ଶୀଘ୍ର ସରି ଯାଉଛି କି ଫୋନ୍‌ର ଇଣ୍ଟରନେଟ୍‌ ଡାଟା? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା ପରଠାରୁ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ। କିନ୍ତୁ ଫୋନରେ ଅତିରିକ୍ତ ଜିନିଷ ହେତୁ ଡାଟା ଖର୍ଚ୍ଚ ହୋଇଯାଇଥାଏ। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମୟରେ ଏହା ଶେଷ ହୋଇଯାଏ। ଆସନ୍ତୁ ଫୋନର ଡାଟା ସଞ୍ଚୟ କରିବାକୁ ନେଇ କିଛି ଟିପ୍ସ ଜାଣିବା..

ଓଟିଟି ଆପ୍‌କୁ ବନ୍ଦ ରଖନ୍ତୁ:
ଆଜିକା ସମୟରେ ଆମାଜନ ପ୍ରାଇମ୍‌, ନେଟଫିକ୍ସ ଆଦି ଓଟିଟି ଆପ୍‌ର ଟ୍ରେଣ୍ଡ ବଢ଼ିଯାଇଛି। ଅନେକ ସମୟରେ ଫୋନ୍‌ର ବ୍ୟାକ୍‌ଗ୍ରାଉଣ୍ଡରେ ଏହି ଆପ୍‌ ଅନ୍‌ ରହିଥାଏ। ଫଳରେ ଏହା ଡାଟା ନଷ୍ଟ ହୋଇଥାଏ। ଏଥିଯୋଗୁ ଆପ୍‌କୁ ବ୍ୟବହାର କରି ସାରିବା ପରେ ବ୍ୟାକ୍‌ଗ୍ରାଉଣ୍ଡରୁ ବାହାର କରିଦିଅନ୍ତୁ।

ଅଫଲାଇନ୍‌ ମ୍ୟାପ୍‌ର ବ୍ୟବହାର କରନ୍ତୁ:
ଗୁଗୁଲ ମ୍ୟାପ୍‌ ଏକ ଲୋକପ୍ରିୟ ସେବା। ଏହାକୁ ବ୍ୟବହାର କରିବା ସମୟରେ ଖର୍ଚ୍ଚ ହେଉଥିବା ଡାଟା ସଞ୍ଚୟ କରିବା ଲାଗି ଆପଣ ମ୍ୟାପ୍‌କୁ ସେଭ କରି ରଖନ୍ତୁ। ମ୍ୟାପ୍‌ ଡାଉନ୍‌ଲୋଡ ହେବା ପରେ ଆପଣ ଜିପିଏସ୍‌ ବ୍ୟବହାର କରି ଏହାର ଅଫ୍‌ଲାଇନ୍‌ ବ୍ୟବହାର କରିପାରିବେ।

ସୋସିଆଲ ନେଟଓ୍ବାର୍କିଂ ପୃଷ୍ଠାର ବ୍ୟବହାର:
ଯଦି ଆପଣ ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ନେଟଓ୍ବାର୍କିଂ ପ୍ଲାଟଫର୍ମକୁ କାମ କରିବା ସମୟରେ ଖୋଲା ରଖିବା ଦ୍ୱାରା ଡାଟା ଅଧିକ ଶେଷ ହୋଇଥାଏ। ଏଣୁ ସୋସିଆଲ ମିଡିଆ ଆକାଉଣ୍ଟର ଅଟୋ-ପ୍ଲେ ଭିଡିଓକୁ ବନ୍ଦ ରଖନ୍ତୁ। ଏହାଦ୍ୱାରା ଅଧିକ ଡାଟା ଖର୍ଚ୍ଚ ହୋଇଥାଏ।

ସିଷ୍ଟମରେ ଅପ୍‌ଡେଟ୍‌କୁ ବନ୍ଦ ରଖନ୍ତୁ:
ଫୋନ୍‌ରେ କିଛି ଆପ୍‌ ଆପେଆପେ ଅପ୍‌ଡେଟ୍‌ ହୋଇଥାଏ। ଏହାଦ୍ୱାରା ଫୋନର ଡାଟା ଖର୍ଚ୍ଚ ହୋଇଥାଏ। ଏଥିରୁ ବଞ୍ଚିବା ପାଇଁ ଆପଣ ସେଟିଙ୍ଗ୍ସକୁ ଯାଇ ଅଟୋ ଅପ୍‌ଡେଟ୍‌କୁ ବନ୍ଦ କରିଦିଅନ୍ତୁ। ଏହାଦ୍ୱାରା ନିଜ ହିସାବରେ ଆପ୍‌କୁ ଅପ୍‌ଡେଟ୍‌ କରିହେବ ଏବଂ ଡାଟା ସଞ୍ଚୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri