୍ଚୟ ହୋଇ ରହେ ନାହିଁ। ଆର୍ଥିକ ସମସ୍ୟା ଦେଖାଦେଇଥାଏ।

ରୋଷେଇ ଘରେ ଅଗ୍ନି ଥାନ୍ତି। ବାସ୍ତୁବିତ୍‌ଙ୍କ କହିବା ଅନଚସାରେ ଯେଉଁ ଘରେ ଅଗ୍ନି ଏବଂ ପାଣି ଏକାଠି ଥାନ୍ତି, ସେଠାରେ ଅସୁବିଧା ଏବଂ ବ୍ୟୟ ବଢ଼ିବାରେ ଲାଗିଥାଏ।

ପାଣି ଟାଙ୍କି ରଖିବା ପାଇଁ ଉତ୍ତର-ପୂର୍ବ ଦିଗ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିଗରେ ପାଣିର ଅବସ୍ଥାନ ଧନ, ସମୃଦ୍ଧି ଆଣିଥାଏ।

ଦକ୍ଷିଣ-ପଶ୍ଚିମ କୋଣରେ ପାଣି ଟାଙ୍କି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। ଏହି ଦିଗରେ ପାଣିର ଅବସ୍ଥିତି ଯୋଗୁ, ଘରେ ସମସ୍ୟା ଦେଖାଦେଇଥାଏ।