ଜୀବନ ପଥରେ ଚାଲିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ନା କେବେ ଅପମାନ କିମ୍ବା ସମାଲୋଚନାର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ସେହି ଅପମାନ ଆମକୁ ଭାଙ୍ଗିଦେବ ନା ଆଗକୁ ବଢ଼ିବାର ଶକ୍ତି ଦେବ, ତାହା ଆମ ପ୍ରତିକ୍ରିୟା ଉପରେ ନିର୍ଭର କରେ। କ୍ରୋଧ ବଦଳରେ ସଂଯମ ଏବଂ ରଣନୀତି ମାଧ୍ୟମରେ ଅପମାନର କିପରି ସଠିକ ଜବାବ ଦିଆଯାଇପାରିବ, ସେ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଜାଣନ୍ତୁ ଏ ସମ୍ପର୍କରେ…
ସଫଳତାକୁ ନିଜର ଅସ୍ତ୍ର କରନ୍ତୁ:
ଅପମାନକୁ ମନରେ ଧରି ବସିବା ପରିବର୍ତ୍ତେ, ତାହାକୁ ନିଜର ପ୍ରେରଣା ଏବଂ ଚ୍ୟାଲେଞ୍ଜ ରୂପେ ଗ୍ରହଣ କରନ୍ତୁ। କଠିନ ପରିଶ୍ରମ ବଳରେ ଏପରି ଏକ ସ୍ଥିତିରେ ପହଞ୍ଚନ୍ତୁ, ଯାହା ସମାଲୋଚକମାନଙ୍କ ମୁହଁ ବନ୍ଦ କରିଦେବ।
କ୍ରୋଧ ଏବଂ ତତ୍କ୍ଷଣାତ୍ ପ୍ରତିକ୍ରିୟାରୁ ଦୂରେଇ ରୁହନ୍ତୁ:
କ୍ରୋଧରେ ପ୍ରତିକ୍ରିୟା ପ୍ରକାଶ କଲେ ତୁରନ୍ତ ନିଜର ଶକ୍ତି ଏବଂ ଆତ୍ମନିୟନ୍ତ୍ରଣ ଉଭୟ ହରାଇବାକୁ ପଡ଼େ। ଶାନ୍ତ ଓ ସ୍ଥିର ରହିବା ଏବଂ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ହିଁ ବୁଦ୍ଧିମାନର ପରିଚୟ।
ନୀରବତା ଏବଂ ଆତ୍ମନିୟନ୍ତ୍ରଣ ବଜାୟ ରଖନ୍ତୁ:
ଅନେକ ସମୟରେ ଶାନ୍ତ ରହିବା ଏବଂ ମୃଦୁ ହସିବା ସାମ୍ନାବାଲା ଲୋକକୁ ହତବାକ କରିଦିଏ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ, ଯେପରି କେହି ଆପଣଙ୍କର ଦୁର୍ବଳତା ଜାଣିପାରିବେ ନାହିଁ।
ବାରମ୍ବାର ଅପମାନ ସହ୍ୟ କରନ୍ତୁ ନାହିଁ:
ଧୈର୍ଯ୍ୟ ଓ ସଂଯମ ରଖିବାର ଅର୍ଥ ଭୟରେ ଅପମାନ ସହିବା ନୁହେଁ। ଯଦି କେହି ସୀମା ଲଙ୍ଘନ କରେ କିମ୍ବା ବାରମ୍ବାର ଅପମାନିତ କରେ, ତେବେ ସ୍ପଷ୍ଟ ଭାବେ ନିଜର ସୀମା ଜଣାଇ ଦିଅନ୍ତୁ କିମ୍ବା ସେହି ବ୍ୟକ୍ତି ଓ ପରିବେଶଠାରୁ ଦୂରେଇ ରୁହନ୍ତୁ।
ପରିସ୍ଥିତି ଅନୁଯାୟୀ ରଣନୀତି ପ୍ରସ୍ତୁତ କରନ୍ତୁ:
ଚାଣକ୍ୟ ନୀତି ଅନୁସାରେ, ପ୍ରତିପକ୍ଷର ଶକ୍ତିକୁ ଆକଳନ କରି ପଦକ୍ଷେପ ନେବା ଉଚିତ୍ ଅଧିକ ଶକ୍ତିଶାଳୀଙ୍କ ପ୍ରତି କୌଶଳପୂର୍ଣ୍ଣ ଆଚରଣ କରନ୍ତୁ, କୁଟିଳ ବ୍ୟକ୍ତିଙ୍କ ବିରୋଧରେ ସତର୍କ ରଣନୀତି ଆପଣାନ୍ତୁ ଏବଂ ସମାନ ଶକ୍ତି ସମ୍ପନ୍ନ ବ୍ୟକ୍ତିଙ୍କ ସହ ସଂଯମ ଓ ଦୃଢ଼ତାର ସହିତ ମୁକାବିଲା କରନ୍ତୁ।