କେରଳ-କର୍ନାଟକରେ ଲୁଚି ବସିଛନ୍ତି ଆଇଏସ୍‌ ଆତଙ୍କବାଦୀ: ଜାତିସଂଘ

ଜେନେଭା/ନୂଆଦିଲ୍ଲୀ, ୨୫।୭: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଏନେଇ ଆଇଏସ୍‌ ଆତଙ୍କବାଦୀ କେରଳ ଏବଂ କର୍ନାଟକରେ ଲୁଚି ବସିଛନ୍ତି। ଏସମ୍ପର୍କରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଉଲ୍ଲେଖ କରାଯାଇଛି। ସେହିପରି ଅଲ୍‌ କାଏଦା ଆତଙ୍କବାଦୀ ସଂଗଠନ ମଧ୍ୟ ଆକ୍ରମଣ ପାଇଁ ସୁଯୋଗକୁ ଅପେକ୍ଷା କରିଥିବା ଏଥିରେ ଦର୍ଶାଯାଇଛି। ଭାରତ ସମେତ ବାଂଲାଦେଶ, ପାକିସ୍ତାନ, ମ୍ୟାନମାର୍‌ ଆଦି ଦେଶରେ ୧୫୦ରୁ ୨୦୦ ଅଲ୍‌ କାଏଦା ଆତଙ୍କବାଦୀ ରହିଥିବା ଜାତିସଂଘ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଆଇଏସ୍‌ ଏବଂ ଅଲ୍‌ କାଏଦା ସଂଗଠନ ପକ୍ଷରୁ କାସାରଗୋଡ଼, କୋଜିକୋଡ଼େ, ମାଲାପୁରମ୍‌, ଏର୍ନାକୁଲମ୍‌, ଥିସୁର ଆଦି ଅଞ୍ଚଳର ଯୁବବର୍ଗଙ୍କ ମଧ୍ୟରେ ଜେହାଦ୍‌ ଭାବନା ସୃଷ୍ଟି କରାଯାଉଥିବା ରିପୋର୍ଟ କୁହାଯାଇଛି। ଏସବୁ ଅଞ୍ଚଳର ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରାଯିବାର ଉଦ୍ୟମ ମଧ୍ୟ ହେଉଛି। ଏନେଇ ଭାରତ ସରକାରଙ୍କ ସମେତ ଅନ୍ୟ ଦେଶର ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share