Posted inଜାତୀୟ

ପାକିସ୍ତାନରେ ଆଇଏସ୍‌ ଆତଙ୍କବାଦୀ ଶିବିର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ, ୧୩।୩ : ଇସଲାମିକ ଷ୍ଟେଟ-ଖୋରାସାନ (ଆଇଏସ୍‌-କେ) ପାକିସ୍ତାନରେ ଆତଙ୍କବାଦୀ ଶିବିର ସ୍ଥାପନ କରିଛି। ଏହା ଭାରତ ପାଇଁ ସତର୍କ ଘଣ୍ଟି ସାବ୍ୟସ୍ତ ହୋଇଛି। କୁହାଯାଉଛି ଯେ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଆଇଏସ-କେ ଉପରେ ଚାପ ବଢ଼ିବାରେ ଲାଗିଛି। ଗତ ବର୍ଷ ଅଗଷ୍ଟରେ କ୍ଷମତାକୁ ଫେରିବା ପରେ ତାଲିବାନ ପକ୍ଷରୁ ଆଇଏସ୍‌-କେ ଆତଙ୍କବାଦୀଙ୍କ ବିରୋଧରେ ଏକ ବିଶାଳ ଅଭିଯାନ ଚଳାଇଛି। ଏହା ପାକିସ୍ତାନ ପାଇଁ ବିପଦ ସୃଷ୍ଟି କରିଛି।

ପାକିସ୍ତାନରେ ବହୁ ହାଇ-ପ୍ରୋଫାଇଲ ଆକ୍ରମଣ ପାଇଁ ଆଇଏସ-କେ ନିଜକୁ ଦାୟୀ ମଧ୍ୟ କରି ସାରିଛି। ମାର୍ଚ୍ଚ ୪ରେ ଉତ୍ତର-ପଶ୍ଚିମ ସହର ପେଶୱାରର ଏକ ଶିଆ ମସଜିଦ ଭିତରେ ଆଇଏସ-କେ ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ଅତି କମରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ। ପ୍ରାୟ ଚାରି ବର୍ଷ ମଧ୍ୟରେ ପାକିସ୍ତାନରେ ଏହା ସବୁଠାରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଥିଲା।

 

ଆଇଏସ୍‌-କେପ୍ରଥମେ ୨୦୧୫ ରେ ଇସଲାମିକ ଷ୍ଟେଟ (ଆଇଏସ) ର ସ୍ଥାନୀୟ ସହଯୋଗୀ ଭାବରେ ଉଭା ହୋଇଥିଲା। ଆଫଗାନିସ୍ତାନରେ ଏହା ହିଂସାତ୍ମକ ଅଭିଯାନ ଚଳାଇଥିଲା। ଏହା ଆଫଗାନିସ୍ତାନ ଏବଂ ବିଦେଶୀ ବାହିନୀ ତଥା ଏହାର ପ୍ରତିଦ୍ୱନ୍ଦ୍ୱୀ ଆତଙ୍କବାଦୀ ସଂଗଠନ ତାଲିବାନ ବିରୁଦ୍ଧରେ ଲଢ଼େଇ ଜାରି ରଖିଛି। ଗୋଇନ୍ଦା ରିପୋର୍ଟ ଅନୁସାରେ ଆଇଏସ-କେ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ଥିବା ବେସରୁ ପାକିସ୍ତାନର ପ୍ରମୁଖ ସହରରେ ସେଲ ସ୍ଥାପନ କରିଛନ୍ତି। ଫଳରେ ବର୍ତ୍ତମାନ ଆଇଏସ-କେ ଆକ୍ରମଣ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ତେହେରିକ-ଇ ତାଲିବାନ ପାକିସ୍ଥାନ (ଟିଟିପି) ର ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ଆଇଏସ-କେ ଚଳିତ ବର୍ଷ ପାଞ୍ଚଟି ଆକ୍ରମଣ କରିସାରିଛି। ମାର୍ଚ୍ଚ ୮ରେ, ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବିସ୍ଫୋରଣରେ ସୁରକ୍ଷା ବାହିନୀର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଥିଲେ। ବଢୁୁଥିବା ଆକ୍ରମଣ ପ୍ରଦେଶର ଶାନ୍ତି ଏବଂ ନିରାପତ୍ତା ପ୍ରତି ଅଧିକ ବିପଦ ବୋଲି ଖାଇବର ପାସ୍ତୁନଖ୍ବା ପୋଲିସ ମହାନିର୍ଦ୍ଦେଶକ ମୋଜାଜାମ ଜାହ ଅନସାରୀ କହିଛନ୍ତି। ଆଇଏସ-କେକୁ ଟିଟିପି ତୁଳନାରେ ଅଧିକ ଭୟଙ୍କର ଭାବେ ଦର୍ଶାଇଛନ୍ତି। ବହୁ ଆଇଏସ୍‌-କେ ଯୋଦ୍ଧା ଟିଟିପିର ପୂର୍ବତନ ସଦସ୍ୟ।

୨୦୧୪ ରେ ପାକିସ୍ତାନର ଉତ୍ତର-ପଶ୍ଚିମ ଆଦିବାସୀ ଅଞ୍ଚଳରେ ଟିଟିପିକୁ ଲୋପ କରାଯାଇଥିଲା। ତେବେ ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବାପରେ ଟିଟିପି ଆଫଗାନିସ୍ତାନ ତାଲିବାନ ସହ ଯୁଦ୍ଧ କରୁଛି ଏବଂ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି। ଆଫଗାନିସ୍ତାନ ଆତଙ୍କବାଦୀମାନେ ଆଇଏସ-କେ ସଦସ୍ୟଙ୍କ ପାଇଁ ଦେଶବ୍ୟାପୀ ସର୍ଚ୍ଚ ଆରମ୍ଭ କରିଛନ୍ତି। ଗୋଷ୍ଠୀର ସଦସ୍ୟଙ୍କ ସମର୍ଥନକୁ ରୋକିବା ପାଇଁ ଏହା ଦେଶର ଛୋଟ ସାଲଫି ସଂଖ୍ୟାଲଘୁଙ୍କୁ ମଧ୍ୟ ଟାର୍ଗେଟ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri