ବିବାହ କରିବାକୁ ଯାଉଛନ୍ତି କି ଶ୍ରଦ୍ଧା: ଇସାରାରେ ବନ୍ଧୁ କହିଲେ ଏମିତି…

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ପରେ ଏବେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଚାଲିଛି।
ବରୁଣ-ନତାଶାଙ୍କ ବିବାହ ପରେ ସୋସିଆଲ ମିଡିଆରେ ତାଙ୍କ ନିକଟରୁ ଶୁଭେଚ୍ଛାର ଶୁଅ ଛୁଟୁଛି। ସେଲିବ୍ରିଟି ଫଟୋଗ୍ରାଫର ରୋହନ ଶ୍ରେଷ୍ଠ ମଧ୍ୟ ବରୁଣଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ଶୁଭେଚ୍ଛା ଜଣାଇଥିଲେ। ବରୁଣ ତାଙ୍କୁ ଉତ୍ତର ଦେଇ କହିଥିଲେ ଆଗାମୀ ନମ୍ବର ତୁମର।
ଖବର ଅନୁଯାୟୀ, ରୋହନ ଏବଂ ଶ୍ରଦ୍ଧା ଅନେକ ଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି।
ତେବେ ଏ ନେଇ ଶ୍ରଦ୍ଧା କହିଛନ୍ତି ଯେ, ଅଧିକ ପ୍ରୋଜେକ୍ଟ ଯୋଗୁ ବିବାହରେ ବିଷୟରେ ଚିନ୍ତା କରିପାରୁ ନାହିଁ। ତେବେ ରୋହନଙ୍କ ସହ ସେ ରିଲେସନଶିପ୍‌ରେ ଥିବା ଖବରକୁ ଖଣ୍ଡନ କରିଛନ୍ତି। ଏ ସବୁ ଜିନିଷ ପାଇଁ ଏବେ ମୋ ପାଖରେ ସମୟ ନାହିଁ। ଏବେ ମୁଁ କେବଳ ଫିଲ୍ମ ଉପରେ ଫୋକସ୍‌ କରୁବାକୁ ଚାହୁଁଛି। ଏହା କେବଳ ଏକ ଉଡ଼ାକଥା ବୋଲି ସେ କହିଥିଲେ।

Share