ପାକିସ୍ତାନରେ ପୁଣି ହୋଇପାରେ ସରକାର ପତନ: ଇମ୍ରାନ ଦେଲେ ସଙ୍କେତ

ଲାହୋର,୧୫।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ମନ୍ତବ୍ୟ ପରେ ପାକିସ୍ତାନରେ ସରକାରଙ୍କ ପତନକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ବୃଦ୍ଧି ପାଇଛି। ଇମ୍ରାନ ଖାନ କରିଛନ୍ତି, ରାଷ୍ଟ୍ରପତି ଆରିଫ ଅଲଭି ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ବହୁମତ ହାସଲ କରିବାକୁ ନିର୍ଦ୍ଦେଶ ଦେବେ। ଇମ୍ରାନଙ୍କ ଏହି ମନ୍ତବ୍ୟ ପରେ ପଡୋଶୀ ଦେଶରେ ରାଜନୈତିକ ହଟଚମଟ ଦେଖାଦେଇଛି।
ଶେହବାଜ ପଞ୍ଜାବରେ ଆମର ପରୀକ୍ଷା ନେଇଛନ୍ତି। ଏବେ ନ୍ୟାଶନାଲ୍‌ ଆସେମ୍ବ୍ଲିରେ ସଂଖ୍ୟାଗରିଷ୍ଠତା ଅଛି କି ନାହିଁ ତାହା ପ୍ରମାଣ କରିବା ଏବେ ତାଙ୍କ ପାଳି ବୋଲି ପାକିସ୍ତାନ ତେହେରିକ-ଇ-ଇନସାଫର ଚେୟାରମ୍ୟାନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି। ସୂଚନାଯୋଗ୍ୟ, ଇମ୍ରାନ ଖାନ ଚାହୁଁଛନ୍ତି କେନ୍ଦ୍ର ସରକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରନ୍ତୁ। ଗତ ଏପ୍ରିଲରେ ଇମ୍ରାନ ସରକାରଙ୍କୁ ବହୁମତ ଆଧାରରେ ଗାଦିରୁ ହଟାଇ ଦିଆଯାଇଥିଲା।

Share