Categories: ଜାତୀୟ

ଟିଭି ଚ୍ୟାନେଲରେ ବିଚାରାଧୀନ ମାମଲା ଉପରେ ବିତର୍କ ଯୁକ୍ତିଯୁକ୍ତ କି ? ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୭ : ଜ୍ଞାନବାପି ବିଚାରାଧୀନ ମାମଲା ପ୍ରସଙ୍ଗରେ ଟିଭି ଚ୍ୟାନେଲ ବିତର୍କ କରାଯିବା ଯୁକ୍ତି ଯୁକ୍ତ କି ବୋଲି ସୁପ୍ରିମ୍‌କୋର୍ଟ (ଏସ୍‌ସ)ଶୁକ୍ରବାର ପ୍ରଶ୍ନ କରିଛନ୍ତି। ନୂପୁର ଶର୍ମା ମାମଲାର ବିଚାର ସମୟରେ ଶୀର୍ଷକୋର୍ଟ ଏଭଳି କହିଛନ୍ତି।

ଏହାଦ୍ୱାରା ଦେଶ ତଥା ବିଦେଶରେ ଆଶାନ୍ତି ସୃଷ୍ଟି ହୋଇଛି ବୋଲି ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି। ଏନେଇ ୧୬ଟି ଇସଲାମିକ୍‌ ଦେଶକୁ ଭାରତ ଉତ୍ତର ଦେଇଛି।

ଟାଇମ୍ସ୍‌ ନାଓ ଟିଭି ଚ୍ୟାନେଲର ଏହି କାର୍ଯ୍ୟକ୍ରମର ଆଙ୍କର ନାଭିକା କୁମାର ଥିଲେ। ଟିଭି ଚ୍ୟାନେଲର ଏହି କାର୍ଯ୍ୟକ୍ରମରେ ନୂପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟ ଦେଶରେ ନିଆଁ ଲଗାଇଛି। ଟିଭି ଚ୍ୟାନେଲରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିତର୍କ କରିବା ଯୋଗୁ ବଡ଼ ବିବାଦ ସୃଷ୍ଟି ହୋଇଥିବା ଖଣ୍ଡପୀଠ କହିଛନ୍ତି।

Share